ନୂଆଦିଲ୍ଲୀ: କୋଲମ୍ବିଆର ରାଜଧାନୀ ବୋଗୋଟା ନିକଟରେ ଗୁଆଟାଭିଟାରେ ଏକ ନିଆରା ଘର ରହିଛି। ଏହି ନିଆରା ଘରଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଯିଏ ଏହି ଘରକୁ ଦେଖୁଛନ୍ତି, ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କାରଣ ଏହି ଘର ଭିତର ଓ ବାହାର ଓଲଟାପାଲଟ ଭାବେ ନିର୍ମିତ ହୋଇଛି। ବିଶେଷ କଥା ହେଉଛି ଏହି ଘରଟି କରୋନା ସହିତ ସିଧାସଳଖ ଜଡିତ । ଯେଉଁଭଳି ଭାବରେ କରୋନା ଭାଇରସ୍ ଜଗତକୁ ଓଲଟାପାଲଟ କରିଦେଇଛି। ସେହିପରି ଭାବେ ଏହି ଘରକୁ ସମାନ ପୃଷ୍ଠଭୂମିରେ ଦେଖାଯାଉଛି ।
ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଅନନ୍ୟ ଘରକୁ ଅଷ୍ଟ୍ରିଆର ଫ୍ରିଟଜ ସ୍କାଲ ଡିଜାଇନ୍ କରିଥିଲେ। ସେ ତାଙ୍କ ପରିବାର ସହିତ କୋଲମ୍ବିଆରେ ବସବାସ କରନ୍ତି। ଏହି ଘର ଦେଖିବାକୁ ଓଲଟାପାଲଟା ଲାଗୁଛି। ପର୍ଯ୍ୟଟକମାନେ ଏହି ଘରର ଛାତ ଉପରେ ଚାଲି ଫଟୋ ଉଠାକୁ ଅନ୍ୟମାନଙ୍କୁ ଦ୍ୱନ୍ଦରେ ପକାଇ ଥାଆନ୍ତି। ଏହି ଘରେ ପ୍ରବେଶ କରିବା ମାତ୍ରେ ପର୍ଯ୍ୟଟକଙ୍କୁ ଲାଗିଥାଏ କି ସେମାନେ ବିପରୀତ ଦୁନିଆରେ ବାସ କରୁଛନ୍ତି।
ହୋମ ଡିଜାଇନର୍ ଫ୍ରିଟଜ ସ୍କାଲ କହିଛନ୍ତି ଯେ ମୁଁ ୨୦୧୫ରେ ଘରର ଡିଜାଇନ୍ ପାଇଁ ଅନୁପ୍ରାଣିତ ହୋଇଥିଲି। ଓଲଟା ଘର ତିଆରି କରିବା ଶୁଣିବା ପରେ ଲୋକେ ମୋତେ ପାଗଳ ବୋଲି ଭାବିଥିଲେ।
ଘର ନିର୍ମାଣ ସମୟରେ କରୋନା ମହାମାରୀ ଅନେକ ଅସୁବିଧାର ସମ୍ମୁଖୀନ କରିଥିଲା। ତେଣୁ ଘର ନିର୍ମାଣରେ ଯଥେଷ୍ଟ ବିଳମ୍ବ ହୋଇଥିଲା। ଶେଷରେ ଏଭଳି ଘର ନିର୍ମାଣରେ ସଫଳ ହୋଇଥିଲି। ୨୦୨୨ରୁ ଏହି ଘର ପର୍ଯ୍ୟଟକଙ୍କ ପାଇଁ ଖୋଲା ଅଛି । ଏହି ଘର ଦେଖିବା ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଆସୁଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Untitled-1-copy-65.jpg)