ବାସ୍ତୁଶାସ୍ତ୍ରରେ ଗୃହର ସଦସ୍ୟମାନଙ୍କ ସ୍ଥାନ ନିର୍ଦ୍ଦିଷ୍ଟ କରାଯାଇଛି। କେଉଁ ଘରର କେଉଁ ଦିଗରେ କେଉଁ ବ୍ୟକ୍ତି ଅବସ୍ଥାନ କରିବା ବିଧେୟ ତାହା ନିର୍ଣ୍ଣୟ କରାଯାଇଛି। ବାସ୍ତୁ ଅନୁସାରେ ଦକ୍ଷିଣ-ପଶ୍ଚିମ ଦିଗରେ ଗୃହକର୍ତ୍ତା-କର୍ତ୍ତ୍ରୀଙ୍କ ଶୟନକକ୍ଷ ରହିବା ଉଚିତ। ଏହା ଶୁଭ ଫଳ ଦେଇଥାଏ।
l ପଶ୍ଚିମ ବା ଦକ୍ଷିଣ ଦିଗ ହେଉଛି ସନ୍ତାନମାନଙ୍କ ରହିବା ସ୍ଥାନ। ଘରର ବଡ଼ପୁଅର ସ୍ଥାନ ଦକ୍ଷିଣ ଦିଗରେ ହୋଇଥିବା ବେଳେ ସାନପୁଅର ସ୍ଥାନ ଉତ୍ତର-ପଶ୍ଚିମ ବାୟୁ କୋଣରେ ହୋଇଥାଏ।
l ବିବାହିତ ସ୍ବାମୀ ଓ ସ୍ତ୍ରୀଙ୍କ ଲାଗି ଉତ୍ତର ଦିଗ ଉଦ୍ଦିଷ୍ଟ। ସେହିପରି ଐଶାନ୍ୟ କୋଣ ଗୃହର ଅତିଥିମାନଙ୍କ ପାଇଁ ଶୁଭପ୍ରଦ। ଏହାଦ୍ବାରା ଗୃହର ସନ୍ତୁଳନ ଠିକ୍ ରହିବ।
l କନ୍ୟାମାନଙ୍କ ପାଇଁ ଉତ୍ତର-ପଶ୍ଚିମ ଦିଗ ଶୁଭ ହୋଇଥାଏ। ବିବାହ ବୟସ ହୋଇଥିବା କନ୍ୟାମାନେ ଉତ୍ତର-ପୂର୍ବ କୋଣରେ ଶୟନ କଲେ ଯଥାଶୀଘ୍ର ବିବାହ ହୋଇଥାଏ।
l ଛୋଟ ପିଲାଙ୍କ ଶୟନ ସ୍ଥାନ ଦକ୍ଷିଣରେ କିମ୍ବା ପଶ୍ଚିମରେ ଶୁଭ ହୋଇଥାଏ। ପାଠ ପଢ଼ିବା ବେଳେ ପୂର୍ବ ଓ ଦକ୍ଷିଣ ଦିଗକୁ ମୁହଁ କରି ପାଠ ପଢ଼ିବା ଉଚିତ। ପାଠପଢ଼ା କକ୍ଷରେ ଆଲୋକ ଓ ବାୟୁ ଚଳାଚଳର ଆବଶ୍ୟକତା ରହିଛି।
l ଘରେ ରୋଗଗ୍ରସ୍ତ ସଦସ୍ୟ ନୈବେଦ୍ୟ କୋଣରେ ରହିବା ଅନୁଚିତ। ଏହାଦ୍ବାରା ଅଧିକ ଅସୁସ୍ଥ ହେବାର ଆଶଙ୍କା ଥାଏ।
l ଘରେ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଅଗ୍ନିକୋଣର ପୂର୍ବ ଭାଗରେ ସ୍ଥାନ ଦେଲେ ସେମାନେ ସୁଖ ଲାଭ କରିଥାଆନ୍ତି।
l ଗୃହପାଳିତ ପଶୁ କୁକୁରଙ୍କୁ ଘରର ଦ୍ବାର ମୁହଁରେ ରଖିବା ଉଚିତ। ନ ହେଲେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ମିଳି ନଥାଏ। ବିଲେଇ ଘର ପାଇଁ ଅଶୁଭ ହୋଇଥାଆନ୍ତି।
l ଘରର ପୂର୍ବ ଭାଗରେ ଶୁଆକୁ ରଖିପାରିବା ଓ ତାକୁ ପଞ୍ଜୁରି ଭିତରେ ନରଖି ଖୋଲା ରଖିବା ଦରକାର।
l ଶୋଇବା କକ୍ଷରେ ଗୃହକର୍ତ୍ତା ମୁଣ୍ଡ ପୂର୍ବ ଓ ଦକ୍ଷିଣକୁ କରି ଶୋଇବା ଉଚିତ। ଏହି ଘରେ ୯ଟି ମୟୂରପଙ୍ଖ ଦକ୍ଷିଣ-ପଶ୍ଚିମ ନୈବେଦ୍ୟ କୋଣରେ ରଖିଲେ ସେମାନେ ଦୀର୍ଘାୟୁ ରହିଥାନ୍ତି। ଐଶାନ୍ୟ କୋଣରେ ମୟୂରପଙ୍ଖ ରଖିଲେ ଗୃହକୁ କୌଣସି ଭୌତିକ ଶକ୍ତି ପ୍ରବେଶ କରି ନଥାଏ।
l ଗୃହର ପ୍ରବେଶଦ୍ବାରରେ ବାଉଁଶର ବଇଁଶୀ ଓ ମୟୂରଚନ୍ଦ୍ରିକା ରଖିଲେ ଶୁଭଶକ୍ତି ଆସିଥାଏ। ଗୃହର ଦ୍ବାରଦେଶରେ ‘ଓଁ’ ଅଙ୍କନକଲେ ଗୃହକୁ ନକାରାତ୍ମକ ଶକ୍ତି ପ୍ରବେଶ କରି ନଥାଏ।
l ଘରର ଝାଡୁକୁ ଲୁଚେଇକି ରଖିବା ଉଚିତ ଓ ଏଥିରେ ପାଦ ପୋଛିବା ଅନୁଚିତ। ଆର୍ଥିକ ଅନଟନ ଦେଖାଦେଉଥିଲେ ଘରର ନୈବେଦ୍ୟ କୋଣରେ ୭ଟି ଲବଙ୍ଗ, ୭ଟି ଗୁଜୁରାତି, ୨ଟି ଡାଲଚିନି ଓ ଶ୍ରୀକର୍ପୁର ରଖିବାଦ୍ବାରା ଆର୍ଥିକ ଅବସ୍ଥା ସୁଧୁରିଥାଏ ବୋଲି ବିଶ୍ବାସ ରହିଛି।
କାହା ପାଇଁ କେଉଁ ଦିଗ ଶୁଭ
ବାସ୍ତୁଶାସ୍ତ୍ରରେ ଗୃହର ସଦସ୍ୟମାନଙ୍କ ସ୍ଥାନ ନିର୍ଦ୍ଦିଷ୍ଟ କରାଯାଇଛି। କେଉଁ ଘରର କେଉଁ ଦିଗରେ କେଉଁ ବ୍ୟକ୍ତି ଅବସ୍ଥାନ କରିବା ବିଧେୟ ତାହା ନିର୍ଣ୍ଣୟ କରାଯାଇଛି। ବାସ୍ତୁ ଅନୁସାରେ...
/sambad/media/media_files/2025/08/31/untitled-2-2025-08-31-07-33-58.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)