ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର ୨୨ରୁ ନବରାତ୍ରି ଆରମ୍ଭ ହେବାକୁ ଯାଉଛି। ସାରା ଦେଶ ମା'ଙ୍କ ଭକ୍ତିରେ ବୁଡ଼ିବା ସହ ପୀଠରୁ ନେଇ ପେଣ୍ଡାଲ ପର୍ଯ୍ୟନ୍ତ ଆଲୋକିତ ହେବାକୁ ଯାଉଛି। ଆଉ ମାତ୍ର କେଇଟା ଦିନ ପରେ ମା’ ଏହି ଧରାପୃଷ୍ଠରେ ବିରାଜିବେ ଏବଂ ନିଜ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ପୂଜା ପେଣ୍ଡାଲ ଓ କମିଟି ଉଭୟ ପ୍ରସ୍ତୁତ ହେଲେଣି। ତେବେ ନବରାତ୍ରୀରେ ମା’ଙ୍କ ଆଗମନର ଖୁସି ସହ ଲୋକଙ୍କ ମନରେ ଦାଣ୍ଡିଆକୁ ନେଇ ଉତ୍ସାହ ରହିଥାଏ। ୯ଦିନ ଧରି ବିଭିନ୍ନ ସ୍ଥାନରେ ବଡ଼ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଲୋକେ ଦଣ୍ଡିଆ ଖେଳିଥାନ୍ତି। ଗୁଜରାଟରୁ ଆରମ୍ଭ ହୋଇଥିବା ଏହି ନାଚ ଏବେ ଦେଶ ଏବଂ ବିଦେଶରେ ଲୋକପ୍ରିୟ ହେଲାଣି। ତେବେ ନବରାତ୍ରୀରେ କାହିଁକି ଲେ‌ାକେ ଗରବା କରିବା ସହ ଦାଣ୍ଡିଆ ଖେଳନ୍ତି ଓ ଏହାର ଇତିହାସ କ’ଣ ଆସନ୍ତୁ ଜାଣିବା। 

Advertisment

Best dandiya nights in Delhi you must attend this Navratri 2024

୯ଦିନରେ ମା'ଙ୍କ ନଅଟି ରୂପର ପୂଜା କରାଯାଏ। ନବରାତ୍ରି ସମୟରେ ଗରବା ଏବଂ ଦାଣ୍ଡିଆ ଖେଳା ନଗଲେ ନବରାତ୍ରି ପର୍ବ ଅଧୁରା ଲାଗେ। ତେବେ ନବରାତ୍ରିରେ ଏହା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଆପଣ ଜାଣନ୍ତି କି? 

ଯଦି ଆମେ ଗରବା ବିଷୟରେ କହିବା ତେବେ ଏହାର ଆକ୍ଷରିକ ଅର୍ଥ ହେଉଛି 'ଗର୍ଭ' କିମ୍ବା 'ଭିତରର ଦୀପ'। ଏହାକୁ ଦେବୀଙ୍କ ପୂଜାର ପ୍ରତୀକ ଭାବରେ ବିବେଚନା କରାଯାଏ। ନବରାତ୍ରି ପର୍ବ ସମୟରେ ଏକ ମାଟି ପାତ୍ରରେ ଦୀପ ଜଳାଯାଏ, ଯାହାକୁ 'ଗରବି' କୁହାଯାଏ। ଏହି ପାତ୍ରକୁ ମା’ ଦୁର୍ଗାଙ୍କ ଶକ୍ତି ଏବଂ ଉର୍ଜାର ସ୍ବରୂପ ଭାବରେ ବିବେଚନା କରାଯାଏ। ଲୋକମାନେ ଏହା ଚାରିପାଖରେ ନୃତ୍ୟ କରନ୍ତି, ଯାହା ଜୀବନ ଏବଂ ଶକ୍ତିର ଚକ୍ରକୁ ଦର୍ଶାଏ। ସବୁଠୁ ବଡ଼ କଥା ହେଲା ମା'ଙ୍କ ଲୋକପ୍ରିୟ ଗୀତରେ ହିଁ ଗରବା ନୃତ୍ୟ ପରିବେଷଣ କରାଯାଏ। ହେଲେ ଏବେ ଅନେକ ସ୍ଥାନରେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପରିତାପର ବିଷୟ ଭକ୍ତିର ଏହି ପର୍ବ କେବେ କେ‌ବେ ମସ୍ତିରେ ପରିଣତ ହେଉଯାଉଛି।

