ଏହି ୫ ଧରଣର ଆତ୍ମା ଭିତରୁ ଆପଣଙ୍କ ଆତ୍ମା କେଉଁ ଧରଣର?

ପ୍ରତ୍ୟେକ ଆତ୍ମା ଏକ ଉଦ୍ଦେଶ୍ୟ ନେଇ ସଂସାରକୁ ଆସିଥାନ୍ତି। ଶରୀର ସାହାରା ନେଇଥିବା ପ୍ରତି ଆତ୍ମା କାହାର ନା କାହାର କାମରେ ଆସନ୍ତି। ମାତ୍ର ସମସ୍ତଙ୍କ ଶ୍ରେଣୀ ଭିନ୍ନ। ଗୋଟିଏ ଆତ୍ମା ଅନ୍ୟ ପରି ହୋଇନଥାଏ,ସମସ୍ତଙ୍କ ପ୍ରବୃତ୍ତି ଭିନ୍ନ। ତେବେ ଆସନ୍ତୁ ପରଖିବା ଆପଣଙ୍କ ଆତ୍ମା କେଉଁ ଶ୍ରେଣୀର।

ଉତ୍ସ ଶକ୍ତିର ଆତ୍ମା: ଯଦି ଆପଣଙ୍କ ଆତ୍ମା ଉତ୍ସ ଶକ୍ତିରୁ ଆସିଥାଏ ତେବେ ଆପଣଙ୍କ ଭିତରେ ଶିଖିବାର କଳା ବା ଜିଜ୍ଞାସା ପ୍ରକୃତି ଭରି କରି ରହିଛି। ପୃଥିବୀକୁ ଏକ ସର୍ବୋତ୍କଷ୍ଟ ସ୍ଥାନ ବୋଲି ବିବେଚନା କରି କାର୍ଯ୍ୟ କରି ଚାଲନ୍ତି ଉତ୍ସ ଶକ୍ତିର ଆତ୍ମା।

ସାମ୍ପ୍ରଦାୟିକ ଆତ୍ମା: ଉତ୍ସ ଶକ୍ତି ପରି ସାମ୍ପ୍ରଦାୟିକ ଆତ୍ମାର ମଧ୍ୟ ଏକ ଶ୍ରେଣୀ ରହିଛି। ଏହି ଶ୍ରେଣୀର ଆତ୍ମା ଏକ ଉଦ୍ଦ୍ୟେଶ ସ୍ଥିର କରି ହିଁ ଜନ୍ମଲାଭ କରିଥାନ୍ତି। ସେମାନେ ନିଜର ଲକ୍ଷ୍ୟ ପୂରା କରିବା ପାଇଁ କାର୍ଯ୍ୟରେ ନିଜକୁ ନିମଗ୍ନ କରାଇ ପକାନ୍ତି।

ପାରିବାରିକ ଆତ୍ମା: ଏହି ଧରଣର ଆତ୍ମା ସବୁବେଳେ ନିଜର ପରିବାର ଓ ଆତ୍ମୀୟଙ୍କ ଉପଦେଶ ବା ପରାମର୍ଶ କ୍ରମେ କାର୍ଯ୍ୟ କରିଥାନ୍ତି। ଏମାନେ ନିଜ ଜୀବନର ନିଷ୍ପତ୍ତି ବି ଆତ୍ମୀୟଙ୍କ ହିସାବରେ ନେଇଥାନ୍ତି।

ଆତ୍ମିକ ସଂପର୍କ: ଏହି ଧରଣର ଆତ୍ମା ଏକ ଦଳ ମଧ୍ୟରେ ବି ଆତ୍ମାର ସଂଯୋଗକୁ ଖୋଜନ୍ତି। ସେମାନେ ଯୁଆଡ଼େ ବି ଗଲେ ନିଜ ଆତ୍ମା ସହ ପୂର୍ବରୁ ରହିଥିବା ସଂପର୍କୀୟଙ୍କୁ ଖୋଜି ବାହାର କରନ୍ତି। ଭାରି ଭଗବାନ ବିଶ୍ୱାସୀ ଏମାନେ।

ଯମଜ ଆତ୍ମା: ଯେତେବେଳେ ଗୋଟାଏ ଆତ୍ମାର ଶକ୍ତି ଅନ୍ୟ ଏକ ଆତ୍ମାକୁ ପ୍ରଭାବିତ କରେ ତାହାକୁ ଯମଜ ଆତ୍ମା ବୋଲି କୁହାଯାଏ। ଦୁଇଟିଯାକ ଶରୀର ସମାନ ଶକ୍ତି ଧାରଣ କରିଥାନ୍ତି।

ସମ୍ବନ୍ଧିତ ଖବର