ନୂଆଦିଲ୍ଲୀ :ଅଠର ବର୍ଷୀୟ ଜାକିର ଅଲି ତ୍ୟାଗୀ ଗଙ୍ଗା ନଦୀ ଏକ ଜୀବ ବୋଲି ଦର୍ଶାଇଥିଲେ ଫେସ୍ବୁକ୍ରେ। ଠିକ୍ ସେହିପରି ସେ ଭାରତୀୟ ଜନତା ପାର୍ଟିର ରାମ ମନ୍ଦିର ଯୋଜନା ପ୍ରସଙ୍ଗରେ ବି ଆଲୋଚନା କରିଥିଲେ । ଫେସ୍ବୁକ୍ରେ ଏ ଦୁଇ ପ୍ରସଙ୍ଗରେ ନିଜର ମନ୍ଦ ଟିପ୍ପଣୀ ଯୋଗୁଁ ଜାକିରଙ୍କୁ ୪୨ ଦିନ ଜେଲ୍ରେ କାଟିବାକୁ ପଡ଼ିଛି । ତାଙ୍କୁ ଭାରତୀୟ ପିଙ୍ଗଳ କୋଡ ଧାରା ୪୨୦ ଓ ଆଇ.ଟଠି ଆଇନ୍ ଅନୁଯାୟୀ ଗିରଫ କରାଯାଇଥିଲା ।
ଚଳିତ ମାସ ୨ ତାରିଖରେ ମିରଟର ଜଣେ ସାମ୍ବାଦିକ ଆଫ୍ଗାନ୍ ସୋନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଉପରେ ଏକ ଅପମାନଜନକ ଭିଡ଼ିଓ ସୋସିଆଲ୍ ମିଡିଆରେ ସେଆର୍ କରି ମଧ୍ୟ ଆଇଟି ଆଇନ ୬୬ ଧାରାରେ ଗିରଫ ହୋଇଥିଲେ ।
ଏଭଳି ଘଟଣା ନୂଆ ନୁହେଁ । ଆଜିକାଲି ହ୍ଵାଟସଅପ୍ରେ ବି ଏଭଳି କୌଣସି କଦର୍ଯ୍ୟ ଭିଡ଼ିଓ ବା ମେସେଜ୍ ପ୍ରେରଣ କଲେ ଜଣେ ଗିରଫ ହୋଇପାରିବେ ବୋଲି କୁହାଯାଇଛି । ବରିଷ୍ଠ ଆଇନଜୀବୀ ଅପାର ଗୁପ୍ତାଙ୍କ ଅନୁଯାୟୀ ସିଆରପିସି ଧାରା ୧୪୪ ଅନୁଯାୟୀ ଏଭଳି କରିବା ଦଣ୍ଡନୀୟ ଅପରାଧ । ଇନ୍ଦୋରର ଜିଲ୍ଲାପାଳ ଅତୀତରେ ବିମୁଦ୍ରାକରଣ ପ୍ରସଙ୍ଗରେ ଏଭଳି କଦର୍ଯ୍ୟ ମେସେଜ୍ ଦେଇ ଏବଂ ବାରାଣାସୀ ଜିଲ୍ଲାପାଳ ହ୍ଵାଟସଅପ୍ ରେ ଭୁଲ୍ ପ୍ରସଙ୍ଗ ଉତଥାପନ କରି ଗିରଫ ହେବାର ଆଶଙ୍କା ସୃଷ୍ଟି କରିଥିଲେ ।
ତେବେ ହ୍ଵାଟସଅପ୍ ଗ୍ରୁପ୍ରେ ଏଭଳି ଭିଡିଓ ବା ମେସେଜ୍ ସେଆର୍ କରିବା ପରେ ମଧ୍ୟ ନ୍ୟାୟାଳୟରେ ଦୋଷମୁକ୍ତ ହୋଇପାରନ୍ତି ବ୍ୟବହାରକାରୀ ବୋଲି ଅନ୍ୟତମ ଆଇନଜୀବୀ ଅଖିଳ ଶିବଲ୍ ମତ ଦେଇଛନ୍ତି।।