ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକ‌େଶ ଅମ୍ବାନୀଙ୍କ ଘର କୌଣସି ମହଲ ଠାରୁ କମ୍ ନୁହେଁ। ମୁକେଶ ଅମ୍ବାନୀଙ୍କ ପରିବାର ଯେଉଁ ଘରେ ବସବାସ କରନ୍ତି ତାହାର ନାମ ଆଣ୍ଟିଲିଆ।

Advertisment

ମୁକେଶ ଅମ୍ବାନୀଙ୍କ ଘର ନାମ ଆଣ୍ଟିଲିଆ କାହିଁକି ହେଲା ତାହା  ବିଷୟରେ ଅନେକ ଲୋକ ଜାଣି ନାହାନ୍ତି। କୁହାଯାଏ ଆଟଲାଣ୍ଟିକ ମହାସାଗରର ଏକ ପୌରାଣିକ ଦ୍ବୀପ ନାମରେ ମୁକେଶଙ୍କ ଘର ନାମ ଆଟଲାଣ୍ଟିକ ରଖାଯାଇଛି। ଆଣ୍ଟିଲିଆ ପର୍ତ୍ତୁଗାଲ ଶବ୍ଦ ଏଣ୍ଟେ ଇଲାହା ଶବ୍ଦରୁ ନିଆଯାଇଛି। ଯାହାର ଅର୍ଥ ‘ଫୋର ଆଇଲ୍ୟାଣ୍ଡ‘,‘ଆଇଲ୍ୟାଣ୍ଡ ଅଫ ଦ ଅଦର’ ଓ ‘ଅପୋଜିଟ ଅଫ ଆଇଲ୍ୟାଣ୍ଡ’ ହୋଇଥାଏ।

ମୁମ୍ବାଇସ୍ଥିତ ଆଣ୍ଟିଲିଆର ଉଚ୍ଚତା ୨୭ ମହଲା ବିଶିଷ୍ଟ ହୋଇଥିବା ବେଳେ ଘର ୪,୦୦,୦୦୦ ସ୍କୋୟର ଫୁଟରେ ତିଆରି ହୋଇଛି।  ୨୦୧୦ରେ ଆଣ୍ଟିଲିଆ ନିର୍ମିତ ହୋଇଥିଲା। ଏହାକୁ ନେଇ ଦେଶ ତଥ‌ା ଦେଶ ବ‌ାହାରେ ଲୋକେ  ଖୁବ ଚର୍ଚ୍ଚା କରିଥିଲେ। ଏମିତି କି ଆଣ୍ଟିଲିଆକୁ ଦେଖିବା ପାଇଁ ଘର ସ‌ାମ୍ନାରେ ଲୋକଙ୍କ ଭିଡ଼ ବି ଲାଗିଥିଲା। ଏବେ ବି ଅନେକ ଲୋକ ଆଣ୍ଟିଲିଆକୁ ଦେଖିବା ପାଇଁ ଭିଡ଼ ଜମାଇଥାଆନ୍ତି।

୨୭ମହଲା ବିଶିଷ୍ଟ ମୁକେଶଙ୍କ ଘରେ ୬ଟି ମହଲା କେବଳ ପାର୍କିଂ ପାଇଁ ରହିଛି। ଏକା ସହିତ ଏଠାରେ ୧୬୮ଟି କାର ପାର୍କିଂ ହୋଇପାରିବ। ମୁକେଶଙ୍କ ଆଣ୍ଟିଲିଆ ପାଖାପାଖି ୧୧ହଜାର କୋଟି ଟଙ୍କାରେ ନିର୍ମିତ ହୋଇଛି।