ନୂଆଦିଲ୍ଲୀ: କୁକୁର ଓ ବିଲେଇ ଏପରି ଦୁଇ ପ୍ରାଣୀ ଯାହାକୁ ଲୋକମାନେ ନିଜ ଘରେ ରଖିଥାଆନ୍ତି। ଗୃହପାଳିତ ପଶୁପକ୍ଷୀଙ୍କୁ ଲୋକେ ଘର ରଖିବା ସହିତ ନିଜର ପିଲାଙ୍କ ଭଳି ସ୍ନେହ ଦେଇଥାଆନ୍ତି।
ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବୃଦ୍ଧ ନିଜ ବିଲେଇକୁ ଛାତିରେ ଆଲିଙ୍ଗନ କରି କାନ୍ଦୁଥିବା ଦେଖିବାକୁ ମିଳିଛି । ଏହା ପଛରେ ଥିବା କାହାଣୀ ଜାଣିଲେ ଆପଣ ଭାବବିହ୍ବଳ ହୋଇଯିବେ।
His house is totally burned down but he cries in happiness on seeing his pet cat alive💕 pic.twitter.com/Y07czxfxcv
— Susanta Nanda IFS (@susantananda3) January 14, 2022
ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ବୃଦ୍ଧଙ୍କ ଘରେ ନିଆଁ ଲାଗି ତାଙ୍କ ପୁରା ଘର ଜଳି ପାଉଁଶ ହୋଇଯାଇଛି। ଏହି ସମୟରେ ସେ ତାଙ୍କ ପୋଷା ବିଲେଇକୁ ଦେଖିବାକୁ ପାଇଥିଲେ। ସବୁକିଛି ଜଳି ପାଉଁଶ ହୋଇଯିବା ପରେ ବିଲେଇକୁ ଜୀବିତ ଥିବା ଦେଖି ତାକୁ ଆଲିଙ୍ଗନ କରି ଭୋଭୋ ହୋଇ କାନ୍ଦି ପକାଉଛନ୍ତି ବୃଦ୍ଧ। କାରଣ ବୃଦ୍ଧଙ୍କୁ ଲାଗିଥିଲା ଯେ ତାଙ୍କ ପୋଷା ବିଲେଇ ମଧ୍ୟ ନିିଆଁରେ ଜଳି ଯାଇଛି |
ଏହି ୪୪ ସେକେଣ୍ଡର ଭିଡିଓକୁ ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ବୃଦ୍ଧଙ୍କର ପୂରା ଘର ଜଳି ଯାଇଛି, କିନ୍ତୁ ସେ ତାଙ୍କ ଗୃହପାଳିତ ପଶୁକୁ ଜୀବିତ ଦେଖି ଖୁସିରେ କାନ୍ଦି ପକାଇଥିଲେ।