ଜାଣନ୍ତୁ ପ୍ରଧାନମନ୍ତ୍ରୀ ଏବଂ ସାଂସଦମାନଙ୍କ ମାସିକ ଦରମା କେତେ? ଅବସର ନେବା ପରେ ମିଳିଥାଏ ଅନେକ ସୁବିଧା

ନୂଆଦିଲ୍ଲୀ : ଆଜି ରାଷ୍ଟ୍ରପତି ଭବନଠାରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଭବ୍ୟ ସମାରୋହରେ ବଡ଼ ବଡ଼ ନେତାମାନଙ୍କୁ ଦେଖିବାକୁ ମିଳିଥିବା ବେଳେ ସହିଦ୍‌ମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ସମାରୋହଟି ସଂନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ୮ଟା ୩୦ରେ ସରିଥିବା ବେଳେ ନିମନ୍ତ୍ରଣ କରାଯାଇଥିବା ଅତିଥିମାନଙ୍କ ପାଇଁ ଶାହି ଭୋଜନର ବ୍ୟବସ୍ଥା କରାଯାଇଥିଲା । ତେବେ ଏତେ ସବୁ ବିଷୟରେ ଆପଣଙ୍କୁ ପୂର୍ବରୁ ସୂଚନା ଦିଆ ଯାଇ ସାରିଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ ଏବଂ ସାଂସଦମାନଙ୍କ ମାସିକ ଦରମା କେତେ, ତାହା ଜାଣିଛନ୍ତି କି? ଆଜି ଆମେ ଆପଣଙ୍କୁ ସେ ବିଷୟରେ ଜଣାଇବୁ……

ଭାରତର ପ୍ରଧାନମନ୍ତ୍ରୀଙ୍କ ମାସିକ ଦରମା ୧.୬୦ଲକ୍ଷ । ମାସିକ ଦରମାକୁ ଛାଡ଼ି ଦେଲେ ପ୍ରଧାନମନ୍ତ୍ରୀଙ୍କୁ ୨,୦୦୦ଟଙ୍କା ଦୈନିକ ଭତ୍ତା ମିଳିଥାଏ । ଏହା ଛଡ଼ା ତାଙ୍କୁ ୪୫,୦୦୦ଟଙ୍କା ନିର୍ବାଚନୀ କ୍ଷେତ୍ରର ଭତ୍ତା ହିସାବରେ ମଧ୍ୟ ମିଳିଥାଏ । ଅବସର ନେବା ପରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ମାସିକ ୨୦,୦୦୦ଟଙ୍କା ପେନ୍‌ସନ୍‌ ସହ ଦିଲ୍ଲୀରେ ଏକ ବଙ୍ଗଳା, ଜଣେ ପିଏ ସହ ଜଣେ ଚପରାସୀ ଦିଆଯାଇଥାଏ । ଅବସର ନେବା ପରେ ପ୍ରଧାନମନ୍ତ୍ରୀ ମାଗଣାରେ ଟ୍ରେନ ବା ବିମାନ ଯାତ୍ରା କରିଥାନ୍ତି । ପ୍ରତି ବର୍ଷ ଅଫିସ ଖର୍ଚ୍ଚ ବାବଦରେ ତାଙ୍କୁ ୬,୦୦୦ଟଙ୍କା ମଧ୍ୟ ଦିଆ ଯାଇଥାଏ ।

oneindia.com

ସେହିଭଳି ଭାବରେ ଦେଶର ସବୁ ସାଂସଦମାନଙ୍କ ମାସିକ ଦରମା ୧,୦୦,୦୦୦ଟଙ୍କା ଥିବା ସହ ୪୫,୦୦୦ଟଙ୍କା ନିବାଚନୀ ଭତ୍ତା ବାବଦରେ ଦିଆଯାଇଥାଏ ।

ସମ୍ବନ୍ଧିତ ଖବର