ଭୂତ ଗୁଜବ! ସିସିଟିଭିରେ କୈଦ୍‌ ହେଲା ହସ୍‌ପିଟାଲ୍‌ରେ ଆପଣାଛାଏଁ ଚାଲୁଥିବା ଚେୟାର

ଚଣ୍ଡୀଗଡ଼: ଚଣ୍ଡୀଗଡ଼ର ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକଲ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ ହସ୍‌ପିଟାଲ୍‌ ପରିସରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ଏହି ଭିଡିଓରେ ଯେଉଁ ଦୃଶ୍ୟ କୈଦ୍‌ ହୋଇଛି ତାହାକୁ ଦେଖି ଲୋକମାନଙ୍କ ଲୋମମୂଳ ଟାଙ୍କୁରି ଉଠୁଛି।

ଭିଡିଓରେ ହସ୍‌ପିଟାଲ୍‌ ପରିସରରେ କେତେଟି ହୁଇଲ ଚେୟାର ରଖାଯାଇଥିବା ଦେଖିବାକୁ ମିଳୁଛି। ସେଥିମଧ୍ୟରୁ ଏକ ହୁଇଲ ଚେୟାର ସେଠାରୁ ଗଡ଼ି ଆସୁଛି। ଏହି ଚେୟାର ଉପରେ କେହି ବସି ନାହାନ୍ତି କି, ତା’ ଆଖପାଖରେ କେହି ନାହାନ୍ତି। ଏହା ସତ୍ତ୍ୱେ ବି ଚେୟାଟି ହସ୍‌ପିଟାଲ ଭିତରୁ ବାହାରି ବାହାରକୁ ଆପଣାଛାଏଁ ଚାଲି ଯାଉଥିବା ଦେଖିବାକୁ ମିଳୁଛି।

ଭିଡିଓରେ ହସ୍‌ପିଟାଲ୍‌ ପରିସରରେ ଥିବା ସିକ୍ୟୁରିଟି ଗାର୍ଡ ମନୋଜ ବି ସ୍ପଷ୍ଟ ଭାବେ ଦେଖା ଯାଉଛନ୍ତି। ଯିଏକି ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ୁଥିବା ବି କ୍ୟାମେରାରେ ନଜର ଆସୁଛନ୍ତି।

ଏହି ଘଟଣାକୁ ନେଇ ମନୋଜ କହନ୍ତି, ସେ ପାଣି ପିଇବାକୁ ବାହାରକୁ ଯାଇଥିବା ସମୟରେ ହୁଇଲ ଚେୟାରଟି ଆପଣାଛାଏଁ ଯାଉଥିବା ଦେଖିବାକୁ ପାଇଥିଲେ। ତେବେ ଏପରି ଦୃଶ୍ୟ ଅଧିକ ବେଗରେ ପବନ ଦେଇଥିବା ହେତୁ ଘଟିଥିଲା ବୋଲି ସେ କହନ୍ତି।

ସମ୍ବନ୍ଧିତ ଖବର