ନବରାତ୍ରୀର ୯ଦିନ ଉପବାସ କଲେ ଶରୀରରେ ଆସିିିଥାଏ ଏହି ସବୁ ପରିବର୍ତ୍ତନ

ଆଜିଠାରୁ ନବରାତ୍ରୀ ଆରମ୍ଭ ହୋଇଛି । ଆଜିଠୁ ୯ଦିନ ପର୍ଯ୍ୟନ୍ତ ଭାରତୀୟ ମହିଳାମାନେ ମା’ ଦୁର୍ଗାଙ୍କ ପାଇଁ ଉପବାସ ରହି ମା’ଙ୍କ ପୂଜାର୍ଚ୍ଚନା କରିବେ । ତେବେ କିଛି ଲୋକ ଉପବାସ କରିବା ପାଇଁ କୁଣ୍ଠାବୋଧ କରୁଥିବା ବେଳେ ଏହାର ଫାଇଦା ବିଷୟରେ ଜାଣିଲେ ଆପଣ ମଧ୍ୟ ନିଶ୍ଚୟ ଉପବାସ କରିବା ଆରମ୍ଭ କରିବେ । ଉପବାସ ଦ୍ୱାରା ଶରୀରରେ କେଉଁ ସବୁ ପରିବର୍ତ୍ତନ ଆସେ, ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।

୧. ପ୍ରଥମ ଫାଇଦାଟି ହେଲା ଉପବାସ କରିବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ହୋଇଥାଏ । ବଦ୍‌ହଜମିର ଶିକାର ଥିବା ଲୋକେ ଉପବାସ ରହି ନିଜର ଏହି ସମସ୍ୟାକୁ ଦୂର କରି ପାରିବେ । ଏହା ସହ ନିଜର ଓଜନ କମ କରିବାକୁ ଚାହୁଁଥିବା ଲୋକେ ମଧ୍ୟ ଉପବାସ ରହି ନିଜର ଏହି ସମସ୍ୟାକୁ ଦୂର କରି ପାରିବେ ।

୨. ବିଭିନ୍ନ ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି କି, ଉପବାସ କରିବା ଦ୍ୱାରା ଆପଣ ଦୀର୍ଘଜୀବି ହୋଇ ପାରିବେ । ଲୋକଙ୍କ ବୟସ ବଢ଼ିବା ଦ୍ୱାରା ସେମାନଙ୍କ ମେଟାବଲିଜିମ୍‌ କମିବାକୁ ଲାଗିଥାଏ । ଯାହାଦ୍ୱାରା ଶରୀରର ମାଂଶପେଶୀ ଦୁର୍ବଳ ହୋଇ ଯାଇଥାଏ । କିନ୍ତୁ ଉପବାସ କରିବା ଦ୍ୱାରା ଶରୀରରେ ମେଟାବଲିଜିମ୍‌ ବଢ଼ିବା ସହ ଏହା ମାଂଶପେଶୀକୁ ଦୁର୍ବଳ ହେବାକୁ ଦେଇ ନଥାଏ । ଯାହା ଦ୍ୱାରା ଆପଣ ଦୀର୍ଘଜୀବି ହୋଇଥାନ୍ତି ।

Image result for What Happens To Your Body When You Fast For Nine Days
Science

୩. ଉପବାସ କରିବା ଦ୍ୱାରା ଶରୀରର ଉନ୍ନତି ହେବା ସହ ମସ୍ତିଷ୍କ ଉପରେ ମଧ୍ୟ ଏହା ଭଲ ପ୍ରଭାବ ପକାଇଥାଏ । ଉପବାସ କଲେ ମସ୍ତିଷ୍କ ସବୁବେଳେ ସକ୍ରିୟ ରହିବା ସହ ଭଲ ଭାବରେ କାମ କରେ । ଉପବାସ କରିବା ଦ୍ୱାରା ମସ୍ତିଷ୍କରୁ ବ୍ରେନ୍‌ ଡିରାଇଭ୍‌ଡ ନିଉଟ୍ରୋଫୋବିକ୍‌ ଫ୍ୟାକ୍ଟର ବାହାରିଥାଏ । ଯାହା ମସ୍ତିଷ୍କୁ ସକ୍ରିୟ କରେ ।

ସମ୍ବନ୍ଧିତ ଖବର