ଭୁବନେଶ୍ବର: ଆଉ ମାତ୍ର ଦିନକ ପରେ ରଂଗର ପର୍ବ ହୋଲି। ଏ ବର୍ଷ କିନ୍ତୁ ମହାମାରୀ କରୋନା ହେତୁ ଏହି ପର୍ବରେ ସାଙ୍ଗ ହୋଇ ରଂଗମାଖିବା ସାମିଲ୍ ହେବ ନାହିଁ। ଅର୍ଥାତ ଚଳିତବର୍ଷ ହୋଲିରେ କେହି କାହାକୁ ଛୁଇଁବେ ନାହିଁ। ଶାରୀରିକ ଦୂରତ୍ବ ଅବଲମ୍ବନ କରି କେବଳ ଶୁଭେଚ୍ଛା ଜଣାଇ ପାଳିବେ ହୋଲି । ମୋଟାମୋଟି ଅଭିନନ୍ଦନ ବାର୍ତ୍ତାରେ ପାଳନ ହେବ ଏ ବର୍ଷର ହୋଲି। କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଦେଶର ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରଂଗ ବ୍ୟବହାର କରି ହୋଲି ପାଳନକୁ ବାରଣ କରାଯାଇଛି।
ଚଳିତବର୍ଷ ଦୋଳପର୍ବ ଓ ହୋଲି ମାର୍ଚ ୨୮ ଓ ୨୯ ତାରିଖରେ ପଡୁଛି। ଏହି ଦୁଇ ଦିନିଆ ଉତ୍ସବ ମଧ୍ୟରେ ହୋଲିକା ଦହନ ୨୮ ତାରିଖରେ ପଡୁଥିବା ବେଳେ ରଂଗୋଲି ୨୯ ତାରିଖରେ ପଡୁଛି।
ଏ ବର୍ଷ ଦୋଳ ପୂର୍ଣ୍ଣିମା ତିଥି ମାର୍ଚ ୨୮ ତାରିଖ ଭୋର୍ ୩ଟା ୨୭ ମିନିଟ୍ରୁ ଆରମ୍ଭ ହୋଇ ୨୯ ତାରିଖ ରାତି ୧୨ଟା ୧୭ରେ ଶେଷ ହେଉଛି। ସେହିପରି ହୋଲିକା ଦହନର ଶୁଭ ମୁହୂର୍ତ୍ତ ୨୮ ତାରିଖ ସଂଧ୍ୟା ୬ଟା ୩୭ରୁ ଆରମ୍ଭ ହୋଇ ରାତି ୮ଟା ୫୬ରେ ଶେଷ ହେଉଛି।
କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ହୋଲି ଖେଳ ଉପରେ କଟକଣା ଲଗାଇଛନ୍ତି। କେବଳ ଘରେ ଖେଳିବା ପାଇଁ ନିର୍ଦ୍ଦେଶ ରହିଛି। ବାହାରେ ଖେଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ରହିଛି। କୌଣସି ପରିସ୍ଥିତିରେ କେହି ବାହାରେ ଖେଳୁଥିବା ଦେଖାଗଲେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ରହିଥିବା ପୁଲିସ କମିସନର ସୂଚୀତ କରାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/holi-parba-27_Thumb.jpg)