ନିଜର ଅନୁଭବ ସେୟାର କରି ନର୍ସ କହିଲେ, ‘ମୃତ୍ୟୁ ପୂର୍ବରୁ ଅଧିକାଂଶ ଲୋକ ଏସବୁ କଥା ହୋଇଥାଆନ୍ତି’

ନୂଆଦିଲ୍ଲୀ: ଆମେରିକାର ଜଣେ ନର୍ସ ସୋସିଆଲ ମିଡିଆ ଜରିଆରେ ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି। ଏହି ନର୍ସଙ୍କ ନାମ ହେଉଛି ଜୁଲି। ତେବେ ମୃତ୍ୟୁ ପୂର୍ବରୁ ଅଧିକାଂଶଲୋକ କ’ଣ କଥା ହୋଇଥାଆନ୍ତି ବା କେଉଁ ଶବ୍ଦଗୁଡ଼ିକୁ ବେଶୀ କହି ଥାଆନ୍ତି ସେ ନେଇ ନିଜର ଅନୁଭବ ସେୟାର କରିଛନ୍ତି ଜୁଲି। ଜୁଲିଙ୍କ ଟିକଟକରେ ୩୭୨,୪୦୦ ଫଲୋୟର୍ସ ରହିଛନ୍ତି।

ନର୍ସ ଜୁଲି କହିଛନ୍ତି, କଲିଫର୍ଣ୍ଣିଆର ଲସଏଞ୍ଜେଲସରେ ୫ବର୍ଷ ହେବ ନର୍ସ ଭାବେ କାମ କରିଛନ୍ତି। ଏହାପୂର୍ବରୁ ଆଇସିୟୁରେ ୯ବର୍ଷ ହେବ ନର୍ସ ଭାବେ ରୋଗୀଙ୍କୁ ସେବା ଦେଇଛନ୍ତି। ପାଖାପାଖି ୧୪ବର୍ଷ ହେବ ନର୍ସଭାବେ ସେ ‌ରୋଗୀଙ୍କୁ ନିଜ ସେବା ଯୋଗାଇ ଆସୁଛନ୍ତି।

ଜୁଲି ଅଧିକାଂଶ ସମୟରେ ଗୁରୁତର ରୋଗୀଙ୍କ ସେବା କରି ଥାଆନ୍ତି। ସେ ଅନେକ ଲୋକଙ୍କ ମୃତ୍ୟୁକୁ ନିଜ ଆଖି ସାମ୍ନାରେ ଦେଖିଛନ୍ତି। ନିକଟ‌ରେ ସେ ଏକ ଟିକଟକ ଭିଡିଓରେ କହିଛନ୍ତି କି, ମରିବା ପୂର୍ବରୁ ଅଧିକାଂଶ ଲୋକ କ’ଣ କହିଥାଆନ୍ତି।

ଜୁଲି କହନ୍ତି, ‘ମୃତ୍ୟୁ ପୂର୍ବରୁ ଅଧିକାଂଶ ଲୋକଙ୍କ ନିଶ୍ବାସ-ପ୍ରଶ୍ବାସ ନେବାରେ ପରିବର୍ତ୍ତନ ଦେଖିଛି। ଏଥିସହିତ ତାଙ୍କ ଚେହେରା ରଙ୍ଗରେ ବି ପରିବର୍ତ୍ତନ ହୋଇଥାଏ। ଜ୍ବର ହେବା ସହିତ ବାରମ୍ବାର ତାଙ୍କ ଯିଏ ଅତି ନିଜର ବା ସେ ଯାହାଙ୍କୁ ବେଶୀ ଭଲ ପାଆନ୍ତି ତାଙ୍କ ନାମ ନେଇଥାଆନ୍ତି। ଅଧିକାଂଶ ଲୋକ ‘ଆଇ ଲଭ ୟୁ’ କହିବା ସହିତ ନିଜ ବାପା ଓ ମା’ଙ୍କୁ ଡାକି ଥାଆନ୍ତି। ଯେଉଁମାନଙ୍କର କି ପୂର୍ବରୁ ହିଁ ମୃତ୍ୟୁ ହୋଇଯାଇଥାଏ। ଆଉ ଅନେକ ରୋଗୀ କହିଥାଆନ୍ତି ସେମାନଙ୍କୁ କିଛି ଛାଇ ଭଳି ଦେଖା ଯାଉଛି। ଏହି କଥା କହିବାର କିଛି ଘଣ୍ଟା ବା ସମୟ ମଧ୍ୟରେ ଉକ୍ତ ରୋଗୀଙ୍କ ମୃତ୍ୟୁ ହୋଇଯାଇଥାଏ।’

ଜୁଲି କହନ୍ତି ,‘ମୃତ୍ୟୁକୁ ନେଇ ତାଙ୍କ ପାଖରେ ଅନେକ ରୋଚକ ତଥ୍ୟ ରହିଛି।’

ସମ୍ବନ୍ଧିତ ଖବର