ନୂଆଦିଲ୍ଲୀ: ଆଉ ଦିନକ ପରେ ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ପୂର୍ଣ୍ଣାଙ୍ଗ ବଜେଟ୍-୨୦୨୫ । ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନା କରିବେ ଯାହାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ଏଥର କେଉଁ ବିଭାଗକୁ କେତେ ମିଳିବ ? ବଜେଟ ଏଥର ଦେଶର ବିକାଶରେ କେମିତି ପ୍ରଭାବ ପକାଇବ ? ଏ ସବୁ ଉପରେ ଆଜିଠାରୁ ଚର୍ଚ୍ଚା ଆଲୋଚନା ହେଲାଣି । ଯେଉଁଠି ଦେଖିଲେ ସେଠି ଖାଲି ବଜେଟ୍ କଥା । ଚା ଖଟି, ବସଷ୍ଟାଣ୍ଡ, ଛକ ଛକରେ ବଜେଟକୁ ନେଇ ଚର୍ଚ୍ଚା ଏବଂ ଗଣମାଧ୍ୟମରେ ବଜେଟ ଉପରେ ବିଶ୍ଳେଷଣ ।
ଖାଲି ଦେଶର ବଜେଟ୍ ନୁହେଁ ଏହି ଶବ୍ଦ ଆମେ ଦୈନନ୍ଦିନ ଜୀବନରେ ବି ବହୁଳ ମାତ୍ରାରେ ବ୍ୟବହାର କରୁ । କଥା କଥାରେ ଅମୁକ ଜିନିଷ କିଣିବାକୁ ମୋ ବଜେଟ୍ ହେବନି, ସମୁକ କାମ ପାଇଁ ବଜେଟ୍ ଏତେ ଦରକାର ପରି କଥା ମାନ କହୁ... କିନ୍ତୁ ଆପଣ ଜାଣନ୍ତି କି ଏହି ବଜେଟ୍ ଶବ୍ଦ କେଉଁଠୁ ଆସିଲା ଏବଂ ଏହି ବଜେଟ୍ ଶବ୍ଦ ପଛର କାହାଣୀ କଣ ? ଆସନ୍ତୁ ଜାଣିବା...
/sambad/media/media_files/2025/01/30/qAPWO1Iya2jCFcFfhfM6.jpeg)
‘ବଜେଟ୍’ ଶବ୍ଦ ଫ୍ରେଞ୍ଚ ଶବ୍ଦ ‘ବୁଗେଟ’ରୁ ଆସିଛି । ଯାହାର ଅର୍ଥ ଛୋଟିଆ ବ୍ୟାଗ । ବୁଗେଟ୍ ‘ବୁଗେ’ରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ଚମଡା ବ୍ରିଫକେସ୍ । କୁହାଯାଏ ଇଂଲଣ୍ଡର ତତ୍କାଳୀନ ଅର୍ଥମନ୍ତ୍ରୀ ରବର୍ଟ ୱାଲପୋଲ ୧୭୩୩ ମସିହାରେ ଗୋଟେ ଛୋଟ ବ୍ୟାଗରେ ବଜେଟର ପ୍ରସ୍ତାବ ଦେଇଥିଲେ । ଭାରତୀୟ ବଜେଟର ଇତିହାସ ୧୫୦ ବର୍ଷରୁ ଅଧିକ ପୁରୁଣା । ୧୮୫୭ର ବିପ୍ଳବ ପରେ, ଯେତେବେଳେ ବ୍ରିଟିଶ ସରକାର ଇଷ୍ଟ ଇଣ୍ଡିଆ କମ୍ପାନୀରୁ ଭାରତର ପ୍ରଶାସନକୁ ଗ୍ରହଣ କଲେ, ୧୮୬୦ ମସିହାରେ ଭାରତର ପ୍ରଥମ ବଜେଟ୍ ଆସିଲା । ସ୍ୱାଧୀନ ଭାରତରେ ପ୍ରଥମ ବଜେଟ୍ ୨୬ ନଭେମ୍ବର ୧୯୪୭ରେ ଆସିଥିଲା ।
ବର୍ତ୍ତମାନ ବଜେଟରେ ଅନେକ ପରିବର୍ତ୍ତନ ଆସିଛି । ବଜେଟ୍ ଉପସ୍ଥାପନର ଶୈଳୀ ବି ବଦଳିଛି, ବଜେଟ୍ କାଗଜବିହୀନ ଏବଂ ଡିଜିଟାଲ୍ ହୋଇଯାଇଛି । ମାତ୍ର ପୂର୍ବରୁ ବଜେଟ୍ ଚମଡା ବ୍ରିଫକେସ ସହ ଜଡିତ ଥିଲା ।