ଧଳା ଷ୍ଟ୍ରବେରି! ଯାହାର ମୂଲ୍ୟ ଗୋଟିକ ପ୍ରତି ଭାରତୀୟ ମୁଦ୍ରାରେ ପ୍ରାୟ ଆଠ ଶହ ଟଙ୍କା

ଜାପାନରେ ଏବେ ଧଳା ଷ୍ଟ୍ରବେରି ଉତ୍ପାଦନ ବଢ଼ୁଛି। ଏହାକୁ ପ୍ରଥମେ ବିକଶିତ କରିଥିଲେ, ଜାପାନିଜ୍‌ ଉଦ୍ୟାନ କୃଷି ଗବେଷକ ୟାସୁହିଟୋ ତେସ୍‌ହିମା। ଏଥି ପାଇଁ ସେ ଚାରି ବର୍ଷ ଗବେଷଣା କରିଥିଲେ।। ଏହା ସଙ୍କର ଜାତୀୟ। ଏହାର ସ୍ୱାଦ, ସାଧାରଣ ଲାଲ ଷ୍ଟ୍ରବେରି ପରି। ତେବେ, ସାଧାରଣ ଲାଲ ଷ୍ଟ୍ରବେରି ତୁଳନାରେ ଏହାର ଆକାର ଦୁଇ ଗୁଣରୁ ଅଧିକ ବଡ଼। ଏହା ‘ସିରୋଇ ହାଉସେକି’ ଭାବେ ନାମିତ; ଯାହାର ଓଡ଼ିଆ ଭାଷାନ୍ତର- ‘ଶ୍ବେତ ଅଳଙ୍କାର’। ନିର୍ଦିଷ୍ଟ ଭାବେ କେଉଁ ପଦ୍ଧତିରେ ଧଳା ଷ୍ଟ୍ରବେରି ସୃଷ୍ଟି ହୋଇଛି, ତାହାକୁ ଏହାର ସ୍ରଷ୍ଟା ଗୋପନୀୟ ରଖିଛନ୍ତି। ସୂର୍ଯ୍ୟ କିରଣ ପଡ଼ିବାକୁ ନ ଦେଇ, ସେ ଏ ପରି କରିପାରିଥିବା ଅନୁମାନ କରାଯାଉଛି। ଧଳା ଷ୍ଟ୍ରବେରି ଗୋଟିକ ପ୍ରତି ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ଆଠ ଶହ ଟଙ୍କା।

ସମ୍ବନ୍ଧିତ ଖବର