ଗାନ୍ଧିନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାଆଙ୍କ ଉଦେଶ୍ୟରେ ଲେଖିଥିବା ଏକ ପତ୍ର ଏବେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ମୋଦୀ ତାଙ୍କ ପତ୍ରରେ ତାଙ୍କର ପିଲାଦିନରେ ଜଣେ ମୁସ୍ଲମାନ ସାଙ୍ଗ ଅବାସଙ୍କ ବିଷୟରେ ଉଲ୍ଲେଖ କରିବା ପରେ ଏ ନେଇ ସୋସିଆଲ୍ ମିଡିଆରେ ଝଡ଼ ଉପୁଜିଛି।
ମୋଦୀ ଲେଖିଥିବା ପତ୍ରରେ ଉଲ୍ଲେଖ କରାଯାଇଛି ଯେ ‘ମାଆ ଅନ୍ୟ ଲୋକଙ୍କ ଖୁସିରେ ଆନନ୍ଦିତ ହେଉଥିଲେ। ଆମ ଘର ହୁଏତ ଛୋଟ ଥିଲା ମାତ୍ର ମୋ ମାଆଙ୍କ ହୃଦୟ ଖୁବ୍ ବଡ଼। ସେ ସମୟରେ ପାଖ ଗାଁରେ ମୋ ବାପାଙ୍କର ଜଣେ ଘନିଷ୍ଠ ବନ୍ଧୁ ରହୁଥିଲେ। ତାଙ୍କ ମୃତ୍ୟୁ ପରେ ମୋ ବାପା ତାଙ୍କ ବନ୍ଧୁଙ୍କ ପୁଅ ଅବାସ୍କୁ ଆମ ଘରକୁ ନେଇ ଆସିଲେ। ସେ ଆମ ଘରେ ରହି ପାଠ ପଢ଼ା ପୂରା କଲେ। ମୋ ମାଆ ଆମ ଭାଇଭଉଣୀଙ୍କୁ ଯେପରି ଦେଖନ୍ତି ତାଙ୍କୁ ବି ସେପରି ଦେଖନ୍ତି। ପ୍ରତି ବର୍ଷ ଇଦ୍ରେ ମୋ ମାଆ ଅବାସ୍ ପାଇଁ ତାଙ୍କ ପ୍ରିୟ ଖାଦ୍ୟ ବନାନ୍ତି। ଅନ୍ୟ ସବୁ ପର୍ବପର୍ବାଣୀରେ ବି ପଡ଼ିଶା ଘର ପିଲାମାନେ ଆମ ଘରକୁ ଆସି ମୋ ମାଆଙ୍କ ହାତରନ୍ଧା ଖାଦ୍ୟର ମଜା ନିଅନ୍ତି।’
अपनी माँ को लिखे पत्र में PM Modi ने अपने बचपन के दोस्त 'अब्बास' के बारे में बताया-
'अब्बास, अपने पिता की मृत्यु के बाद मोदी जी के घर रहकर पला-बढ़ा, ईद के दिन उनके घर में अब्बास के लिये खूब पकवान बनते' pic.twitter.com/VEpislyyPO
— News24 (@news24tvchannel) June 18, 2022
ମୋଦୀ ତାଙ୍କର ଏହି ମୁସ୍ଲମାନ ବନ୍ଧୁଙ୍କ ସଂପର୍କରେ ଉଲ୍ଲେଖ କରିବା ପରେ ଏ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବାରେ ଲାଗିଛନ୍ତି। କେହି କେହି ଏହାକୁ ମୋଦୀଙ୍କ ମନଗଢ଼ା କାହାଣୀ କହିଥିବା ବେଳେ ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ନିଜେ ତ ପିଲାଦିନେ ଚା ବିକି ଚଳୁଥିଲ, ପର ପିଲାକୁ କିପରି ପାଳୁଥିଲ?’ ମୋଦୀଙ୍କର ଏହି ପତ୍ର ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି।
ମୋଦୀ ଲେଖିଥିବା ଚିଠିରେ ମୁସ୍ଲମାନ ବନ୍ଧୁ ଆବାସ୍ଙ୍କ କଥା ଉଲ୍ଲେଖ କରାଯାଇଥିବା ପାରାଗ୍ରାଫ୍ଟିକୁ କ୍ରପ୍ କରି ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର କରିଛି ଗଣମାଧ୍ୟମ ସଂସ୍ଥା ନିଉଜ୨୪।