କେବେ ଭାବିଛନ୍ତି! ଆମେରିକାର ଲୋକମାନେ କାହିଁକି ସବୁଠୁ ଧନୀ ହୋଇଥାନ୍ତି?

ନୂଆଦିଲ୍ଲୀ : ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଏ । ସବୁ କ୍ଷେତ୍ରରେ ସବୁ ଦେଶଠାରୁ ଆଗରେ ଆମେରିକା । କଥା ଅର୍ଥ ବ୍ୟବସ୍ଥାର ହେଉ କି ବ୍ୟବସାୟୀ କମ୍ପାନିମାନଙ୍କର ହେଉ; ଆମେରିକା ଏବଂ ଆମେରିକାର ଲୋକମାନେ ସବୁଠୁ ଶକ୍ତିଶାଳୀ । କୌଣସି ବି ସେକ୍ଟରରେ ଟପ୍‌-୫କମ୍ପାନି ମଧ୍ୟରୁ ଆମେରିକାର କମ୍ପାନି ନିଶ୍ଚୟ ରହିଥାଏ । ସାରା ଦେଶରେ ଧନୀମାନଙ୍କ କଥା ପଡ଼ିଲେ ଆମେରିକାର ନାଗରିକଙ୍କ ସଂଖ୍ୟା ଅଧିକ ରହିଥାଏ । ଫୋର୍ବସ କରୁଥିବା ଗଣନା ଅନୁଯାୟୀ ସାରା ଦେଶର ଟପ୍‌-୫୦୦ ଧନୀମାନଙ୍କ ମଧ୍ୟରୁ ୪୦୦ଲୋକ ଆମେରିକାର ହିଁ ହୋଇଥାନ୍ତି । ଏତେ ସବୁ ବିଷୟରେ ଜାଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ଆମେରିକାରେ ହିଁ କ’ଣ ପାଇଁ ଏତେ ଅଧିକ ଧନୀ ଲୋକ ଜନ୍ମ ହୁଅନ୍ତି ! ତେବେ, ଆସନ୍ତୁ ଜାଣିବା ଆମେରିକାର ଲୋକ ଅଧିକ ଧନୀ ହେବା ପଛର ପ୍ରକୃତ କାରଣ କ’ଣ?
୧. ଆମେରିକାର ଲୋକ ଧନୀ ହେବାର ପ୍ରକୃତ କାରଣ ହେଉଛି, ସେମାନେ ସକାଳ ୯ରୁ ସନ୍ଧ୍ୟା୫ ପର୍ଯ୍ୟନ୍ତ କାମ କରନ୍ତି ନାହିଁ ।

Mirror

ଯେଉଁମାନେ ଧନୀ ହୋଇ ଫୋର୍ବସ ଗ୍ଲୋବାଲ ଲିଷ୍ଟରେ ନିଜର ସ୍ଥାନ ବନାଇଛନ୍ତି ସେମାନଙ୍କ ମଧ୍ୟରେ ଗୋଟେ ସାଧାରଣ କଥା ହେଉଛି, ସେମାନେ ସକାଳ୯ରୁ ସନ୍ଧ୍ୟା୫ ପର୍ଯ୍ୟନ୍ତ କାମ କରନ୍ତି ନାହିଁ । ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ଷ୍ଟିଭ୍‌ ବାଲ୍ମିର ଜଣେ ଏମିତି ବ୍ୟକ୍ତିତ୍ୱ ଯିଏ କେବଳ ୯-୫ କାମ କରି ଧନୀ ହୋଇଥଲେ । ଆମେରିକାରେ ପ୍ରାୟ ଲୋକ ୯-୫ କାମ କରିବାରେ ବିଶ୍ୱାସ କରନ୍ତି ନାହିଁ। ସେମାନେ ୨୪ଘଣ୍ଟା କାମ କରିବା ସହ କିଛି ନୂଆ କିପରି କରିବେ ସେ ଚିନ୍ତାରେ ରହିଥାନ୍ତି । ଯେଉଁଥି ପାଇଁ ସେମାନେ ଆଜି ଏତେ ସଫଳ ହୋଇ ପାରିଛନ୍ତି ।
୨. ସବୁ ବେଳେ କିଛି ନୂଆ କରିବାର ଇଚ୍ଛା ପାଇଁ ଆଜି ମାର୍କ ଜୁକରବର୍ଗ, ବିଲ୍‌ ଗେଟ୍‌ସ, ଓ୍ଵରେନ୍‌ ବଫେ ଏଭଳି ସଫଳତା ପାଇ ପାରିଛନ୍ତି । କୌଣସି ବ୍ୟବସାୟୀଙ୍କ ପୁଅ ନ ହୋଇ ଏବଂ ପାଖରେ ଲକ୍ଷ ଲକ୍ଷ ଟଙ୍କା ନଥାଇ ମଧ୍ୟ ସେମାନେ ଆଜି ଧନୀ ହୋଇ ପାରିଛନ୍ତି । କେବଳ କିଛି ନୂଆ କରିବାର ଇଚ୍ଛା ହିଁ ସେମାନଙ୍କୁ ସଫଳତା ଆଣି ଦେଇଛି ।

ସମ୍ବନ୍ଧିତ ଖବର