ଆସନ୍ତାକାଲି ସୁଦ୍ଧା ଶୀର୍ଷ ଛୁଇଁବ କରୋନା ଦ୍ୱିତୀୟ ଲହରର ସଂକ୍ରମଣ! ଗାଣିତିକ ମଡେଲ ଏକ୍ସପର୍ଟ ପ୍ରଫେସରଙ୍କ ସୂଚନା

ନୂଆଦିଲ୍ଲୀ: ଆସନ୍ତାକାଲି ସୁଦ୍ଧା ଶୀର୍ଷ ଛୁଇଁବ କରୋନା ଦ୍ୱିତୀୟ ଲହରର ସଂକ୍ରମଣ । ଏଭଳି ଆକଳନ କରିଛନ୍ତି ଭାରତ ସରକାରଙ୍କ କରୋନା ସଂପର୍କିତ ଗାଣିତିକ ମଡେଲ ଏକ୍ସପର୍ଟ ପ୍ରଫେସର ଏମ ବିଦ୍ୟାସାଗର । ତାଙ୍କ କହିବା ଆନୁସାରେ ସାରା ଦେଶରେ କରୋନାର ସଂକ୍ରମଣ ଚଳିତ ସପ୍ତାହ ଶେଷ ସୁଦ୍ଧା ନିମ୍ନଗାମୀ ହେବ । ସେହିପରି ଚଳିତମାସ ଶେଷ ସୁଦ୍ଧା କରୋନାର ପ୍ରକୋପ କମିଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । କିନ୍ତୁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ସଂକ୍ରମଣ ଶୀର୍ଷ ଛୁଇଁପାରେ ।
– ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଏହାର ଶୀର୍ଷରେ ପହଂଚିସାରିଛି।
– ଏହା ଆଖପାଖ ରାଜ୍ୟରେ ଖୁବଶୀଘ୍ର ଶୀର୍ଷ ଛୁଇଁପାରେ ସଂକ୍ରମଣ।
– ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ ଦେଶର ସମସ୍ତ ରାଜ୍ୟ ଶୀର୍ଷକୁ ଛୁଇଁବ।
– ପ୍ରଥମ ଲହରରେ କରୋନା ସଂକ୍ରମଣ ଶୀର୍ଷ ଛୁଇଁବାକୁ ପ୍ରାୟ ସାଢେ ୩ ମାସ ଲାଗିଥିଲା।
– ଦ୍ୱିତୀୟ ଲହରରେ ସଂକ୍ରମଣର ଗତି ଖୁବ ଦ୍ରୁତ ରହିଥିବା ଦେଖାଯାଉଛି।
– ଏପ୍ରିଲ ପହିଲା ବେଳକୁ ଦୈନିକ ସଂକ୍ରମଣ ୭୫ ହଜାର ରହିଥିଲା।
– ଗୋଟିଏ ମାସ ପରେ ଏହା ୪ ଲକ୍ଷରୁ ଅଧିକ ସ୍ତରକୁ ଛୁଇଁଗଲା।

– ଇଟାଲିରେ ଗତବର୍ଷ ଅଗଷ୍ଟ ମଧ୍ୟ ଭାଗରେ ଆରମ୍ଭ ହୋଇଥିଲା କରୋନାର ଦ୍ୱିତୀୟ ଲହର।
– ୯୦ ଦିନର ବ୍ୟବଧାନ ପରେ ଇଟାଲିରେ ଶୀର୍ଷ ଛୁଇଁଥିଲା କରୋନା ଦ୍ୱିତୀୟ ଲହରର ସଂକ୍ରମଣ।
– ସ୍ପେନରେ ଜୁଲାଇ ଶେଷ ଆଡକୁ ଶୀର୍ଷରେ ପହଂଚିଥିଲା କରୋନା ଦ୍ୱିତୀୟ ଲହରର ସଂକ୍ରମଣ।
– ସ୍ପେନରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ପ୍ରାୟ ୧୧୦ ଦିନ ଧରି ରହିଥିଲା।
– ଆମ ଦେଶରେ ଫେବ୍ରୁଆରୀ ଶେଷ ଭାଗରେ ଅନୁଭୂତ ହେଲା ଦ୍ୱିତୀୟ ଲହରର ପ୍ରକୋପ।
– ୬୦ ଦିନରୁ ଅଧିକ ହେଲାଣି ଭାରତରେ ଜାରି ରହିଛି ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ।

ସମ୍ବନ୍ଧିତ ଖବର