ନୂଆ ୧୦୦ ଟଙ୍କିଆ ନୋଟ୍‌ର ଡିଜାଇନର ବିଶେଷତ୍ୱ କ’ଣ ଜାଣନ୍ତୁ

କେମିତି ଚିହ୍ନିବେ ନୂଆ ନୋଟ୍‌

ନୂଆ ୧୦୦ ଟଙ୍କିଆ ନୋଟ୍‌ର କିଛି ଜଣା ଅଜଣା କଥା
• ଏହି ନୂତନ ୧୦୦ ଟଙ୍କିଆ ନୋଟ୍‌ର ନକ୍ସା ବା ଡିଜାଇନ୍‌ ମହୀଶୂରସ୍ଥିତ ‘ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ନୋଟ୍‌ ମୁଦ୍ରଣ’ରେ କରାଯାଇଛି।
• ଭାରତରେ ନିର୍ମିତ ନୋଟ୍‌ ଛାପା କାଗଜରେ ଏହା ଛାପା ଯାଇଛି।
• ଛାପା କାଳି ମଧ୍ୟ ଭାରତରେ ତିଆରି ହୋଇଛି।
• ଏଥିରେ ଥିବା ନିରାପତ୍ତା ବୈଶିଷ୍ଟ୍ୟ ମଧ୍ୟ ଗୋଟିଏ ଭାରତୀୟ କମ୍ପାନି ଦ୍ୱାରା ପ୍ରସ୍ତୁତ।
• ନୋଟ୍‌ର ପୃଷ୍ଠଭୂମିର ରଙ୍ଗ ଈଷି ବାଇଗଣୀ ବା ଲାଭେଣ୍ଡର୍‌। ଏହାର ଉଭୟ ପାର୍ଶ୍ୱରେ ରଙ୍ଗକୁ ମେଳ ଖାଇବା ଭଳି ଅନ୍ୟାନ୍ୟ ବହୁ ନକ୍ସା ଏବଂ ଜ୍ୟାମିତ୍ୟିକ ଆକୃତି ମୁଦ୍ରିତ କରାଯାଇଛି।

ସାମନା ପାର୍ଶ୍ୱ
ସଂଖ୍ୟାରେ ତଳ ଭାଗରେ ଲେଖା ହୋଇଛି ୧୦୦
ନୋଟ୍‌ର ମଧ୍ୟ ଭାଗରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ରହିଛି
ଦେବନାଗରୀ ଲିପିରେ ମହାତ୍ମା ଗାନ୍ଧୀଙ୍କ ବାମ ପାର୍ଶ୍ୱରେ ଲେଖା ହୋଇଛି ସଂଖ୍ୟାରେ ୧୦୦
ମାଇକ୍ରୋ ଲେଟର୍ସ୍‌ରେ ‘RBI’, ‘India’ ଓ ‘100’ ଲେଖା ଯାଇଛି
ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରର ଡାହାଣ ପାର୍ଶ୍ୱରେ ପ୍ରତିଶ୍ରୁତି ସହ RBI ଏମ୍‌ବ୍ଲେମ୍‌ ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର୍‌ଙ୍କ ଦସ୍ତଖତ ରହିଛି
ହିନ୍ଦୀ ଦେବନାଗରୀ ଲିପିରେ ଲେଖା ହୋଇଛି ଭାରତ, ନୋଟ୍‌କୁ ବଙ୍କା କରିଲେ ଏହାର ରଙ୍ଗ ବଦଳି ବାଇଗଣୀ ବଦଳରେ ନୀଳ ଦେଖାଯିବ
ମହାତ୍ମା ଗାନ୍ଧୀଙ୍କ ଫଟୋର ଡାହାଣ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ରହିଛି
ମହାତ୍ମା ଗାନ୍ଧୀଙ୍କ ଫଟୋ ଇଲେକ୍ଟ୍ରୋଟାଇପ୍‌ (୧୦୦) ଓ୍ଵାଟର୍‌ମାର୍କ୍‌ ମଧ୍ୟ ରହିଛି
ନୋଟ୍‌ ନମ୍ବର ଉପରେ ବାମ ପାର୍ଶ୍ୱ ଓ ତଳେ ଡାହାଣ ପାର୍ଶ୍ୱରେ ରହିଛି
ଦୃଷ୍ଟିହୀନମାନେ ନୋଟ୍‌କୁ ଚିହ୍ନିବା ପାଇଁ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର, ଅଶୋକ ସ୍ତମ୍ଭ, ତ୍ରିକୋଣୀୟ ଚିହ୍ନ ସହ ମାଇକ୍ରୋ ଅକ୍ଷରରେ ୧୦୦ ଟିକିଏ ଉଠିକି ରହିଛି।

ପଛ ପାର୍ଶ୍ୱ
ନୋଟ୍‌ ଛପା ହୋଇଥିବାର ବର୍ଷ ବାମ ପଟେ ରହିଛି
ସ୍ୱଚ୍ଛ ଭାରତ ଲୋଗୋ ଓ ସ୍ଲୋଗାନ୍‌ ରହିଛି
ସମସ୍ତ ଭାଷାରେ ଲେଖା ଅକ୍ଷରରେ ଲେଖା ହୋଇଛି ଏକ ଶହ ଟଙ୍କା
ହିନ୍ଦୀ ଦେବନାଗରୀ ଓ ଇଂରାଜୀ ଲିପିରେ ୧୦୦ ଲେଖା ହୋଇଛି
ଗୁଜରାଟସ୍ଥିତ ‘ରାଣୀ କି ବାବ୍‌’ର ଫଟୋଚିତ୍ର ରହିଛି।

ସମ୍ବନ୍ଧିତ ଖବର