ବିଏମଡବ୍ଲ୍ୟୁ ସୁପରବାଇକ୍ ଚଳାଉଥିବା ଯୁବକକୁ ମଝି ରାସ୍ତାରେ ଅଟକାଇଲେ ପୁଲିସକର୍ମୀ, କାଗଜପତ୍ର ଦେଖିବା ପରିବର୍ତ୍ତେ କଲେ ଏଭଳି କାମ

ଚେନ୍ନାଇ: ତାମିଲନାଡୁର ଏକ ପୁଲିସ ଚେକ୍-ପୋଷ୍ଟରେ ଘଟିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଏମଡବ୍ଲ୍ୟୁ ସୁପରବାଇକ୍ ଚଳାଉଥିବା ଜଣେ ଯୁବକକୁ ପୁଲିସ ଅଟକାଇବା ପରେ ଗାଡ଼ିର କାଗଜପତ୍ର ଦେଖିବାକୁ ପ୍ରାଧାନ୍ୟ ଦେବା ପରିବର୍ତ୍ତେ ଯେଉଁ କାମ କରିଥିଲେ, ତାହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାର ଭିଡିଓ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରିଛନ୍ତି ଯୁବକ।

ୟୁଟ୍ୟୁବ୍ ଭିଡିଓରେ ଦେଖାଯାଇଛି କି, ମୁମ୍ବାଇରୁ ମଦୁରାଇକୁ ନିଜର ବିଏମଡବ୍ଲ୍ୟୁ ସୁପରବାଇକ୍ ଯୋଗେ ଯାତ୍ରା ଆରମ୍ଭ କରିଥିଲେ ୟୁଟ୍ୟୁବର। କିଛି ବାଟ ଯିବା ପରେ ତାଙ୍କୁ ତାମିଲନାଡୁ ପୁଲିସ ରାସ୍ତାରେ ଅଟକାଇ କେଉଁଠୁ ଆସିଛ ଓ କୁଆଡ଼େ ଯାଉଛ? ବୋଲି ପଚାରିଥିଲେ। ୟୁଟ୍ୟୁବରଜଣଙ୍କ ମୁମ୍ବାଇରୁ ମଦୁରାଇ ଯାଉଛି ବୋଲି କହିଥିଲେ। ଏହା ପରେ ପୁଲିସକର୍ମୀ ତାଙ୍କ ଗାଡ଼ିର କାଗଜପତ୍ର ଦେଖାଇବା ପାଇଁ କହିଥିଲେ। ୟୁଟ୍ୟୁବରଜଣଙ୍କ ନିଜ ଫୋନରୁ ଗାଡ଼ିର କାଗଜପତ୍ର ବାହାର କରୁଥିବା ସମୟରେ ପୁଲିସକର୍ମୀ ତାଙ୍କୁ ଏହା କେଉଁ ଗାଡ଼ି ଓ ଏହାର ଦାମ୍ କେତେ? ବୋଲି ପ୍ରଶ୍ନ କରିଥିଲେ। ପ୍ରଶ୍ନ ଶୁଣି ୟୁଟ୍ୟୁବର ଏହା ବିଏମଡବ୍ଲ୍ୟୁ ସୁପରବାଇକ୍ ଓ ଏହାର ଦାମ୍ ୨୦ଲକ୍ଷ ବୋଲି କହିଥିଲେ। ଏ ମଧ୍ୟରେ ୩ଜଣ ପୁଲିସକର୍ମୀ ଆସି ଗାଡ଼ି ବିଷୟରେ ପରସ୍ପର ସହ ଆଲୋଚନା କରିବ‌େ ଆରମ୍ଭ କରିଥିଲେ।

କିଛି ସମୟ ପରେ ଫୋନରେ ଗାଡ଼ିର କାଗଜପତ୍ର ଦେଖିସାରି ଫଟୋ ଉଠାଇବାର ଅନୁମତି ମାଗିଥିଲେ ଜଣେ ପୁଲିସକର୍ମୀ। ଏହା ପରେ ୟୁଟ୍ୟୁବରଜଣଙ୍କ ତୁରନ୍ତ ହଁ ଭରିଥିଲେ। ସଙ୍ଗେ ସଙ୍ଗେ ଦୁଇ ଜଣ ପୁଲିସକର୍ମୀ ଜଣଙ୍କ ପରେ ଜଣେ ଗାଡ଼ି ଉପରେ ବସି ଫଟୋ ଉଠାଇଥିଲେ।

ସମ୍ବନ୍ଧିତ ଖବର