ବିଗ୍‌ ବିଙ୍କ ଏହି କଥା ଶୁଣି କାନ୍ଦି ପକାଇଲେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ : ରିଲାଏନ୍ସ କମ୍ପାନିର ୪୦ ବର୍ଷ ପୂରଣ ପାଇଁ ଅନୁଷ୍ଠିତ ହେଉଥିବା ସଭାରେ ବଲିଉଡର କଳାକାରଙ୍କ ସହ କମ୍ପାନିର ୮୦ ହଜାର କର୍ମଚାରୀ ଉପସ୍ଥିତ ଥିଲେ । ବିଗ ବି ଅମିତାଭ ବଚ୍ଚନଙ୍କୁ କିଛି କହିବା ଲାଗି ଅନୁରୋଧ କରାଗଲା। ପୁରୁଣା ଦିନର କଥା ମନେ ପକାଇ ଅମିତାଭ କହିଲେ, ନବେ ଦଶକରେ ତାଙ୍କର ଘୋର ଅର୍ଥାଭାବ ହୋଇଥିଲା, ସେହି ସମୟରେ ଧୀରୁଭାଇ ଅମ୍ବାନି ତାଙ୍କୁ ବହୁତ ସାହାଯ୍ୟ କରିଥିଲେ । ସେହି ସମୟର ଏକ ଘଟଣା ବଖାଣି ଥିଲେ ଅମିତାଭ, ଯାହା ଶୁଣି ଭାବପ୍ରବଣ ହୋଇ ମୁକେଶ ଅମ୍ବାନୀ କାନ୍ଦି ପକାଇଥିଲେ ।

ଘଟଣାଟି ଏମିତି। ନବେ ଦଶକରେ ଅମିତାଭ ବ୍ୟବସାୟରେ କ୍ଷତି କରି ଋଣଗ୍ରସ୍ତ ହୋଇପଡ଼ିଥିଲେ । ଏପରି ଅବସ୍ଥା ଥିଲା ଯେ ପଇସା ମାଗିବା ପାଇଁ ଲୋକ ତାଙ୍କ ଦୂଆରକୁ ଆସୁଥିଲେ । ତାଙ୍କ ପାଖରେ ସେହି ସମୟରେ କାମ କିଛି ନଥିଲା । ଏଣେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଶୂନ୍ୟ। ଏହି ସମୟରେ ଧୀରୁଭାଇ ଆମ୍ବାନିଙ୍କ ଘରେ ଆୟୋଜିତ ହୋଇଥିବା ଏକ ପାର୍ଟିକୁ ସେ ଯାଇଥିଲେ । ଧୀରୁଭାଇ ତାଙ୍କୁ ପାଖକୁ ଡ଼ାକିଥିଲେ ଏବଂ ତାଙ୍କ ଉଦ୍ୟୋଗପତି ସାଙ୍ଗମାନଙ୍କ ସହ ତାଙ୍କୁ ପରିଚିତ କରାଇଥିଲେ ।

Firstpost Photo

ଧୀରୁଭାଇ ଏହି ସମୟରେ ଅମିତାଭଙ୍କ ଅବସ୍ଥା ବିଷୟରେ ଜାଣି ତାଙ୍କୁ ଟଙ୍କା ଯାଚିଥିଲେ ଏବଂ ସେହି ସମୟରେ ସେତକ ଟଙ୍କା ଦ୍ୱାରା ମୋର ସମସ୍ତ ଅସୁବିଧା ଦୂର ହୋଇଯାଇଥାନ୍ତା ବୋଲି କହିଥିଲେ ବିଗ୍‌ ବି । କିନ୍ତୁ ସେହି ଟଙ୍କା ନେବା ପାଇଁ ଅମିତାଭ ମନା କରିଥିଲେ ଏବଂ ସାହାଯ୍ୟ ପାଇଁ ହାତ ବଢ଼ାଇଥିବାରୁ ତାଙ୍କୁ ଧନ୍ୟବାଦ କରିଥିଲେ । ଏହାପରେ ମତେ ଧିରେ ଧିରେ ତାଙ୍କୁ କାମ ମିଳିବା ଆରମ୍ଭ ହୋଇଥିଲା ଏବଂ କ୍ରମେ ତାଙ୍କର ସ୍ଥିତିରେ ସୁଧାର ଆସିଥିଲା । ଧୀରୁଭାଇ ସବୁବେଳେ ଲୋକଙ୍କୁ ସାହାଯ୍ୟ କରୁଥିଲେ । ଏହାପାଇଁ ବୋଧ ହୁଏ ସେ କମ୍ପାନିର ନାମ ରିଲାଏନ୍ସ ରଖଥିଲେ ବୋଲି କହିଥିଲେ ଅମିତାଭ।

ପୂର୍ବରୁ ମଧ୍ୟ ବଚ୍ଚନ ଏବଂ ଅମ୍ବାନି ପରିବାର ମଧ୍ୟରେ ଥିବା ସଂପର୍କ ବିଷୟରେ ବହୁତ ଖବର ଆସିଛି। ତେବେ ଅମିତାଭଙ୍କୁ ଯେତେବେଳେ କମ୍ପାନିର ୪୦ ବର୍ଷ ପୂରଣରେ କିଛି କହିବା ପାଇଁ କହୁାଯାଇଥିଲା ସେ ମଞ୍ଚ ଉପରକୁ ଆସି ପ୍ରଥମେ ଅମ୍ବାନି ପରିବାରକୁ ଧନ୍ୟବାଦ ଜଣାଇଥିଲେ। ଧୀରୁଭାଇଙ୍କ ଜୀବନ କୌଣସି ଗୀତା ଉପଦେଶରୁ କମ ନ ଥିଲା ବୋଲି କହିଥିଲେ ଅମିତାଭ । ଅମିତାଭ ଏହି କାହାଣୀ ବିଷୟରେ କହୁଥିବା ସମୟରେ ମଞ୍ଚ ଆଗରେ ବସିଥିବା ମୁକେଶ ଅମ୍ବାନି ନିଜ ଲୁହକୁ ଅଟକାଇପାରି ନଥିଲେ ।

ସମ୍ବନ୍ଧିତ ଖବର