ଧର୍ମଗ୍ରନ୍ଥରେ ମଣିଷର କେଉଁ କାନକୁ ପବିତ୍ର ବୋଲି ଧରାଯାଏ? ଆସନ୍ତୁ ଜାଣିବା 

ଧର୍ମଗ୍ରନ୍ଥରେ ମଣିଷର ବିଭିନ୍ନ ଅଙ୍ଗ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି । କେଉଁ ଅଙ୍ଗ କେତେ ପବିତ୍ର ସେ ବିଷୟରେ ମଧ୍ୟ ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି । ଏହା ସହ ମଣିଷର କେଉଁ କାନଟି ପବିତ୍ର ଏବଂ କେଉଁ କାନଟି ଅପବିତ୍ର ସେ ବିଷୟରେ ମଧ୍ୟ ବିସ୍ତାରିତ ଭାବରେ ବର୍ଣ୍ଣନା କରାଯାଇଛିା ମନୁସ୍ମୃତି ଅନୁସାରେ ମଣିଷର ନାଭି ଉପରକୁ ଥିବା ଶରୀରର ଅଂଶଗୁଡ଼ିକ ପବିତ୍ର ହୋଇଥିବା ବେଳେ ନାଭି ତଳକୁ ଥିବା ଅଂଶ ଅପବିତ୍ର । ତେବେ ମଣିଷର କେଉଁ କାନ ଅପବିତ୍ର ସେ ନେଇ ମନୁସ୍ମୃତିରେ ବର୍ଣ୍ଣନା ରହିଛି । ଆସନ୍ତୁ ଜାଣିବା ସେହି କାରଣ ବିଷୟରେ…

୧.ଯେତେବେଳେ କୌଣସି ବ୍ୟକ୍ତି ଦୀକ୍ଷା ନେଇଥାନ୍ତି ସେ ସମୟରେ ଗୁରୁ ସେମାନଙ୍କ ଡ଼ାହାଣ କାନରେ ଗୁପ୍ତ ମନ୍ତ୍ର କହିଥାନ୍ତି । କାରଣ ବାମ କାନ ଅପେକ୍ଷା ଡ଼ାହାଣ କାନକୁ ଅଧିକ ପବିତ୍ର ବୋଲି ଧରାଯାଇଥାଏ ।

୨.ମଣିଷର ଡ଼ାହାଣ କାନରେ ବାୟୁ, ଚନ୍ଦ୍ର,ଇନ୍ଦ୍ର,ଅଗ୍ନି ଏବଂ ବରୁଣ ଦେବତା ବାସ କରନ୍ତି । ସେଥିପାଇଁ ଡ଼ାହାଣ କାନକୁ ଅଧିକ ପବିତ୍ର ବୋଲି ଧରା ଯାଇଥାଏ ।

religion.bhaskar.com

୩. ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି କି, ଛିଙ୍କିଲେ,ଛେପ ଫିଙ୍ଗିଲେ ବା ମିଥ୍ୟା କହିଲେ ଡ଼ାହାଣ କାନକୁ ସ୍ପର୍ଶ କରିବା ନିହାତି ଦରକାର । ଏପରି କରିବା ଦ୍ୱାରା ମଣିଷ ଶୁଦ୍ଧି ହୋଇ ଯାଇଥାଏ ।

୪.ଧର୍ମଗ୍ରନ୍ଥ ଅନୁଯାୟୀ ମଣିଷ ଶରୀରରେ ଥିବା ପଞ୍ଚତତ୍ତ୍ୱର ଅଲଗା ଅଲଗା ପ୍ରତିନିଧି ଅଙ୍ଗ ରହିଛି । ଭୂମିର ପ୍ରତିନିଧି ଅଙ୍ଗ ନାକ, ଜଳର ଜିଭ, ଅଗ୍ନିର ଆଖି,ବାୟୁର ଚର୍ମ ଏବଂ କାନ ହେଉଛି ଆକାଶର ପ୍ରତିନିଧି ଅଙ୍ଗ । ଆକାଶ କେବେ ହେଲେ ଅପବିତ୍ର ହୋଇ ନ ଥାଏ । ସେଥିପାଇଁ ଡ଼ାହାଣ କାନକୁ ପବିତ୍ର ବୋଲି କୁହାଯାଏ ।

ସମ୍ବନ୍ଧିତ ଖବର