ଭାଷଣ ଦେଉଥିଲେ ମନ୍ତ୍ରୀ, ଅଟକାଇ ଚାଲିଥିଲେ ଶାହା; ଭିଡିଓ ଭାଇରାଲ୍‌

ନୂଆଦିଲ୍ଳୀ: ସୋସିଆଲ୍‌ ମିଡିଆ‌ରେ ନିକଟରେ ଏକ ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଭିଡିଓରେ ହରିଆଣାର ଗୃହ ମନ୍ତ୍ରୀ ଅନୀଲ ବିଜ ଭାଷଣ ଦେଉଥିବା ବେଳେ ତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ୪ ଥର ଅଟକାଉଥିବାର ଦେଖିବାକୁ ମିଳିଛି। ଘଟଣାଟି ହେଉଛି ହରିଆଣା ସୂରଜକୁଣ୍ଡରେ ଆୟୋଜିତ ହୋଇଥିବା ଚିନ୍ତନ ଶିବିରର।

ଏହି ଶିବିରରେ ବିଜେପିର ଅନେକ ବରିଷ୍ଠ ନେତ‌ାଙ୍କ ସମେତ ବିଜେପି ଶାସିତ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ବି ସାମିଲ୍‌ ଥିଲେ। ଏହି ଅବସରରେ ମନ୍ତ୍ରୀ ଅନୀଲଙ୍କୁ ଭାଷଣର ସମୟ ସୀମା ୫ ମିନିଟ୍‌ ଦିଆଯାଇଥିବା ବେଳେ ସାଢ଼େ ଆଠ ମିନିଟ୍‌ ପର୍ଯ୍ୟନ୍ତ ଭାଷଣ ଦେଇ ଚାଲିଥିଲେ ସେ। ଏହି କାରଣରୁ ଶାହା ବାରମ୍ବାର ତାଙ୍କୁ ଅଟକାଇ ସଂକ୍ଷେପରେ ବତ୍କୃତା ଶେଷ କରିବାକୁ କହୁଥିବାର ଭାଇରାଲ୍‌ ହୋଇଥିଭା ଭିଡିଓରେ ଦେଖିବାକୁ ମିଳିଛି।

 

ଆୟୋଜନ ମୁତାବକ ଅନୀଲ ବିଜ ସ୍ବାଗତ ଭାଷଣ ଦେଇଥାନ୍ତେ। ତାପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଭାଷଣ ଦେଇଥାନ୍ତେ। ମାତ୍ର ଅନୀଲ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାଷଣ ସମାପ୍ତ କରୁନଥିବାରୁ ତାଙ୍କୁ ବାରମ୍ବାର ରୋକି ଚାଲିଥିଲେ ଶାହା।

ପ୍ରଥମେ ଶାହା ବିଜଙ୍କୁ ଭାଷଣ ଶେଷ କରିବାକୁ ଇଶାରା କଲେ। ମାତ୍ର ସେ ଭାଷଣ ସମାପ୍ତ କରିବା ପରିବେର୍ତ୍ତ ହରିଆଣାର କିର୍ତ୍ତିରାଜ ସବୁ ବଖାଣି ଚାଲିଲେ। ବାଧ୍ୟ ହୋଇ ଶାହା ତାଙ୍କୁ ଭାଷଣ ସମାପ୍ତ କରିବାକୁ କହୁଥିବାର ଭିଡିଓରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର