ନୂଆଦିଲ୍ଲୀ: ଗତ ଗୁରୁବାର ସାରା ଦେଶରେ ବିଜୟାଦଶମୀ ପର୍ବ ଧୁମଧାମରେ ପାଳନ କରାଯାଇଛି। ଦଶହରା ଦିନ ଲଙ୍କାପତି ରାବଣଙ୍କ ପ୍ରତିମୂର୍ତ୍ତି ଦହନ କରାଯିବାର ବିଶେଷ ପରମ୍ପରା ରହିଛି। ଗତକାଲି ଦେଶର ବିଭିନ୍ନ ସ୍ଥାନରେ ବିରାଟ ବିରାଟ ରାବଣ ଦହନ କରାଯାଇଛି। କିଛିସ୍ଥାନରେ ଠିକ ରାବଣ ପୋଡ଼ି ସମୟରେ ବର୍ଷା ହୋଇଥିଲା। ତେବେ ରାବଣ ପୋଡ଼ି ସମୟରେ ଯଦି ବର୍ଷା ହୁଏ ତେବେ ଏହା ସମାଜକୁ କ’ଣ ବାର୍ତ୍ତା ଦେଇଥାଏ ଆସନ୍ତୁ ଜାଣିବା।
ଦିଲ୍ଲୀ ସମେତ ଦେଶର କିଛି ସ୍ଥାନରେ ହାଲୁକା ଝିପିଝିପି ବର୍ଷା ସହିତ ଅନ୍ୟ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଧାର୍ମିକ ଏବଂ ଜ୍ୟୋତିଷ ଦୃଷ୍ଟିକୋଣରୁ ରାବଣ ଦହନ ସମୟରେ ବର୍ଷା ହେଲେ କ’ଣ ସଙ୍କେତ ମିଳେ ବୋଲି ଅନେକ ଲୋକଙ୍କ ମନରେ ପ୍ରଶ୍ନ ରହିଛି।
ଆମେ ଆମ ଗୁରୁଜନମାନଙ୍କ ମୁଖରୁ ପିଲାଟି ଦିନରୁ ଶୁଣି ଆସିଛେ ଯଦି କୌଣସି ବିଶେଷ ଅବସରରେ ବର୍ଷା ହୁଏ ତେବେ ତାହା ଶୁଭ ହୋଇଥାଏ। ଏହି କ୍ରମରେ ଦେଖିବାକୁ ଶାସ୍ତ୍ରରେ ରାବଣ ଦହନ ସମୟରେ ବର୍ଷାର କୌଣସି ସିଧାସଳଖ ଉଲ୍ଲେଖ ନାହିଁ। ତଥାପି, ଲୋକଙ୍କ ବିଶ୍ୱାସ ଏବଂ ଲୋକ ପରମ୍ପରା ଉପରେ ଆଧାରିତ କିଛି ବିଶ୍ୱାସ ଅଛି।
ଯେପରିକି ଯେତେବେଳେ ଦୁଷ୍ଟତା ଏବଂ ଅଧର୍ମର ପ୍ରତୀକ ରାବଣକୁ ଦହନ କରାଯାଏ, ଯଦି ସେହି ସମୟରେ ବର୍ଷା ହୁଏ ତେବେ ତାହାକୁ ଶୁଭ ବୋଲି ବିବେଚନା କରାଯାଏ। ଏହା ଦେବତାଙ୍କ ଖୁସିର ଏକ ସଙ୍କେତ ବୋଲି ଧରାଯାଇଥାଏ। ଯାହାକି ପରିବେଶକୁ ପବିତ୍ର କରିଥାଏ ବୋଲି ବିଶ୍ବାସ ରହିଛି।
ଜଳକୁ ଶାନ୍ତି ଏବଂ ପବିତ୍ରତାର ପ୍ରତୀକ ଭାବରେ ବିବେଚନା କରାଯାଏ। ତେଣୁ ରାବଣ ଦହନ ସମୟରେ ବର୍ଷା କେବଳ ରାବଣକୁ ନୁହେଁ ବରଂ ମଣିଷ ଭିତରେ ଥିବା ଅହଂକାର ଏବଂ କ୍ରୋଧକୁ ମଧ୍ୟ ଶାନ୍ତ କରିଥାଏ।
ବିଶ୍ୱାସ କରାଯାଏ ଯେ ବର୍ଷା ପ୍ରକୃତିର ଏକ ଉତ୍ସବ। ଯେତେବେଳେ ବର୍ଷା ହୁଏ ସେତେବେଳେ ଯେପରି ପ୍ରକୃତି ନିଜେ ଅଧର୍ମ ଏବଂ ଅହଂକାରର ଅନ୍ତ କରୁଛି ସେପରି ଲାଗିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/03/new-project-49-2025-10-03-14-30-13.jpg)