ପ୍ରେମ ନା ଆଉ କାହାକୁ ଭଲ ପାଆନ୍ତି ଭାରତୀୟ ଦମ୍ପତି!

ଭାରତୀୟ ଦମ୍ପତିଙ୍କ ଅନ୍‌ଲାଇନ୍‌ ହାବିଟ୍‌ସ୍‌ ଓ ସମ୍ପର୍କ କ’ଣ?

ଆପଣଙ୍କୁ କଷ୍ଟ ଲାଗୁଛି କାରଣ ଆପଣଙ୍କ ସାଥୀ ଆପଣଙ୍କଠୁ ଅଧିକ ସମୟ ସ୍ମାର୍ଟ୍‌ ଡିଭାଇସ୍‌ରେ ବିତାଉଛନ୍ତି ବୋଲି? ଯଦି ଏମିତି ହେଉଛି ତା’ହେଲେ ଏହା କିଛି ନୂଆ କଥା ନୁହେଁ। ଏକ ସର୍ଭେରୁ ଜଣାଯାଇଛି ଯେ, ୭୭ ପ୍ରତିଶତ ଭାରତୀୟ ଭାବନ୍ତି କି – ଆଜିକାଲି ଦୁନିଆ ହିସାବରେ ଟେକ୍‌ନୋଲୋଜି ମାଧ୍ୟମରେ ସମ୍ପର୍କକୁ ଆହୁରି ନିବିଡ଼ କରିହେବ। ଜାଣନ୍ତୁ କେତେ ପ୍ରତିଶତ ଭାରତୀୟ ତାଙ୍କ ସାଥୀ (ପୁଅ ବା ଝିଅ)ଙ୍କ ସହ ଥିବାବେଳେ ଡିଭାଇସ୍‌ ବ୍ୟବହାର କରନ୍ତି ଓ କ’ଣ ପାଇଁ ବ୍ୟବହାର କରନ୍ତି।

 

ଭାରତୀୟ କପଲ୍‌ସ ସାଥୀହୋଇ ରହିବା ନିୟମକୁ ଆପଣାଇବାକୁ ଭଲ ପାଇଥା’ନ୍ତି, କିନ୍ତୁ ୩୨% ସାଥୀହୋଇ ଥିବାବେଳେ ଡିଭାଇସ୍‌ ବ୍ୟବହାର କରିଥାନ୍ତି।

ସେମାନେ ସୁରକ୍ଷା କ୍ଷେତ୍ରରେ ଖୁବ୍‌ କଠୋର, କିନ୍ତୁ ୭୬% ବ୍ୟକ୍ତିଗତ ତଥ୍ୟ ରଖିଥିବା ଡିଭାଇସ୍‌କୁ ଅନ୍ୟ ସହ କନେକ୍ଟ୍‌ କରି ଦିଅନ୍ତି।

ଡିଭାଇସ୍‌ କାହିଁକି ସମ୍ପର୍କରେ ବାଧା ସୃଷ୍ଟି କରେ?
୮୧% ଫୋନ୍‌ ଆଡିକ୍‌ସନ୍‌ ଥିବା ଯୋଗୁଁ ପରିବାର, ସାଥୀ ବା ସାଙ୍ଗମାନଙ୍କ ସହ ଯୁକ୍ତିତର୍କ କରନ୍ତି।
୬୭% ଅନୁଭବ କରନ୍ତି କି, ତାଙ୍କ ଅପେକ୍ଷା ଇଣ୍ଟର୍‌ନେଟ୍‌ ଥିବା ଡିଭାଇସ୍‌ରେ ଅଧିକ ଧ୍ୟାନ ଦେଉଛନ୍ତି।
୨୦% ସାଥୀହୋଇ ଥିବାବେଳେ ସ୍ମାର୍ଟ୍‌ ଡିଭାଇସ୍‌ ବ୍ୟବହାର ପାଇଁ ବିଶେଷ କଟକଣା ଲାଗୁ କରି ଥାଆନ୍ତି।
୪୫% ଅନ୍ୟମାନଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌କୁ କିଂବା କନେକ୍ଟ୍‌ ହୋଇଥିବା ଡିଭାଇସ୍‌କୁ ଯାଞ୍ଚ କରୁଥାନ୍ତି।

Courtesy: TOI
ସମ୍ବନ୍ଧିତ ଖବର