ଦୁଇ ମସ୍ତିଷ୍କ ସଂଯୋଗରେ ଆସିଲେ କ’ଣ ଘଟେ? ଆପଣଙ୍କର ବି ଥାଇପାରେ ଏପରି କିଛି ଅନୁଭୂତି

ଜୀବନରେ ଅନେକ ଲୋକଙ୍କ ସହ ଭେଟ ହୁଏ। ସବୁ ଲୋକଙ୍କର ଭିନ୍ନ ଗୁରୁତ୍ୱ ରହିଥାଏ। ସମସ୍ତେ କିଛି ନା କିଛି ଶିଖେଇଥାନ୍ତି। ମାତ୍ର ଏମିତି କିଛି ସଂପର୍କଥାଏ ଯେଉଁଠି ମସ୍ତିଷ୍କ ସହ ମସ୍ତିଷ୍କର ସଂଯୋଗ ଘଟେ। ସେ ଯାହାବି ହେଉ, ଆମେ କିପରି ଜାଣିବା ଯେ କାହା ସହ ମସ୍ତିଷ୍କର ସଂଯୋଗ ଘଟିଛି। କିଛି ଜିନିଷକୁ ଲକ୍ଷ୍ୟ କଲେ ମସ୍ତିଷ୍କର ସଂଯୋଗ ବିଷୟରେ ଜାଣି ହେବ। ସେ ସବୁ ଆଜି ନିମ୍ନରେ ଆଲୋଚନା କରାଯାଇଛି।

ଏକ ସଂପର୍କର ପ୍ରାଥମିକତା ହେଲା ଗୋଟାଏ ଆତ୍ମା ଆଉ ଏକ ଆତ୍ମା ସହ ସଂଯୋଗରେ ଆସିବା। ସଂଯୋଗ ତେତେବେଳ ଦୃଢ଼ିଭୂତ ହେବାକୁ ଲାଗେ ସେତେବେଳେ ଏହା ‘ମିରରିଂ’ ଅବସ୍ଥାକୁ ଆସେ। ମିରରିଂ ହେଉଛି ଏକ ଏପରି ଅବସ୍ଥା ଯେଉଁଠି ଗୋଟାଏ ସଂପର୍କରେ ରହିଥିବା ୨ଟି ଆତ୍ମା ଅଜାଣତାରେ ପରସ୍ପରଙ୍କର ଆଚରଣ, କଥା, ପ୍ରକୃତି, ବ୍ୟବହାର ଆଦିକୁ ଅନୁକରଣ କରି ବସିଥାନ୍ତି। ଦୁଇଜଣ ଯାକ ଏକଦମ ଏକାପରି ଲାଗନ୍ତି। ଏପରିକି ମୁଖ ଆକୃତି ମଧ୍ୟ ଧୀରେ ଧୀରେ ସମାନ ହେବାକୁ ଲାଗେ।

‘ମିରରିଂ’ ଅବସ୍ଥାରେ ପହଞ୍ଚିବା ପରେ ଦୁଇ ଆତ୍ମାଙ୍କ ମଧ୍ୟରେ ଟାଣପଣ ଆହୁରି ନିବିଡ଼ ହେବାକୁ ଲାଗେ। ସେତେବେଳେ ଉଭୟ ଭଉୟଙ୍କ ସହ ଭାବନା ବାଣ୍ଟିବାରେ ଲାଗନ୍ତି। ସେତେବେଳେ ଏମିତି ଘଟେ ଜଣେ ଗୋଟାଏ କଥା କହିବାକୁ ଯାଉଥିବା ବେଳେ ଅନ୍ୟ ଜଣେ ତାହାକୁ କହିପକାଏ। କିମ୍ବା ଜଣେ କିଛି ବିଷୟରେ ଚିନ୍ତା କରୁ କରୁ ଅନ୍ୟ ଜଣେ ସେହି ବିଷୟରେ କହିଥାଏ।

ଏହି ଦୁଇଟି ପକ୍ରିୟା ପାର୍‌ ହେବା ପରେ ଯାଇ ବାସ୍ତବ ସଂଯୋଗ ଘଟେ। ଯାହାକୁ ଆମେ ସଂପର୍କର ତୃତୀୟ ଭାଗ ବୋଲି କହିଥାଉ। ତୃତୀୟ ଭାଗରେ ବ୍ୟକ୍ତି ନିଜଠାରୁ ବେଶି ଦ୍ୱିତୀୟ ଲୋକ ବିଷୟରେ ଚିନ୍ତା କରିଥାନ୍ତି। ସେହି ସଂପର୍କରେ ସ୍ୱାର୍ଥ ନଥାଏ। କେବଳ ଅନ୍ୟକୁ ଭଲପାଇବାର ଅଦ୍ଭୂତ ଚମକ ରହିଥାଏ।

ସମ୍ବନ୍ଧିତ ଖବର