ନିର୍ବାଚନ ସମୟରେ ପ୍ରତିଥର ଚର୍ଚ୍ଚାକୁ ଆସୁଥିବା ଏହି ‘ବେବି କ୍ରେଜିୱାଲ’ ଜଣକ କିଏ ଜାଣନ୍ତୁ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୨ରେ ଆମ୍ ଆଦମୀ ପାର୍ଟି (ଆପ)ର ବିଜୟ ସହିତ ପାର୍ଟି କର୍ମୀ ଏବଂ ସମର୍ଥକମାନେ ପଞ୍ଜାବରେ ଉତ୍ସବ ପାଳନ କରିଛନ୍ତି। ଦିଲ୍ଲୀର ଆପ କର୍ମୀମାନେ ମଧ୍ୟ ପାର୍ଟି ମୁଖ୍ୟାଳୟରେ ଉତ୍ସବ ପାଳନ କରିବା ଆରମ୍ଭ କରି ଦେଇଛନ୍ତି।

ଏହି କ୍ରମରେ ଜଣେ ସମର୍ଥକ ତାଙ୍କ ପିଲାକୁ ଏକ  ସୁନ୍ଦର ପୋଷାକରେ ସଜେଇ ଆଣିଥିଲେ। ଏହି ଶିଶୁ ଜଣକ ଅରବିନ୍ଦ କେଜ୍ରିୱାଲ ଏବଂ ଭଗୱନ୍ତ ମାନଙ୍କର ମିଶ୍ରଣର ବେଶରେ ସଜେଇ ହୋଇ ଥିଲା। ତେବେ ଏହି ବେଶ ପୂର୍ବରୁ ଶିଶୁ ଜଣକ ‘ବେବି କେଜ୍ରିୱାଲ’ ନାମରେ ମଧ୍ୟ ଜଣାଶୁଣା ରହିଛି।

ଏହା ପ୍ରଥମ ଘଟଣା ନୁହେଁ ଯେ ପିଲାଟି ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଦୁଇ ବର୍ଷ ପୂର୍ବେ ଦିଲ୍ଲୀର ବିଧାନସଭା ନିର୍ବାଚନ ବେଳେ ଏହି ଶିଶୁ ଚର୍ଚ୍ଚାକୁ ଆସିଥିଲା। ତିନି ବର୍ଷର ଶିଶୁର ନାମ ହେଉଛି ଆଭ୍ୟାନ ତୋମାର । ଆମ୍ ଆଦମୀ ପାର୍ଟିର ସମର୍ଥକ କୁହାଯାଉଥିବା ଏହି ଶିଶୁ ଜଣକ ରାହୁଲ ତୋମାର ଏବଂ ମୀନାକ୍ଷୀ ତୋମାରଙ୍କ ପୁଅ।

 

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ରାହୁଲ ଏବଂ ମୀନାକ୍ଷୀ ତୋମାର ନିଜ ପିଲାଙ୍କୁ ଆପ ମୁଖ୍ୟ ଭାବରେ ସଜାଇ ପାର୍ଟି ପାଇଁ ନିଜର ସମର୍ଥନ ପ୍ରଦର୍ଶନ କରିଛନ୍ତି। ସାତ ବର୍ଷ ପୂର୍ବେ ତାଙ୍କର ଝିଅ ପରୀଙ୍କୁ ମଧ୍ୟ ‘ଲିଟିଲ କେଜ୍ରିୱାଲ’ ଭାବରେ ସଜାଇ ଥିଲେ। ଆଉ ପରୀର ଫଟୋ ବି  ସେ ସମୟରେ ଖୁବ ଭାଇରାଲ ହୋଇଥିଲା।

 

ସମ୍ବନ୍ଧିତ ଖବର