ନୂଆଦିଲ୍ଲୀ: ଆଜି, ଆମେ ଏପରି ଏକ ରୋଗ ବିଷୟରେ ଆଲୋଚନା କରିବା ଯାହା ବିଷୟରେ ଅନେକ ଲୋକ ଜାଣନ୍ତି ନାହିଁ। 'ହାଇୱେ ହିପ୍ନୋସିସ୍' ହେଉଛି ଏକ ଏଭଳି ସମସ୍ୟା ଯାହା ହାଇୱେରେ ଗାଡ଼ି ଚଲାଇବା ସମୟରେ ଘଟେ, ଯାହା ଆପଣଙ୍କ ମନରେ ଏବଂ ଆଖିରେ ଏକ ଅଜବ ଖେଳ ସୃଷ୍ଟି କରେ। ଦୀର୍ଘ ସମୟ ଧରି ହାଇୱେର ଲମ୍ବା ରାସ୍ତା ଦେଖିବା ଦ୍ୱାରା ଜଣେ ବ୍ୟକ୍ତି ନିଜର ହୋଶ ହରାଇପାରେ ଏବଂ କ'ଣ ଘଟୁଛି ତାହା ଜାଣି ପାରେ ନାହିଁ। ଏହି ଅବସ୍ଥା ଅନେକ ସମୟରେ ଦୁର୍ଘଟଣାର କାରଣ ପାଲଟେ। ତେଣୁ, ଆସନ୍ତୁ ଜାଣିବା ଏହି ରୋଗ କ'ଣ ଏବଂ ଏହାକୁ କିପରି ରୋକାଯାଇପାରିବ।
'ହାଇୱେ ହିପ୍ନୋସିସ୍' କିମ୍ବା 'ଡ୍ରାଇଭିଂ ହିପ୍ନୋସିସ୍', ସେତେବେଳେ ଘଟେ ଯେତେବେଳେ ଜଣେ ଡ୍ରାଇଭର ଗାଡ଼ି ଚଲାଇବା ସମୟରେ ସେ କ'ଣ କରୁଛନ୍ତି ତାହା ଭୁଲିଯାଆନ୍ତି। 'ହାଇୱେ ହିପ୍ନୋସିସ୍' ହେଲେ ଜଣେ ବ୍ୟକ୍ତି କିଛି କିଲୋମିଟର ଧରି ଗାଡ଼ି ଚଲାଇ ଆଗକୁ ଚାଲିଯାଇଥିଲେ ବି ଏତେ ବାଟ ଆସିଗଲେଣି ବୋଲି ଜାଣି ପାରନ୍ତି ନାହିଁ। ତାଙ୍କର କିଛି ମନେ ନଥାଏ। ଆପଣଙ୍କ ସହିତ ମଧ୍ୟ ଏହା ଘଟିଥିବ। ଆପଣ ଗାଡ଼ି ଚଳାଉଥିବେ ଏବଂ ଷ୍ଟିଅରିଂ ବା ବାଇକ୍ର ହ୍ୟାଣ୍ଡେଲ ନିୟନ୍ତ୍ରଣରେ ଥିବ, ତଥାପି ଆପଣଙ୍କ ଚାରିପାଖରେ ଘଟୁଥିବା ଘଟଣା ବିଷୟରେ ଆପଣ କିଛି ଜାଣି ପାରୁନଥିବେ। କିଛି ବାଟ ଯିବା ପରେ ଆପଣ ଅନୁଭବ କରିବେ ଯେ, ଆସି ସାରିଥିବା ୫କିଲୋମିଟର ରାସ୍ତା ଆପଣଙ୍କର ମନେ ନାହିଁ। ଆପଣ କେମିତି ଅନ୍ୟମନସ୍କ ହୋଇ ଏତେବାଟ ଚାଲିଆସିଲେ ବୋଲି ନିଶ୍ଚୟ ଭାବୁଥିବେ। ତେବେ ଏଭଳି ହେବା ପଛରେ ଅନେକ କାରଣ ରହିଛି।
ହାଇୱେ ହିପ୍ନୋସିସ୍ର କାରଣ
ନିରନ୍ତର ଗାଡି ଚଳାଇଲେ, ଠିକ୍ ଭାବରେ ନଶୋଇଲେ ଏବଂ ଏକ ଏଭଳି ରାସ୍ତାରେ ଗାଡ଼ି ଚଳାଇଲେ, ଯେଉଁଠି ଗାଡ଼ି ଚଳାଇବା କଷ୍ଟକର ଲାଗୁଥାଏ। ଏଭଳି ସ୍ଥିତିରେ ମନ ସ୍ୱୟଂଚାଳିତ ମୋଡ୍କୁ ଚାଲିଯାଏ। ଆପଣ ରାସ୍ତାକୁ ଦେଖୁଥାନ୍ତି ସତ, ହେଲେ କେତେ ଦୂର ଆସିଗଲେଣି ତାହା ଜାଣିପାରନ୍ତି ନାହିଁ।
ଏହାକୁ ରୋକିବାର ଉପାୟ
ଯଦି ଆପଣଙ୍କୁ ଗାଡ଼ିରେ ଦୂର ବାଟ ଯାତ୍ରା କରିବାର ଅଛି, ତେବେ ସର୍ବପ୍ରଥମେ ଠିକ୍ ଭାବରେ ଶୋଇ ନିଦ ପୂରା କରନ୍ତୁ। ହାଇୱେ ହିପ୍ନୋସିସ୍ ହେଉଥିବା ଜାଣିଲେ ଗାଡି ଚଲାନ୍ତୁ ନାହିଁ। ପ୍ରତି ଗୋଟିଏ କିମ୍ବା ଦୁଇ ଘଣ୍ଟାରେ ବିରତି ନିଅନ୍ତୁ। ବାରମ୍ବାର ପାଣି କିମ୍ବା ଜୁସ୍ ପିଅନ୍ତୁ। ନିଦ ନଲାଗିବା ପାଇଁ ଚା କିମ୍ବା କଫି ପିଉ ରଖନ୍ତୁ। ସବୁବେଳେ ପଛ ଦୃଶ୍ୟ ଦିଶୁଥିବା ଦର୍ପଣ ଉପରେ ନଜର ରଖନ୍ତୁ। ଉଚ୍ଚ ସ୍ୱରରେ ସଂଗୀତ ଶୁଣନ୍ତୁ। ନୀରବ ଏବଂ ଧୀର ସଂଗୀତ ଶୁଣନ୍ତୁ ନାହିଁ। କାରଣ ଏହା ଆପଣଙ୍କୁ ନିଦ୍ରାଗ୍ରସ୍ତ କରିପାରେ। ମଦ୍ୟପାନ କରନ୍ତୁ ନାହିଁ। ଯାତ୍ରା କରିବା ସମୟରେ ଅତ୍ୟଧିକ ଖାଆନ୍ତୁ ନାହିଁ, କାରଣ ଏହାଦ୍ବାରା ନିଦ ଲାଗିପାରେ। ଯଦି ଆପଣଙ୍କର ଏହି ପ୍ରକାରର ରୋଗ ଅଛି, ତେବେ ରାତିରେ ନୁହେଁ, ଦିନରେ ଯାତ୍ରା କରିବାକୁ ଚେଷ୍ଟା କରନ୍ତୁ।
highway-hypnosis
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/09/25/accident-2025-09-25-13-28-24.jpg)