ଏସ୍‌ପିଜି, ଜେଡ୍‌ ପ୍ଲସ୍‌, ଜେଡ୍‌, ଓ୍ଵାଇ ଓ ଏକ୍ସ ସୁରକ୍ଷା କ’ଣ ? ଜାଣନ୍ତୁ କାହାକୁ ମିଳିଥାଏ କେଉଁ ସୁବିଧା

ନୂଆଦିଲ୍ଲୀ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଦିଆଯାଉଥିବା ଏସ୍‌ପିଜି ସୁରକ୍ଷା ହଟାଇ ଦିଆଯିବା ସହ ଏବେ ତାଙ୍କୁ କେବଳ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯିବ ବୋଲି ଜଣାପଡ଼ିଛି । ଗୃହ ମନ୍ତ୍ରାଳୟ ଆଜି ଏହି ନିଷ୍ପତ୍ତି ନେଇଛି । ତେବେ ବଡ଼ ବଡ଼ ନେତା ଓ ଅଧିକାରୀମାନଙ୍କୁ ଦିଆଯାଉଥିବା ଏସ୍‌ପିଜି, ଜେଡ୍‌ ପ୍ଲସ୍‌, ଜେଡ୍‌, ଓ୍ଵାଇ ଓ ଏକ୍ସ ସୁରକ୍ଷା କ’ଣ? ଆସନ୍ତୁ ଜାଣିବା।

ପ୍ରଥମେ ଜାଣିବା ଏସ୍‌ପିଜି(ସ୍ୱତନ୍ତ୍ର ସୁରକ୍ଷା ବଳ) ବିଷୟରେ । ଏସ୍‌ପିଜି ସବୁଠାରୁ ଉଚ୍ଚ ସ୍ତରର ସୁରକ୍ଷା ବ୍ୟବସ୍ଥା ବୋଲି ଧରାଯାଏ । ଦେଶର ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ସେମାନଙ୍କ ପରିବାରକୁ ଏହି ସୁରକ୍ଷା  ଦିଆଯାଇଥାଏ । ଜୁନ୍‌ ୨, ୧୯୮୮ରେ ସଂସଦରେ ସ୍ୱତନ୍ତ୍ର ସୁରକ୍ଷା ବଳ ଗଠନ ନେଇ ଏକ ଅଧିନିୟମ ପାରିତ କରାଯାଇଥିଲା । ଏସ୍‌ପିଜିର ମୁଖ୍ୟାଳୟ ଏବେ ଦିଲ୍ଲୀରେ ରହିଛି । ଏହା ଗୃହ ମନ୍ତ୍ରାଳୟ ଅଧିନରେ ଥିବା ସହ ସ୍ୱତନ୍ତ୍ର ସୁରକ୍ଷା ବଳରେ କାମ କରୁଥିବା ଯବାନମାନଙ୍କ ଚୟନ ପୁଲିସ ଓ ପାରାମିଲିଟାରୀ ଫୋର୍ସରୁ କରାଯାଇଥାଏ । ଏସ୍‌ପିଜି କମାଣ୍ଡୋଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସଞ୍ଚାର ଉପକରଣ ରହିଥାଏ ।

जेड श्रेणी
oneindia.com

ଏସ୍‌ପିଜି ପରେ ଦ୍ୱିତୀୟ ସ୍ଥାନରେ ରହିଛି ଜେଡ୍‌ ପ୍ଲସ୍‌ । ଏହି ସୁରକ୍ଷା ବ୍ୟବସ୍ଥାରେ ଜଣଙ୍କ ଲାଗି ୫୫ସୁରକ୍ଷାକର୍ମୀ ମୁତୟନ ରହିଥାନ୍ତି । ୫୫ମଧ୍ୟରୁ ୧୦ରୁ ଅଧିକ ଏନ୍‌ଏସ୍‌ଜି କମାଣ୍ଡୋ ରହିଥାନ୍ତି । ଏହା ସହ ଆଇଟିବିପି ଓ ସିଆର୍‌ପିଏଫ୍‌ ଯବାନମାନେ ମଧ୍ୟ ଜେଡ୍‌ ପ୍ଲସ୍‌ ବାହିନୀରେ ଯୋଗ ଦେଇଥାନ୍ତି । ସୁରକ୍ଷାରେ ଥିବା ଏନ୍‌ଏସ୍‌ଜି କମାଣ୍ଡୋଙ୍କ ପାଖରେ ୫ଟି ମସିନ୍‌ଗନ୍‌ ସହ ସଞ୍ଚାର ଉପକରଣ ରହିଥାଏ । ଏହା ସହ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯାଇଥିବା ନେତାଙ୍କୁ ଏସ୍କଟ୍‌ସ ଓ ପାଇଲଟ୍‌ ଗାଡ଼ି ମଧ୍ୟ ପ୍ରଦାନ କରାଯାଇଥାଏ ।

ଜେଡ୍‌ ଶ୍ରେଶୀର ସୁରକ୍ଷାରେ ୪-୫ ଏନ୍‌ଏସ୍‌ଜି କମାଣ୍ଡୋ ରହିବା ସହ ୨୨ଜଣ ସୁରକ୍ଷାକର୍ମୀ ରହିଥାନ୍ତି । ଏଥିରେ ଦିଲ୍ଲୀ ପୁଲିସ, ଆଇଟିବିପି ବା ସିଆର୍‌ପିଏଫ୍‌ ଯବାନ ଓ ସ୍ଥାନୀୟ ପୁଲିସକର୍ମୀ ମଧ୍ୟ ସାମିଲ ରହିଥାନ୍ତି । ବିଭିନ୍ନ ଉଚ୍ଚ ଶ୍ରେଣୀର ଲୋକଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଥାଏ ।

ଓ୍ଵାଇ ଶ୍ରେଣୀ ସୁରକ୍ଷାର ତୃତୀୟ ସ୍ତର । କମ ବିପଦ ଥିବା ଲୋକମାନଙ୍କୁ ଏହି ସୁରକ୍ଷା ଦିଆଯାଇଥାଏ । ଏଥିରେ ୧୧ଜଣ ସୁରକ୍ଷାକର୍ମୀଙ୍କ ସହ ୨କମାଣ୍ଡୋ ରହିଥାନ୍ତି । ସମୟ ସମୟରେ ଏହି ସୁରକ୍ଷା ଦିଆଯାଇଥିବା ଲୋକମାନଙ୍କ ଜୀବନପ୍ରତି କେତେ ବିପଦ ରହିଛି, ସେହି ଅନୁସାରେ ସୁରକ୍ଷା ବଢ଼ା ବା କମା ଯାଇଥାଏ ।

वाई श्रेणी
oneindia.com

ସବୁଠୁ ଶେଷରେ ଆସୁଛି ଏକ୍ସ ଶ୍ରେଣୀ, ଯେଉଁଥିରେ ଦୁଇଟି ସୁରକ୍ଷାକର୍ମୀ ରହିଥାନ୍ତି । ଦେଶରେ ଅନେକ ଲୋକଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଥାଏ । ଏହି ସୁରକ୍ଷାରେ କୌଣସି କମାଣ୍ଡୋ ସାମିଲ ହୁଅନ୍ତି ନାହିଁ ।

ସମ୍ବନ୍ଧିତ ଖବର