Amdavadis, Bookmark These 8 Exciting Dandiya & Garba Events In Ahmedabad To  Dance The Night Away | Curly Tales

ଯଦି ଆମେ ଦାଣ୍ଡିଆ ନାଚ ବିଷୟରେ କହିବା ତେବେ ଦାଣ୍ଡିଆକୁ ରାକ୍ଷସ ମହିଷାସୁରର ବଧ ସମୟରେ ଦେବୀ ଦୁର୍ଗା ବ୍ୟବହାର କରିଥିବା ତ୍ରିଶୂଳର ପ୍ରତୀକ ଭାବରେ ବିବେଚନା କରାଯାଏ। ଦାଣ୍ଡିଆରେ ବ୍ୟବହୃତ କାଠିକୁ ଦେବୀ ଦୁର୍ଗାଙ୍କ ତ୍ରିଶୂଳ ବୋଲି କୁହାଯାଏ, ଯିଏ କୁକାର୍ଯ୍ୟ ବିନାଶର ପ୍ରତୀକ। ଏହି ନୃତ୍ୟ କରି ଦେବୀ ଦୁର୍ଗା ଏବଂ ନବରାତ୍ରିର ନଅ ରାତି ସମୟରେ ପୂଜା ପାଉଥିବା ତାଙ୍କର ୯ଟି ରୂପକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ କରାଯାଏ।

ତେବେ ଦାଣ୍ଡିଆର ଉତ୍ପତ୍ତି ଗୁଜୁରାଟରେ ହୋଇଥିଲା। ନବରାତ୍ରି ମହୋତ୍ସବ ସମୟରେ ଦେବୀ ଦୁର୍ଗାଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଭକ୍ତିପୂର୍ଣ୍ଣ ନୃତ୍ୟ ଆରମ୍ଭ ହୋଇଥିଲା, ଯାହା ଖରାପ ଉପରେ ଭଲର ବିଜୟର ପ୍ରତୀକ। "ତରବାରୀ ନୃତ୍ୟ" ନାମରେ ପରିଚିତ ଏହି ନୃତ୍ୟରେ ଅଂଶଗ୍ରହଣକାରୀମାନେ ପରସ୍ପରର ବାଡ଼ିକୁ ବାଡ଼ାଇବା ପାଇଁ "ଦାଣ୍ଡିଆ" ନାମକ ବାଡ଼ି ବ୍ୟବହାର କରନ୍ତି। ଏହି ସମୟରେ ସେମାନେ ଗୋଲାକାର ଭାବେ ବୁଲି ନୃତ୍ୟ କରିଥାନ୍ତି।

Graceful Garba Dance: Young Indian Girl in Traditional Attire Celebrates  Navratri with Joyful Twirls Stock Photo - Image of celebration, joyful:  337531940

ଗୁଜରାଟରୁ ଆରମ୍ଭ ହୋଇଥିବା ଏହି ନୃତ୍ୟ ଏବେ ସାରା ବିଶ୍ବରେ ଲୋକପ୍ରିୟ। ବିଦେଶରେ ରହୁଥିବା ଭାରତୀୟମାନେ ନବରାତ୍ରି ସମୟରେ ଗରବା କରିବା ସହ ଦାଣ୍ଡିଆ ଖେଳୁଥିବାର ଦେଖିବାକୁ ମିଳେ। ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ ଏହାର ଲୋକପ୍ରିୟତା ବଢ଼ୁଛି। ଯଦି ଆମେ ଓଡ଼ିଶା କଥା କହିବା ତେବେ ବିଗତ କିଛି ବର୍ଷ ମଧ୍ୟରେ ଦାଣ୍ଡିଆ ଖେଳର କ୍ରେଜ୍ ବଢ଼ିଛି। ବିଭିନ୍ନ ହୋଟେଲ ଓ ଖୋଲା ପଡ଼ିଆରେ ଦାଣ୍ଡିଆ ଖେଳ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ସବୁଠି ଖଚାଖଚ ଭିଡ଼ ଦେଖିବାକୁ ମିଳୁଛି।