ନୂଆଦିଲ୍ଲୀ: ମହିନ୍ଦ୍ରା କମ୍ପାନିର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ । ଦେଶର ଜଣେ ଜଣାଶୁଣା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରତିଦିନ କିଛି ଭିଡିଓ କିମ୍ବା ପୋଷ୍ଟ ସେୟାର କରିଥାନ୍ତି। ସେଗୁଡ଼ିକ ପ୍ରେରଣାଦାୟକ ହେଉ ଅବା ମଜାଳିଆ । ବୁଧବାର ଦିନ ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଜଣେ ଶିଶୁ ବହୁତ ପ୍ରେରଣାଦାୟକ ବାର୍ତ୍ତା ଦେଉଥିବା ଶୁଣିବାକୁ ମିଳୁଛି।
ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟର ଆକାଉଣ୍ଟ ପ୍ରେରଣାଦାୟକ କ୍ଲିପ୍ ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟରେ ପରିପୂର୍ଣ୍ଣ । ଆନନ୍ଦ ମହିନ୍ଦ୍ରା ସବୁବେଳେ ଚକିତକରିଲା ଭଳି ଏବଂ ପ୍ରେରଣାଦାୟକ ଭିଡିଓ ସେୟାର କରିବାକୁ ଭଲ ପାଆନ୍ତି । ମହିନ୍ଦ୍ରା ନିକଟରେ ଜଣେ ଛୋଟ ପିଲାର ଭିଡିଓ କ୍ଲିପ ସେୟାର କରିଛନ୍ତି।
This video’s from 2018. I believe this young man is quoting motivational speaker Prem Rawat. So he’s not a young Guru himself. But when children communicate, their innocence imparts their words with unparalleled power & impact. It’s made me re-examine ‘what I practice’ everyday. pic.twitter.com/PSks1ji8iE
— anand mahindra (@anandmahindra) January 19, 2022
ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ପ୍ରୋଫାଇଲରେ ଯେଉଁ ଭିଡିଓ ସେୟାର କରିଛନ୍ତି ତାହା ୨୦୧୮ର ବୋଲି କୁହାଯାଉଛି। ଏଥିରେ ଜଣେ ଛୋଟ ବାଳକ ପ୍ରେରଣାଦାୟକ ବକ୍ତା ପ୍ରେମ ରାୱତଙ୍କ ଦ୍ୱାରା ଏକ ଉଦ୍ଧୃତ ପାଠ କରୁଥିବା ଶୁଣିବାକୁ ମିଳୁଛି। ପିଲାଟି ନିଜ ଜୀବନରେ ଆନନ୍ଦର ଅଭ୍ୟାସ କରିବା, ଚିନ୍ତା ଏବଂ କ୍ରୋଧକୁ ଦୂର କରିବା ବିଷୟରେ ଆଲୋଚନା କରିଛି। ଯାହାକି ଆନନ୍ଦ ମହିନ୍ଦ୍ରାଙ୍କୁ ବେଶ ପ୍ରଭାବିତ କରିଛି।