ଜାଣନ୍ତୁ କେଉଁ ପରିସ୍ଥିତିରେ ବଂଶୀ ତ୍ୟାଗ କରିଥିଲେ ବଂଶୀଧର, କାହିଁକି ଆଉ କେବେ ବି ଶୁଭିଲାନି କୃଷ୍ଣଙ୍କ ବଂଶୀ ସ୍ୱର

ଭଗବାନ ଶ୍ରୀକୃଷ୍ଣଙ୍କ ନାମ ପଡ଼ିଲେ ସାମ୍ନାକୁ ଆସେ ବଂଶୀ। ରାଧା କୃଷ୍ଣଙ୍କ ମିଳନର ସଂଯୋଗ ଡୋର ହେଉଛି ଏହି ବଂଶୀର ସ୍ୱର। କୃଷ୍ଣଙ୍କ ବଂଶୀରୁ ରାଧା ରାଧା ଶୁଭିଲେ ରାଧା ଘର ଛାଡ଼ି ଚାଲି ଆସନ୍ତି ଜମୁନାକୂଳକୁ। କେବଳ ରାଧା କାହିଁକି ପୂରା ଗୋପ ଯାକର ନାରୀ ପାଗଳୀ ହେଉଥିଲେ ଏହି ସ୍ୱର ଶୁଣିବା ପରେ।

ଗୋପ ଛାଡ଼ି ଯେବେ ନନ୍ଦ ପୁତ୍ର ମଥୁରା ଯାତ୍ରା କରୁଥିଲେ ସେତେବେଳେ ସାରା ଗୋପବାସୀଙ୍କ ସହ ଜମୁନା, କଦମ୍ବ ବି ଲୁହ ଢାଳୁଥିଲେ। ସେଇଠୁ ଆରମ୍ଭ ହୋଇଥିଲା ରାଧାଙ୍କ ବିରହ ଯନ୍ତ୍ରଣା। ଖାଲି ଦ୍ୱାପର ଯୁଗରେ ନୁହେଁ, ଯୁଗେ ଯୁଗେ ସେଇ ଗୋଟାଏ କଥା। ସତ୍ୟ ଯୁଗରେ ଯେପରି ରାମ-ସୀତାଙ୍କର ବିଚ୍ଛେଦ ହୋଇଥିଲା ଦ୍ୱାପର ଯୁଗରେ ସେପରି ଦୁଃଖର ସାମ୍ନା କରିଥିଲେ ରାଧା-କ୍ରିଷ୍ଣ।

ପରବର୍ତ୍ତୀ ମୁହୂର୍ତ୍ତରେ ରାଧା ରୁକ୍ମୁଣୀ ଓ ସତ୍ୟଭାମାଙ୍କୁ ବିବାହ କଲେ। ରାଧା କୃଷ୍ଣଙ୍କ ରାଜ ପ୍ରସାଦରେ ଦାସୀ ହୋଇ ରହିବା ପାଇଁ ନିବେଦନ କଲେ। କୃଷ୍ଣ ଆଉ ରାଧାଙ୍କୁ ଛାଡ଼ିବା ପରେ ବଂଶୀ ବଜାଉ ନଥାନ୍ତି। ରାଧାଙ୍କ ବୀନତି ହେତୁ କୃଷ୍ଣ ତାଙ୍କୁ ତାଙ୍କ ରାଜପ୍ରସାଦରେ ଆଶ୍ରୟ ଦେଲେ।

ରାଧା କୃଷ୍ଣଙ୍କ ବଂଶୀ ସ୍ୱରକୁ ଖୁବ୍‌ ଝୁରି ହେଉଥାନ୍ତି। ସେ ଦିନେ କୃଷ୍ଣଙ୍କ ପାଖକୁ ବଂଶୀ ବଜାଇବା ପାଇଁ ଗୁହାରି କଲେ। କୃଷ୍ଣ ବଂଶୀ ବଜାଇ ଚାଲିଲେ ଓ ରାଧା ତାହାକୁ ଶୁଣି ଚାଲିଲେ। ରାଧା ବଂଶି ଧ୍ୱନି ଶୁଣି ଶୁଣି ପ୍ରାଣତ୍ୟାଗ କଲେ। ସେଇ ମୁହୂର୍ତ୍ତରେ କୃଷ୍ଣ ତାଙ୍କ ବଂଶୀକୁ ଭାଙ୍ଗି ଦେଲେ। ସେବେଠାରୁ ସେ ଆଉ କେବେ ବି ବଂଶୀ ବଜାଇ ନାହାନ୍ତି।

ସମ୍ବନ୍ଧିତ ଖବର