ନୂଆଦିଲ୍ଳୀ: ପୂର୍ବରୁ ଅନେକ ଭାଇରାଲ୍ ଭିଡିଓ ଆପଣ ଦେଖିଥିବେ ଓ ତା’ର ମଜା ବି ନେଇଥିବେ। କେବଳ ମଣିଷ ନୁହନ୍ତି ବରଂ ପୂର୍ବରୁ ପଶୁ, ପକ୍ଷୀ ଆଦି ବିଭିନ୍ନ ପ୍ରକାର ଭିଡିଓ ଆମେ ଦେଖିସାରିଛେ। ନିକଟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏକ କୁକୁରର ଭିଡିଓ। ଭିଡିଓରେ ଦେଖିବାକୁ ମିଳିଛି କୁକୁର ଜଣକ ହାରମୋନିୟମ ସହ ଗୀତ ଗାଉଛି।
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କୁକୁରଟି ରାନୁ ମଣ୍ଡଲଙ୍କ ବହୁ ଲୋକପ୍ରିୟ ଗୀତ ‘ତେରି ମେରି କହାନୀ...’ ଗାଉଥିବାର ନଜର ଆସିଛି। ଭିିଡିଓରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ହାର୍ମୋନିୟମରେ ‘ତେରି ମେରି କାହାନୀ...’ ଗୀତ ଗାଉଛନ୍ତି। ତାଙ୍କ ସହ କୁକୁରଟି ମଧ୍ୟ ତାଳ ଦେଇ ଗାଇବାରେ ଲାଗିିଛି। ତେବେ ଗୀତଟି ଗାଉଥିବା ବ୍ୟକ୍ତି ଜଣକ କିଏ ଓ ତାଙ୍କ ଘର କେଉଁଠି ତାହା ଏଯାବତ୍ ଜଣା ପଡ଼ିନାହଁ। କୁକୁରଟି ନିଜର ଗୋଡ଼ ଟେକି ଯେଉଭଳି ଭାବେ ତାଳ ଦେଉଛି ଏମିତି ଲାଗୁଛି ଯେମିତି ସେ ଗୀତକୁ ଖୁବ୍ ଉପଭୋଗ କରୁଛି।
ଭିଡିଓଟିକୁ ସୁବୀର ଖାନ ନାମକ ଜଣେ ବ୍ୟକ୍ତି ଫେସ୍ବୁକ୍ରେ ପୋଷ୍ଟ୍ କରିଥିବାର ଦେଖିବାକୁ ମିଳିଛି। ସେ ଭିଡିଓଟିକୁ ପୋଷ୍ଟ୍ କରିବା ପରେ ଏହାକୁ ଇତିମଧ୍ୟରେ ୨୩ ହଜାର ଲାଇକ୍ ଓ ୧୨୭ କମେଣ୍ଟ୍ ମିଳି ସାରିଲାଣି। ଭିଡିଓଟିରେ ବଙ୍ଗଳା ଭାଷାରେ ଲେଖାଯାଇଛି, ‘ବିଲ୍କୁଲ୍ ବି ହସନାହିଁ।’
ଉଲ୍ଳେଖଯୋଗ୍ୟ, ରାନୁ ମଣ୍ଡଲ୍ ଏହି ଗୀତଟି ଗାଇବା ପରେ ପୂର୍ବରୁ ବି ଅନେକ ଲୋକ ଏହାର ମଜା ଉଠାଉ ସାରିଛନ୍ତି। ଗୀତଟିକୁ ଗାଇବା ସହ ଅଭିନୟ କରି ଅନେକ ଲୋକ ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ୍ କରିଥିବାର ଦେଖିବାକୁ ମିଳିଛି। ଏବେ କୁକୁରଟିର ଏହି ଭିଡିଓ ପୁଣି ଥରେ ରାନୁ ମଣ୍ଡଲଙ୍କ ସ୍ମୃତି ତାଜା କରାଇଛି।