ଆଉ କିଛି ଦିନ ମଧ୍ୟରେ ବନ୍ଦ ହୋଇଯିବ ଭିଡ଼ିଓ କଲିଂ ସୁବିଧା! ଏହି ସେବା ପ୍ରଦାନ କରୁଥିବା କମ୍ପାନୀଗୁଡ଼ିକ ଉପରେ ରୋକ୍‌ ଲଗାଇବେ ସରକାର

ଆଉ କିଛି ଦିନ ମଧ୍ୟରେ ବନ୍ଦ ହୋଇଯିବ ଭିଡ଼ିଓ କଲିଂ ସୁବିଧା। ହ୍ଵାଟସଆପ୍‌, ସ୍କାଇପ୍‌, ଗୁଗଲ ଡୁଓ ଓ ଇମୋ ପରି ଭିଡ଼ିଓ କଲିଂ ଆପ ଗୁଡ଼ିକ ବ୍ୟବହାର ଉପରେ ରୋକ ଲଗାଇବେ ସରକାର। ଏଥିପାଇଁ ଦୂର ସଂଚାର ବିଭାଗ ଇଣ୍ଟରନେଟ୍‌ ଟେଲିଫୋନ୍‌ ନିୟମରେ ପରିବର୍ତ୍ତନ କରିଛନ୍ତି। ଏହି ଅନୁସାରେ ଭିଡ଼ିଓ କଲିଂର ଅନୁମତି କେବଳ ଟେଲିକମ କମ୍ପାନୀଗୁଡ଼ିକୁ ଦିଆଯିବ। ଟେଲିକମ୍‌ କମ୍ପାନୀକୁ ନିଜର ଭିଡ଼ିଓ କଲିଂ ଆପ୍‌ ଲଚଂ କରିବା ପାଇଁ ପଡ଼ିବ। ଏହାସହ କେବଳ ଲାଇସେନ୍‌ସଧାରକ କମ୍ପାନୀକୁ ଭିଡ଼ିଓ କଲିଂ ସୁବିଧା ମିଳିବ।

ନିୟମରେ କରାଯାଇଥିବା ସଂଶୋଧନ ମୁତାବକ ଭିଡ଼ିଓ କଲିଂ ସେବା ପ୍ରଦାନ କରୁଥିବା କମ୍ପାନୀ ଯେପରି ହ୍ଵାଟସଆପ୍‌, ସ୍କାଇପ୍‌, ଗୁଗଲ ଡୁଓ ଓ ଇମୋରେ ଭିଡ଼ିଓ କଲିଂର ଅନୁମତି ଦିଆଯିବ ନାହିଁ। ଏହାର ଅର୍ଥ ହେଲା ଆଗାମୀ ସମୟରେ ଭିଡ଼ିଓ କଲିଂ ଆପ୍‌ ପରିବର୍ତ୍ତନ ହୋଇ ୱାଇଫାଇରେ ହେବ ଭିଡ଼ିଓ କଲିଂ। ଯଦି ଏହି ସେବା ଆରମ୍ଭ ହୁଏ ତେବେ ଗ୍ରାହକଙ୍କୁ କେବଳ ଭଏସ କଲିଂ ପାଇଁ ଶୁଳ୍କ ଦେବା ପାଇଁ ପଡ଼ିବ। ଅନ୍ୟପଟେ ଭିଡ଼ିଓ କଲିଂ ପାଇଁ ଟର୍ମିନେସନ ଚାର୍ଜ ଦିଆଯିବ।

ସୂଚନାଯୋଗ୍ୟ ଯେଉଁ କମ୍ପାନୀଗୁଡ଼ିକ ନେଟୱର୍କରେ କଲ ଆସୁଛି ତାକୁ ଅନ୍ୟ କମ୍ପାନୀ ତରଫରୁ ଟର୍ମିନେସନ ଚାର୍ଜ ମିଳୁଛି। ଡିପାର୍ଟମେଂଟ ଅଫ୍‌ ଟେଲିକମ୍ୟୁନିମେସନ ଲାଇସନ୍‌ସ ସର୍ତ୍ତରେ ସଂଶୋଧନ କରିଛନ୍ତି। ଏଥିରେ ସେଲ୍ୟୁଲାର ମୋବାଇଲ ସେବା ଓ ଇଂଟରନେଟ୍‌ ଟେଲିଫୋନି ସେବା ଉଭୟ ପାଇଁ ଏକ ନମ୍ବର ଆଲର୍ଟ କରାଯିବ, ଯାହାଦ୍ୱାରା ସେଲ୍ୟୁଲାର୍‌ ନେଟୱର୍କରେ ୱାଇଫାଇ ସେବା ଦ୍ୱାରା ଭଏସ୍‌ କଲ କରିବାର ଅନୁମତି ମିଳିବ। ଏହି ସେବା ମୋବାଇଲ ଗ୍ରାହକଙ୍କୁ ପାଖ ପବ୍ଲିକ ୱାଇଫାଇ ନେଟୱର୍କ ଜରିଆରେ କଲ କନେକ୍ଟ କରିବାରେ ସାହାଯ୍ୟ କରିବ।

ସମ୍ବନ୍ଧିତ ଖବର