ବିଳମ୍ବିତ ରାତିରେ ଖରାପ ହୋଇଗଲା ମହିଳାଙ୍କ ଗାଡ଼ି, ୮ କିଲୋମିଟର ଗାଡ଼ିକୁ ଠେଲି ନେଇ ମହିଳାଙ୍କୁ ଘରେ ଛାଡ଼ି ହିରୋ ପାଲଟିଲେ ୩ କିଶୋର

ଓ୍ଵାଶିଂଟନ: ଦୁନିଆରେ ଅମାନୁଷିକତା ଯଦି ରହିଛି ତେବେ ମାନବିକତା ବି ରହିଛି। ଏମିତି ବି କିଛି ଘଟଣା ଘଟେ, ଯାହାକି ମଣିଷପଣିଆର ଜ୍ୱଳନ୍ତ ଉଦାହରଣ ପାଲଟିଯାଏ। ଫେସ୍‌ବୁକ୍‌ରେ ଘୂରିବାରେ ଲାଗିଛି ଆମେରିକାର ଏକ ଭିଡିଓ। ଭିଡିଓରେ ୩ ଜଣ କିଶୋର ମିଶି ଏକ କାର୍‌କୁ ଠେଲି ଠେଲି ନେଉଥିବାର ଦୃଶ୍ୟ କଏଦ ହୋଇଛି। ସବୁଠାରୁ ପ୍ରେରଣାଦାୟକ କଥା ହେଉଛି, କାର୍‌ଟି ଉକ୍ତ ୩ କିଶୋରଙ୍କ ମଧ୍ୟରୁ କାହାରି ନୁହେଁ। ସେମାନେ ଜଣେ ମହିଳାଙ୍କ ଖରାପ ଗାଡ଼ିକୁ ତାଙ୍କ ଘରେ ପହଞ୍ଚାଇବା ପର୍ଯ୍ୟନ୍ତ ଠେଲି ଠେଲି ନେଇଥିଲେ। ଏହି ୩ ଜଣ ମହିଳାଙ୍କୁ ଗାଡ଼ିରେ ବସାଇ ୮ କିଲୋମିଟର ରାସ୍ତା ଗାଡ଼ିଟିକୁ ଠେଲି କରି ନେବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।

ଫେସ୍‌ବୁକ୍‌ରେ ଏହା ପୋଷ୍ଟ୍‍ ହେବା ପରେ ପୋଷ୍ଟ୍‍ଟିକୁ ବହୁ ଗ୍ରହଣୀୟତା ମିଳିଛି। ଅନ୍ୟକୁ ସାହାଯ୍ୟ କରିବାର କଳା ଏମାନଙ୍କଠାରୁ ଆମେ ସମେସ୍ତ ଶିଖିବା ଉଚିତ ବୋଲି କେହି କେହି ଲେଖିଥିବା ବେଳେ ଆଉ କେହି ଏମାନଙ୍କୁ ମାନବିକତାର ଜ୍ୱଳନ୍ତ ଉଦାହରଣ ବୋଲି କହିଛନ୍ତି। ବିଳମ୍ବିତ ରାତ୍ରୀରେ ଜଣେ ମହିଳାଙ୍କ ପ୍ରତି ସହାୟତାର ହାତ ବଢ଼ାଇଥିବା ଏହି ୩ କିଶୋର ଏବେ ସୋସିଆଲ୍‌ ମିଡିଆରେ ଜଣେ ଜଣେ ହିରୋ ପାଲଟି ଯାଇଛନ୍ତି।

ସମ୍ବନ୍ଧିତ ଖବର