ଜାଣନ୍ତୁ ଟିନା ଡାବିଙ୍କ ପୂର୍ବ ସ୍ବାମୀ ଆଥାର ଅମିର ଖାନଙ୍କୁ ବିବାହ କରିବାକୁ ଯାଉଥିବା ଏହି ଡାକ୍ତରାଣୀ କିଏ?

ନୂଆଦିଲ୍ଲୀ: ୨୦୧୫ ବ୍ୟାଚର ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଆଥାର ଅମିର ଖାନ ପୁଣି ବାହା ହେବାକୁ ଯାଉଛନ୍ତି ବୋଲି ତ ଆପଣ ଜାଣିଥିବେ ନିଶ୍ଚୟ। ମାତ୍ର ସେ କାହାକୁ ବାହା ହେବାକୁ ଯାଉଛନ୍ତି? ତାଙ୍କ ବିଷୟରେ ସବୁ କିଛି ଜାଣିଛନ୍ତି କି? ଆଥାର ବିବାହ କରିବାକୁ ଯାଉଥିବା ମହିଳାଙ୍କ ନାମ ଡା.ମେହରିନ କାଜି। ତାଙ୍କ ମାଆଙ୍କ ନାମ ରଜିଆ କାଜି।

ମେହରିନ କାଜି ବୃତ୍ତିରେ ଜଣେ ଡାକ୍ତର ହୋଇଥିବା ବେଳେ ମେଡିସିନ୍‌ରେ ସେ ମାଷ୍ଟର୍‌ ଡିଗ୍ରି ହାସଲ କରିଛନ୍ତି। ସେ ସଂପ୍ରତି ଦିଲ୍ଲୀର ରାଜୀବ ଗାନ୍ଧୀ କ୍ୟାନ୍‌ସର୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଆଣ୍ଡ୍‌ ରିସର୍ଚ ସେଣ୍ଟର୍‌ରେ ସାଇଣ୍ଟିଫିକ୍ ଅଫିସର୍‌ ଭାବେ କାମ କରୁଛନ୍ତି।

ସେ ଦିଲ୍ଲୀର ଅ‌ାମ୍ବେଦକର ୟୁନିଭରସିଟିରେ ଶିକ୍ଷା ଗ୍ରହଣ କରିଛନ୍ତି। ଏହାଛଡ଼ା ସେ ଡେନ୍‌ମାର୍କରେ ଆସ୍‌ଥେଟିକ୍‌ ମେଡିସିନ୍‌ରେ ଫେଲୋସିପ୍‌ କରିଥିବା ବେଳେ ଗ୍ରେଟ୍‌ ବ୍ରିଟେନ୍‌ରୁ କ୍ଲିନିକାଲ୍‌ କସ୍‌ମେଟୋଲୋଜିରୁ ପିଜି ଡିପ୍ଲୋମା କରିଛନ୍ତି।

କୋଭିଡ୍‌-୧୯ର ଦ୍ବିତୀୟ ଲହର ବେଳେ ସେ ସକ୍ରିୟ ରହି ଲୋକମାନଙ୍କର ଅନେକ ସେବା କରିଥିଲେ। ଏଥିପାଇଁ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ଅନେକ ଲୋକ ତାଙ୍କର ନିସ୍ବାର୍ଥ ସେବା ପାଇଁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ସେ ଖୁବ୍ ସକ୍ରିୟ ରହୁଥିବା ବେଳେ ତାଙ୍କର ଫଲୋୟର୍ସ ପ୍ରାୟ ୨ ଲକ୍ଷ ଅଛନ୍ତି। କିଛି ବ୍ରାଣ୍ଡ୍‌ ପାଇଁ ସେ ମଡେଲିଂ ବି କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଉଭୟ ଆଥାର ଓ ଡା.ମେହରିନ ‌ନିଜ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ସେମାନଙ୍କ ଖବର ସେୟାର କରିଛନ୍ତି। ଇନଷ୍ଟାଗ୍ରାମରେ ଦୁହିଁଙ୍କ ଫଟୋ ସହିତ ଏକ ଖବର ପୋଷ୍ଟ କରିବା ପରେ କଥା ପଦାକୁ ଆସିଛି। ମେହରିନ ଲେଖିଛନ୍ତି ଯେ, ସେ ଖୁବ ଶୀଘ୍ର ଆଥାରଙ୍କୁ ବିବାହ କରିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର