ବିଭିନ୍ନ ଗାଡିମାନଙ୍କର ଚକ ବା ଟାୟରଗୁଡିକର ରଙ୍ଗ ସାଧାରଣତଃ କଳା ରଙ୍ଗର ହିଁ ହୋଇଥାଏ। ଅନ୍ୟ କୌଣସି ରଙ୍ଗର ହୋଇ ନଥାଏ। ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଟାୟର ତିଆରି କରୁଥିବା ବିଶ୍ୱର ସମସ୍ତ କଂପାନୀଗୁଡିକ ମଧ୍ୟ ଟାୟର ରଙ୍ଗ କଳା ହିଁ ରଖିଥାନ୍ତି। କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଟାୟାରର ରଙ୍ଗ କଳା ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହା ପଛରେ ରହିଛି କି କାରଣ।
ଆପଣଙ୍କୁ ଜଣାଥିବ କି ଟାୟର ମୁଖ୍ୟତଃ ରବରରେ ତିଆରି ହୋଇଥାଏ। ଏବେ ମନରେ ପ୍ରଶ୍ନ ଉଠୁଥିବ ରବରର ରଙ୍ଗ ତ ପାଉଁଶିଆ ତେବେ ଟାୟରର ରଙ୍ଗ କଳା କାହିଁକି ? ପ୍ରକୃତ ମାମଲାଟି ହେଲା, ତିଆରି କରିବା ସମୟରେ ହିଁ ଟାୟରର ରଙ୍ଗ ବଦଳି ଯାଇଥାଏ ଏବଂ ପାଉଁଶିଆ ରଙ୍ଗରୁ ତାହା କଳା ରଙ୍ଗକୁ ପରିବର୍ତ୍ତିତ ହୋଇଯାଇଥାଏ। ଟାୟର ତିଆରି କରିବାର ପ୍ରକ୍ରିୟାକୁ ସାଧାରଣତଃ ‘ବଲ୍କନାଇଜେସନ୍’ ବୋଲି କୁହାଯାଇଥାଏ।
/sambad/media/post_attachments/wp-content/uploads/2018/07/tyre-fi2a-300x181.jpg)
ସାଧାରଣତଃ ପ୍ରାକୃତିକ ତଥା ପ୍ରକୃତିଗତ ରବର ଅଧିକ ମଜଭୁତ ତଥା ଶକ୍ତ ହୋଇନଥାଏ ଏବଂ ଏହା ଶୀଘ୍ର ଘୋରି ହୋଇ ନଷ୍ଟ ହୋଇଯାଇଥାଏ। ଏଥିସହ ଏହାକୁ ଦୀର୍ଘ ଦିନ ଧରି ବ୍ୟବହାର କରିବା ମଧ୍ୟ କଷ୍ଟକର ହୋଇପଡିଥାଏ। ତେଣୁ ଏଥିରେ କାର୍ବନ ବ୍ଲାକ୍ ମିଶ୍ରଣ କରାଯାଇଥାଏ। ଯାହାଦ୍ୱାରା ଟାୟରଗୁଡିକ ମଜଭୁତ ହେବା ସହ କମ୍ ଘୋରି ହୋଇଥାଏ।
କାର୍ବନ ବ୍ଲାକ୍ କାରଣରୁ ଏହାର ରଙ୍ଗ କଳା ହୋଇ ଯାଇଥାଏ। ଯାହା ଟାୟରକୁ ମୁଖ୍ୟତଃ ଅଲଟ୍ରା ଭାଓଲେଟ୍ ରଶ୍ମୀରୁ ରକ୍ଷା କରିଥାଏ। ଆପଣ ଦେଖିଥିବେ ପିଲାମାନଙ୍କ ସାଇକେଲର ଟାୟରଗୁଡିକ ରଙ୍ଗ ବେରଙ୍ଗର ହୋଇଥାଏ। ଏହା ଏଥିପାଇଁ ହୋଇଥାଏ କି, ସେଥିରେ କାର୍ବନ ବ୍ଲାକ୍ ମିଶା ଯାଇ ନଥାଏ ଏବଂ ଏଥିରେ ବ୍ୟବହୃତ ରବର୍ ନିମ୍ନମାନର ହୋଇଥାଏ। ଯେଉଁଥି ପାଇଁ ସେଗୁଡିକ ରାସ୍ତାରେ ଅଧିକ ରେସରେ ଗଡି ନପାରିବା ସହ ପିଲାମାନଙ୍କୁ ଦୁର୍ଘଟଣାରୁ ରକ୍ଷା କରିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/tyre2.jpg-f.jpg)