ଆଜି ଥିଲା କୁମ୍ଭ ମେଳାର ପ୍ରଥମ ଶାହୀ ସ୍ନାନ : ଏହା କଣ ଜାଣନ୍ତୁ

ପ୍ରୟାଗରାଜ : ଆଜିଠାରୁ ଆରମ୍ଭ ହୋଇଛି ଗଙ୍ଗା-ଯମୁନା ଓ ପୌରାଣିକ ସରସ୍ୱତୀ ନଦୀର ପବିତ୍ର ସଂଗମ ତଟରେ ବିଶ୍ୱର ସବୁଠୁ ବଡ଼ ଧାର୍ମିକ ସମାବେଶ କୁମ୍ଭ ମେଳା । ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ପ୍ରଥମ ଶାହୀ ସ୍ନାନ ଅନୁଷ୍ଠିତ ହୋଇଥିଲା । ତେବେ ଏହି ଶାହୀ ସ୍ନାନ କଣ ?

କୁମ୍ଭ ମେଳା ଅବସରରେ ନାଗା ସାଧୁ ଓ ଅନ୍ୟ ସାଧୁ ମାନେ ପ୍ରଥମେ ସ୍ନାନ କରନ୍ତି । ଏହାକୁ ଶାହୀ ବା ରାଜଯୋଗୀ ସ୍ନାନ ବୋଲି କୁହାଯାଏ । ବିଭିନ୍ନ ଆଖଡ଼ାର ଏକ ନିର୍ଦ୍ଦିଷ୍ଟ କ୍ରମ ଅନୁସାରେବିଭିନ୍ନ ଆଖଡ଼ା ର ସାଧୁମାନେ ନିଜର ନିଜର ଶିଷ୍ୟ ଓ ରାଜକୀୟ ପଟୁଆର ସ୍ନାନ କରିଥାନ୍ତି । ଏକ ଆଖଡ଼ାର ମୁଖ୍ୟ ସାଧୁ ହାତୀ, ଘୋଡା ବା ପାଲିଙ୍କିରେ ବିଭିନ୍ନ ଅଳଙ୍କାର, ଅସ୍ତ୍ରଶସ୍ତ୍ର ସହ ଏକ ପଟୁଆରରେ ଆସି ସ୍ନାନ କରନ୍ତି ।

ଏହି ଶାହୀ ସ୍ନାନର ପରମ୍ପରା କେବେ ଆରମ୍ଭ ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ କେତେକ ଐତିହାସିକଙ୍କ ମତରେ ବାରମ୍ବାର ଦେଶକୁ ବୈଦେଶିକ ଶକ୍ତିଙ୍କ ଆକ୍ରମଣ ଫଳରେ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ସାଧୁସନ୍ଥମାନେ ଅସ୍ତ୍ରଧରି ଯୁଦ୍ଧ କଲେ । ଯୁଦ୍ଧରେ ନରହତ୍ୟା ଯୋଗୁଁ ହେଉଥିବା ପାପ ଧୋଇବା ପାଇଁ ଏହି ସ୍ନାନ କରାଯାଏ । ବ୍ରାହ୍ମ ମୂହୂର୍ତ୍ତର ଏକ ନିର୍ଦ୍ଦିଷ୍ଟ ସମୟରେ ଏହି ସ୍ନାନ ଆରମ୍ଭ ହୁଏ । ତେବେ କିଏ ଆଗ ସ୍ନାନ କରିବ ତାହାକୁ ନେଇ ଅନେକ ସମୟରେ ବିଭିନ୍ନ ଗୋଷ୍ଠୀର ସାଧୁଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥାଏ । ଏହାକୁ ରୋକିବାକୁ ବ୍ରିଟିଶ ଶାସନ ସମୟରେ ବ୍ରିଟିସ ସରକାର ବିଭିନ୍ନ ଆଖଡାର ସ୍ନାନ ପାଇଁ କ୍ରମ ସ୍ଥିର କଲେ । ସେହି ପରମ୍ପରା ଏବେ ବି ଚାଲୁଛି । ସାଧୁ ସନ୍ଥଙ୍କ ଶାହୀ ସ୍ନାନ ପରେ ସାଧାରଣ ଲୋକମାନେ ସ୍ନାନ କରନ୍ତି ।

ସମ୍ବନ୍ଧିତ ଖବର