Advertisment
ବିଶେଷ

ଅଧ୍ୟୟନରୁ ମିଳିଲା ନୂଆ ତଥ୍ୟ: ଶାଢ଼ି ପିନ୍ଧିଲେ ହୋଇପାରେ କ୍ୟାନ୍ସର୍‌!

ଶାଢ଼ି ପିନ୍ଧିବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରିଥାନ୍ତି। ହେଲେ ଶାଢିକୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଭୟଭୀତ କରିଛି । ଆପଣ ଶୁଣିଲେ ଆଶ୍ଚର୍ୟ୍ୟ ହେବେ ଯେ ଶାଢି ପିନ୍ଧିଲେ ହୋଇପାରେ କ୍ୟାନ୍ସର।

 ଅଧ୍ୟୟନରୁ ମିଳିଲା ନୂଆ ତଥ୍ୟ: ଶାଢ଼ି ପିନ୍ଧିଲେ ହୋଇପାରେ କ୍ୟାନ୍ସର୍‌!

ନୂଆଦିଲ୍ଲୀ: ଶାଢ଼ି ପିନ୍ଧିବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରିଥାନ୍ତି । ସେ ଭାରତୀୟ ମହିଳା ହୁଅନ୍ତୁ କି ବିଦେଶିନୀ। ଶାଢ଼ି ପିନ୍ଧିବା ସମସ୍ତଙ୍କ ପସନ୍ଦ। କିନ୍ତୁ ଶାଢିକୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଭୟଭୀତ କରିଛି । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଶାଢ଼ି ପିନ୍ଧିଲେ ହୋଇପାରେ ଚର୍ମ କ୍ୟାନ୍ସର। ଏକ ଅଧ୍ୟୟନରେ ଡାକ୍ତରମାନେ ଏହି ଖୁଲାସା କରିଛନ୍ତି ଯେ, ଶାଢି ପିନ୍ଧିଲେ ପେଟିକୋଟ୍‌ ପିନ୍ଧିବାକୁ ହୋଇଥାଏ। ମହିଳାମାନେ ପୋଟିକୋଟ୍‌କୁ ଟାଇଟ୍ କରି ପିନ୍ଧିଥାଆନ୍ତି। ଏହା ଦୀର୍ଘ ସମୟ ଚର୍ମକୁ ଲାଗି ରହିଥାଏ। ଫଳରେ ସେଠାରେ ଅଲସର୍‌ ହୋଇ ତା’ କାରଣରୁ କ୍ୟାନ୍ସର ହେବାର ଆଶଙ୍କା ଦେଖାଦେଇଥାଏ। ଅଧ୍ୟୟନରେ ଡାକ୍ତର ଦୁଇ ମହିଳାଙ୍କଠାରେ ପେଟିକୋଟ୍‌ କ୍ୟାନ୍ସର ଦେଖିବାକୁ ମିଳିଥିବା କହିଛନ୍ତି।

Advertisment

ମହିଳାମାନେ ବର୍ଷ ବର୍ଷ ଧରି ଗୋଟିଏ ଢଙ୍ଗରେ ଶାଢି ପିନ୍ଧିଥାନ୍ତି । ପ୍ରଥମେ ସାୟା ଆଉ ତା’ ଉପରେ ଶାଢି ପିନ୍ଧିଥାନ୍ତି । ପ୍ରାୟତଃ ସାୟା ଡୋରିକୁ ଅଣ୍ଟାରେ ଟାଇଟ୍ କରି ବାନ୍ଧିବା ପରେ ଶାଢି ପିନ୍ଧାଯାଏ । ଏହି ସାୟା ଡୋରି ହିଁ ଅଣ୍ଟାରେ ଚାପ ସୃଷ୍ଟି କରିବା ସହ ଚର୍ମ କ୍ୟାନ୍ସର ହେବାର ମୁଖ୍ୟ କାରଣ ପାଲଟିଥାଏ ବୋଲି ଡାକ୍ତର ମତ ପୋଷଣ କରିଛନ୍ତି । ହେଲେ ସାୟା ଡୋରିରେ କେମିତି ହେଉଛି କ୍ୟାନ୍ସର ?

