କେମିତି ବିତାଇବେ ଏକ ସୁଖମୟ ଜୀବନ? ସୁଖମୟ ଜୀବନ ପାଇଁ ଏସବୁ ଆବଶ୍ୟକ କି?

କେବଳ ପ୍ରଚୁର ଟଙ୍କା ନୁହେଁ, ସୁଖମୟ ଜୀବନ ଲାଗି ଆହୁରି ଅନେକ ଜିନିଷ ଗୁରୁତ୍ୱପୂର୍ଣ୍ଣ

 

ସ୍ୱାସ୍ଥ୍ୟ ହିଁ ସଂପଦ- ଏହା ଏକ ଗୁରୁତ୍ୱପୂର୍ଣ୍ଣ କଥା ବୋଲି ଅଧିକାଂଶ ଜାଣନ୍ତି ।ଏକ ସୁଖମୟ ଜୀବନ ଲାଗି ଅର୍ଥ ଅପେକ୍ଷା ଏକ ସୁସ୍ଥ ଶରୀର ହିଁ ସର୍ବଦା ଆପଣଙ୍କୁ ଆନନ୍ଦ ଦେଇଥାଏ। ୧୭ଟି ଦେଶରେ ୨୩ ହଜାର ଲୋକଙ୍କୁ ନେଇ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ୭୮ ପ୍ରତିଶତ ଲୋକ ଏହି ଚିନ୍ତାଧାରାକୁ ସମର୍ଥନ କରିଛନ୍ତି। କିନ୍ତୁ ବୟସ ବୟସ ବଢ଼ିବା ଅନୁସାରେ ପ୍ରାଥମିକତା ମଧ୍ୟ ବଦଳିବାରେ ଲାଗେ। ସର୍ଭେରୁ ମିଳିଥିବା ତଥ୍ୟ ଜାଣନ୍ତୁ….

ସୁଖମୟ ଜୀବନ ପାଇଁ ଆବଶ୍ୟକତା କ’ଣ?
ସୁସ୍ଥ ଶରୀର ୭୮%
ଆର୍ଥିକ ସୁରକ୍ଷା ୭୦%
ସୁଖମୟ ବୈବାହିକ ଜୀବନ ୬୦%
ଆରାମ ପାଇଁ ଭ୍ରମଣ ୫୭%
ନିଜ ପାଇଁ ସ୍ୱତନ୍ତ୍ର ଘର ୫୪%
ନିଜ ଜୀବନକୁ ନିୟନ୍ତ୍ରିତ କରିପାରିବା ସାମର୍ଥ୍ୟ ୫୩%
ଭଲ ଓ ପସନ୍ଦର ଚାକିରି ୫୦%
ସନ୍ତାନସନ୍ତତି ୪୬%
ଆଧ୍ୟାତ୍ମିକ ସମୃଦ୍ଧି ୩୯%
ଏକ ଭଲ ବଗିଚା ୩୬%
ଭଲ ପୋଷାକ/ଅଳଙ୍କାର ୨୪%
କଲେଜ ଶିକ୍ଷା ୨୩%
ଲଗ୍‌ଜୁରି କାର୍‌ ୨୨%
ଏ ସବୁ କିଛି ନୁହେଁ ୧%

କିଶୋରକିଶୋରୀଙ୍କ ମତାମତ
୩ ଜଣଙ୍କ ମଧ୍ୟରୁ ଜଣଙ୍କ ପସନ୍ଦ: ସୁଖମୟ ଜୀବନ ପାଇଁ କଲେଜ୍‌ ଶିକ୍ଷା ଜରୁରୀ

ଅନ୍ୟାନ୍ୟ କାରଣ:
ଭଲ ପୋଷାକ, ଇଲେକ୍ଟ୍ରୋନିକ୍ସ୍‍, ସାମଗ୍ରୀ, ଜ୍ୱେଲାରି, ଲଗ୍‌ଜୁରି କାର୍‌ ଆଦି

ବୟସ୍କଙ୍କ ମତାମତ: ୧୦ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ମତ (୬୦ ବର୍ଷରୁ ଉର୍ଦ୍ଧ୍ୱ): ଆର୍ଥିକ ସୁରକ୍ଷା

 

ସମ୍ବନ୍ଧିତ ଖବର