ରାବଣ ବଧ ପରେ ସୀତାଙ୍କୁ ସୂପର୍ଣ୍ଣଖା ଭେଟିବା ପରେ କ’ଣ ହୋଇଥିଲା !

ଲଙ୍କାଧିିପତି ରାବଣ ସହିତ ତାର ବଂଶ ନାଶ କରି ଓ ୧୪ ବର୍ଷର ବନବାସ ଶେଷ କରି ଯେତେବେଳେ ପ୍ରଭୁ ଶ୍ରୀରାମ ଅଯୋଧ୍ୟା ଫେରିଲେ ,ସେତେବେଳେ ସମଗ୍ର ଅଯୋଧ୍ୟାରେ ଖୁସିର ଲହରି ଖେଳି ଯାଇଥିଲା। ରାଜା ପଦରେ ଅଭିଷିକ୍ତ ହେବା ପରେ ପ୍ରଭୂ ଶ୍ରୀରାମ ପ୍ରଜାନୁରକ୍ତ ଭାବେ ପ୍ରଜାପାଳନ କରୁଥିଲେ। ତେବେ ଏକଦା ଛଦ୍ମ ବେଶରେ ରାଜ୍ୟବାସୀଙ୍କ ଭଲମନ୍ଦ ବୁଝିବା ପାଇର୍ଁ ବୁଲୁଥିବା ବେଳେ ସୀତାଙ୍କ ପବିତ୍ରତା ନେଇ ଜଣେ ରଜକଙ୍କ ଆେକ୍ଷେପ ତାଙ୍କୁ ବିଚଳିତ କରିଥିଲା। ତେଣୁ ସାନଭାଇ ଳକ୍ଷ୍ମଣଙ୍କ ଦ୍ୱାରା ସେ ସୀତାଙ୍କୁ ପୁଣି ଥରେ ନିର୍ବାସନରେ ପଠାଇଦେଇଥିଲେ। ଘନଘୋର ଜଙ୍ଗଲରେ ବୁଲୁଥିବା ବେଳେ ମା ସୀତାଙ୍କୁ ମହର୍ଷି ବାଲ୍ମିକୀ ଦେଖିବା ପରେ ତାଙ୍କୁ ନେଇ ନିଜ ଆଶ୍ରମରେ ରଖିଥିଲେ। ଅନ୍ତସତ୍ତ୍ୱା ଥିବା ମା’ ସୀତା ସେଠାରେ ରାଜକୁମାର ଲବକୁଶଙ୍କୁ ଜନ୍ମ ଦେଇଥିିଲେ।

ତେବେ ସୀତା ବନବାସକୁ ଆସିବା ପରେ ରାବଣଙ୍କ ଭଗନୀ ,ଯାହା ପାଇଁ ରାମ ରାବଣ ଯୁଦ୍ଧର ସୂତ୍ରପାତ ହୋଇଥିଲାଓ ଯିଏ ରାମ-ରାବଣ ମହାଯୁଦ୍ଧରୁ ବର୍ତ୍ତିି ଯାଇଥିଲେ, ସେହି ସୁପର୍ଣ୍ଣଖାଙ୍କ ମନରେ ମା’ ସୀତାଙ୍କୁ ଅପମାନିତ କରିବା ପାଇଁ ଯୋଜନା ଆସିଥିଲା ଯେଉଁ ସୀତାଙ୍କ ପାଇଁ ରାମ ଓ ଲକ୍ଷ୍ମଣ ତାଙ୍କୁୁ ଅପମାନିତ କରିଥିଲେ ସେହି ସୀତାଙ୍କୁ ଭେଟିବା ପାଇଁ ସୁପର୍ଣ୍ଣଖା ବାଲ୍ମୀକିଙ୍କ ଆଶ୍ରମରେ ପହଞ୍ଚିଥିଲେ। ସେଠାରେ ସୀତାଙ୍କୁ ସେ ଭେଟ କରି ତାଙ୍କୁ ଅପମାନିତ କରିଥିଲେ। ମାତ୍ର ସୀତାଙ୍କ ମନରେ କୌଣସି ବିଚଳିତ ଭାବ ନ ଦେଖି ସୁପର୍ଣ୍ଣଖା ବେଶି ଉତ୍‌କ୍ଷିପ୍ତ ହୋଇ କହିଥିଲେ ଯେ, ସେ ନ୍ୟାୟ ଚାହାନ୍ତି। ମା ସୀତା ଅତ୍ୟନ୍ତ ଶାନ୍ତ ଶିଷ୍ଟ ସ୍ୱରରେ କହିଥିଲେ ଯେ ତୁମକୁ ଅପମାନତ କରିଥିବା ଦଶରଥ ନନ୍ଦନ କୌଣସି ଖୁସି ପାଇ ନାହାଁନ୍ତି ।ଆଜି ବି ଜଣେ ମହିଳାଙ୍କୁ ଅପମାନିତ କରିଥିବାରୁ ସେ ମର୍ମାହତ। ସେଥିପାଇଁ ସେମାନେ ଆଜି ବି ଯନ୍ତ୍ରଣା ପାଉଛନ୍ତି। ତେବେ ନିଜ ମନରୁ ପ୍ରତିଶୋଧପରାୟଣତା ତ୍ୟାଗ କରି ପ୍ରେମ ଓ ଭଲ ପାଇବା ଆଦି ଇଶ୍ୱରୀୟ ଗୁଣରେ ସମାଜକୁ ଦେଖିବାକୁ ମା ସୀତା ସୁପର୍ଣ୍ଣଖାଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର