ଜରୁରୀ ପରିସ୍ଥିତିକୁ ବିରୋଧ କରି ୧୯ମାସ ଜେଲ୍‌ରେ ବନ୍ଦୀ ଥିଲେ ଅରୁଣ ଜେଟ୍‌ଲୀ !

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ଦିଗ୍ଗଜ ନେତା ଏବଂ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ଅରୁଣ ଜେଟ୍‌ଲୀଙ୍କର ଆଜି ପରଲୋକ ହୋଇଛି । ଦୁଇ ସପ୍ତାହ ଧରି ସେ ଏମ୍‌ସରେ ଚିକିତ୍ସିତ ହେଉଥିବା ବେଳେ ୬୬ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।  ଆଜି ତାଙ୍କର ଦେହାନ୍ତ ପରେ ତାଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଘଟଣାବଳୀକୁ ମନେପକାଉଛନ୍ତି । କଲେଜରେ ପାଠ ପଢ଼ୁଥିବା ସମୟରୁ ହିଁ ସେ ରାଜନୀତିରେ ମନୋନିବେଶ କରିଥିଲେ । ଏମିତି କି ତାଙ୍କୁ ୧୯ମାସ ଜେଲରେ ମଧ୍ୟ ରହିବାକୁ ପଡ଼ିଥିଲା ।

जब 19 महीने तक जेल में बंद रहे अरुण जेटली
aajtak.intoday.in

୧୯୭୫ରେ ଦେଶରେ ଜାରି ହୋଇଥିବା ଜରୁରୀକାଳିନ ପରିସ୍ଥିତିକୁ ବିରୋଧ କରି ସେ ଜେଲ ଦଣ୍ଡ ଭୋଗିଥିଲେ । ୧୯ମାସ ପର୍ଯ୍ୟନ୍ତ ତାଙ୍କୁ ନଜରବନ୍ଦୀ କରି ରଖାଯାଇଥିଲା । ତାଙ୍କ ସହ ଅନେକ ଛାତ୍ରନେତା ମଧ୍ୟ ଜେଲରେ ବନ୍ଦୀ ଥିଲେ । ଏହି ସମୟରେ ଅରୁଣ ଜେଟ୍‌ଲୀ ଅନେକ ବଡ଼ ବଡ଼ ନେତାଙ୍କ ସଂଶ୍ପର୍ଷରେ ଆସିଥିବା ବେଳେ ସେମାନଙ୍କୁ ଜେଟ୍‌ଲୀଙ୍କ କହିବାର କଳା ବହୁତ ପସନ୍ଦ ଆସିଥିଲା । ୧୯ମାସ ପରେ ଜେଲ୍‌ରୁ ବାହାରି ୧୯୭୭ରେ ଜେଟ୍‌ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଓକିଲାତି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

କିଛି ଦିନ ଓକିଲାତି କରିବା ପରେ ୧୯୯୧ରେ ବିଧିବଦ୍ଧ  ଭାବେ ସେ ବିଜେପିରେ ଯୋଗ ଦେଇଥିଲେ । ୧୯୯୯ରେ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ନିଜର ରାଜନୈତିକ ଜୀବନରେ ସେ ବିଭିନ୍ନ ପଦପଦବୀକୁ  ଖୁବ୍‌ ଭଲ ଭାବରେ ସମ୍ଭାଳିଥିବା ବେଳେ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ସରକାରରେ ତାଙ୍କୁ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବାର ସୁଯୋଗ ମିଳିଥିଲା । ଅର୍ଥମନ୍ତ୍ରୀ ଭାବେ ସେ ଅନେକ ନୂଆ ନୂଆ ନିୟମ ଲାଗୁ କରି ପ୍ରଶଂସାର ପାତ୍ର ବନିଥିଲେ ।

ସମ୍ବନ୍ଧିତ ଖବର