ହାତ ତିଆରି ଷ୍ଟ୍ରେଚରରେ ଆଦିବାସୀ ମହିଳା ଓ ତାଙ୍କ ଦୁଇ ଯମଜ ସନ୍ତାନଙ୍କୁ ୫କିଲୋମିଟର ବୋହିଲେ ଡାକ୍ତର

ନୂଆଦିଲ୍ଲୀ : ତେଲେଙ୍ଗାନାର ଜଣେ ସରକାରୀ ଡାକ୍ତର କରିଥିବା କାମର ଚର୍ଚ୍ଚା ଏବେ ଚାରିଆଡ଼େ ହେବାରେ ଲାଗିଛି । ଜଣେ ଆଦିବାସୀ ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ ଗାଡ଼ି ଆସି ପାରୁ ନଥିବାରୁ ଡାକ୍ତର ଏଲ୍‌. ରାମବାବୁ ଏକ ହାତ ତିଆରି ଷ୍ଟ୍ରେଚରରେ ୫କିଲୋମିଟର ବୋହି ମୁଖ୍ୟ ରାସ୍ତାକୁ ନେଇଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ପୀଡ଼ିତାଙ୍କୁ ଭଦ୍ରଚଲମ ସହରରେ ଥିବା ସରକାରୀ ଡାକ୍ତରଖାନାକୁ ନିଆଯାଇଥିବା ଜଣା ପଡ଼ିଛି ।

ଡାକ୍ତର ଏଲ୍‌. ରାମବାବୁଙ୍କ କହିବା ଅନୁଯାୟୀ, ପୀଡ଼ିତା ଦୁଇ ଯମଜ ସନ୍ତାନଙ୍କୁ ଜନ୍ମ ଦେବା ପରେ ତାଙ୍କର ରକ୍ତସ୍ରାବ ବନ୍ଦ ହୋଇ ନଥିଲା । ଅବସ୍ଥା ଗୁରୁତର ହେଉଥିବା ଦେଖି ସଂକ୍ରମଣର ଆଶଙ୍କା ଥିବାରୁ ପୀଡ଼ିତାଙ୍କ ପରିବାରର ସାହାଯ୍ୟରେ ଏକ ହାତ ତିଆରି ଷ୍ଟ୍ରେଚର ଦ୍ୱାରା ଆମେ ତାଙ୍କୁ ମୁଖ୍ୟ ରାସ୍ତାକୁ ନେଇଥଲୁ । ଯାହା ପରେ ସେଠାରୁ ତାଙ୍କୁ ସରକାରୀ ଡାକ୍ତରଖାନା ନିଆଯାଇଥିଲା ।

Image result for when-duty-calls-doctor-carries-tribal-woman-her-newborn-twins-in-makeshift-stretcher-for-5km
www.indiatimes.com

ତେବେ ସେ ସମୟର କିଛି ଫଟୋ ଭାଇରାଲ ହେବା ପରେ ଡାକ୍ତର ଏଲ୍‌. ରାମବାବୁ କରିଥିବା କାମକୁ ନେଇ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ।

ସମ୍ବନ୍ଧିତ ଖବର