ସୂଚନା ମୁତାବକ, ସାୟା ଡୋରିକୁ ଅଣ୍ଟାରେ ଟାଇଟ୍ କରି ବହୁତ ସମୟ ଧରି ବାନ୍ଧି ରଖିବା ଦ୍ୱାରା ସେ ସ୍ଥାନରେ ଅଲସର ହୋଇଥାଏ, ଆଉ ତା ପରେ କ୍ୟାନ୍ସରରେ ପରିଣତ ହୋଇଥାଏ । ସାୟା ଡୋରି ଓ ପେଟିକୋଟ୍‌ ଟାଇଟ୍‌ ହୋଇରହିବାରୁ ସେଠାରେ ଝାଳ ସୃଷ୍ଟି ହୋଇଥାଏ। ପୁଣି ସେଇସ୍ଥାନରେ ସୂର୍ଯ୍ୟକିରଣ ପଡ଼ୁ ନଥିବାରୁ ଓ ବାୟୁଚଳାଚଳ ହେଉନଥିବାରୁ ଝାଳ ବୋହି ଚର୍ମ ଉପରେ ଜମା ହୋଇ ସଂକ୍ରମଣ କରାଇଥାଏ। କ୍ରମଶଃ ଏହା ବୃଦ୍ଧି ପାଇ ଚର୍ମ କ୍ୟାନସର୍ ଆଡ଼କୁ ଗତି କରିଥାଏ। ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶ ପାଇଥିବା ରିପୋର୍ଟରେ ଜଣେ ୭୦ ବର୍ଷୀୟ ମହିଳା ଏବଂ  ଅନ୍ୟ ଜଣେ ୬୦ବର୍ଷୀୟ ମହିଳାଙ୍କୁ ପେଟିକୋଟ୍‌ କ୍ୟାନ୍ସର ହୋଇଥିବା କୁହାଯାଇଛି । ସାୟା ଭିଡ଼ିକି ବାନ୍ଧିବା ଦ୍ୱାରା  ୭୦ ବର୍ଷୀୟ ମହିଳାଙ୍କର ଅଣ୍ଟା ହାଡ ଓ ଚର୍ମରେ ଅଲସର ହେବା ପରେ ଏହା କ୍ୟାନ୍ସରରେ ପରିଣତ ହୋଇଥିଲା । ସେହିପରି  ଅନ୍ୟ ଜଣେ ୬୦ ବର୍ଷୀୟ ମହିଳାଙ୍କୁ ବି ଏଭଳି ଭାବେ କ୍ୟାନ୍ସର ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି ।  

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ ରିସର୍ଚ୍ଚର ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏହି କ୍ୟାନ୍ସର କେବଳ ଶାଢ଼ି ପିନ୍ଧୁଥିବା ମହିଳାଙ୍କ ସାୟା ଡୋରରୁ ନୁହେଁ, ସାଲୱାର କମିଜରୁ ବି ହୋଇଥାଏ । ସାଲୱାର ପ୍ୟାଣ୍ଟ ଡୋର ଜୋରରେ ବାନ୍ଧିବା ଦ୍ୱାରା ମଧ୍ୟ ଏହି ଧରଣର କ୍ୟାନ୍ସର ଆଶଙ୍କା ଦେଖାଯାଉଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଏଥିରୁ ବର୍ତ୍ତିବା ପାଇଁ ହାଲୁକା ଏବଂ ଢ଼ିଲା କପଡ଼ା ପିନ୍ଧିବା ଆବଶ୍ୟକ। ଡୋରକୁ ଅଣ୍ଟାରେ ଟାଇଟ୍ କରି ବାନ୍ଧିବା ଏହି ଶ୍ରେଣୀର ଚର୍ମ କ୍ୟାନ୍ସରର ପ୍ରଥମ କାରଣ ବୋଲି  ଡାକ୍ତର କହିଛନ୍ତି । ତେବେ ସବୁଠୁ ବଡ କଥା ହେଲା ମହିଳାମାନେ ଶାଢି ପିନ୍ଧିଲା ବେଳେ ‌ପେଟିକୋଟ୍‌ ଓ ସାୟା ଡୋରକୁ ଟିକେ ଯତ୍ନର ସହ ବାନ୍ଧିବା ଆବଶ୍ୟକ।

Advertisment
ସବସ୍କ୍ରାଇବ କରନ୍ତୁ