ବୈଦ୍ୟୁତିକ ରାସ୍ତା ପାଇଁ ଜୋରସୋରରେ ଚାଲିଛି କାମ

ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଭାବରେ ପୂର୍ବରୁ ବୈଦ୍ୟୁତିକ ଯାନ ବିଷୟରେ ଶୁଣିଛନ୍ତି ଆଉ ଏଥିରେ ଯାତ୍ରା ବି କରିସାରିଛନ୍ତି। ଗତ ଏକ କିମ୍ବା ଦୁଇ ବର୍ଷ ମଧ୍ୟରେ ଭାରତରେ ବୈଦ୍ୟୁତିକ ଯାନଗୁଡିକ ବହୁତ ଲୋକପ୍ରିୟ ହୋଇଛି । ଇଲେକ୍ଟ୍ରିକ୍ କାର ଠାରୁ ଆରମ୍ଭ କରି ଇଲେକ୍ଟ୍ରିକ୍ ସ୍କୁଟରର ଅଧିକମାତ୍ରାରେ ବିକ୍ରି ଏହାର ପ୍ରମାଣ ଅଟେ।

କେନ୍ଦ୍ର ସରକାର ସମେତ ସମସ୍ତ ରାଜ୍ୟ ସରକାର ବୈଦ୍ୟୁତିକ ଯାନ କିଣିବା ପାଇଁ ଲୋକଙ୍କୁ ସବସିଡି ଏବଂ ଅନ୍ୟାନ୍ୟ ରିହାତି ପ୍ରଦାନ କରୁଛନ୍ତି। ବର୍ତ୍ତମାନ ଏହି କ୍ରମରେ ଏକ ନୂଆ ଯୋଜନାକୁ ନେଇ ଚର୍ଚ୍ଚା ହେଉଛି। ତାହା ହେଉଛି ବୈଦ୍ୟୁତିକ ରାସ୍ତା।

ଲୋକଙ୍କ ମଧ୍ୟରେ ଏମିତି କିଛି ବର୍ଗ ଅଛନ୍ତି ଯେଉଁମାନେ ବିଶ୍ବାସ କରୁଛନ୍ତି କି ‌ ବୈଦ୍ୟୁତିକ ରାସ୍ତା ସେହି ଅଭାବକୁ ଦୂର କରିପାରିବ, ଯାହା ବୈଦ୍ୟୁତିକ ଯାନ ଦ୍ୱାରା ସମ୍ଭବ ନୁହେଁ । ଜର୍ମାନୀର କାର କମ୍ପାନି ଭୋଲ୍ସୱେଗେନ ସମେତ ବିଶ୍ବର ଅନେକ କମ୍ପାନି ବୈଦ୍ୟୁତିକ ରାସ୍ତା ଉପରେ କାମ କରୁଛନ୍ତି । ଭଲଭୋ ଏଥିପାଇଁ ଏକ ଡିଜାଇନ୍ ମଧ୍ୟ ପ୍ରସ୍ତୁତ କରିଛି ।

କିଛି ବର୍ଷ ପୂର୍ବେ ସ୍ୱଡେନର ଷ୍ଟକହୋମରେ ବୈଦ୍ୟୁତିକ ରାସ୍ତା ନିର୍ମାଣ କରାଯାଇଛି। ପ୍ରଥମେ ଏହା ପରୀକ୍ଷାମୂଳକ ଭାବେ ରାସ୍ତାପାର୍ଶ୍ବରେ କିଛି କିଲୋମିଟର ପାଇଁ ପ୍ରସ୍ତୁତ ହୋଇଥିଲା । ବର୍ତ୍ତମାନ ପ୍ରାୟ ୩୦୦୦ କିଲୋମିଟର ଲମ୍ବା ଏଭଳି ରାଜପଥ ନିର୍ମାଣ କରିବାକୁ ସ୍ୱଡେନ ପ୍ରସ୍ତୁତ ହେଉଛି। ଚଳିତ ବର୍ଷ ଆମେରିକାର ଏକ ସହରରେ ବୈଦ୍ୟୁତିକ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଭାରତରେ ବି ଏଦିଗରେ କାମ କରିବା ପାଇଁ  ଯୋଜନା ଚାଲିଛି।

ସମ୍ବନ୍ଧିତ ଖବର