ମହିଳାମାନଙ୍କୁ ଅଷ୍ଟାଙ୍ଗ ପ୍ରଣାମ ମନା କାହିଁକି ?

ହିନ୍ଦୁ ଧର୍ମ ହେଉଛି ବିଶ୍ୱର ସବୁଠାରୁ ପ୍ରାଚୀନ ଧର୍ମ ବୋଲି କୁହାଯାଏ। ଏହି ଧର୍ମରେ ଜଣେ ଅନ୍ୟ ଜଣଙ୍କୁ ସମ୍ମାନ ଜଣାଇବା ଲାଗି ପ୍ରଣାମ କରିଥାନ୍ତି। ଭଗବାନ ଏବଂ ଗୁରୁଜନମାନଙ୍କୁ ପ୍ରଣାମ କରିବାର ବିଧି ରହିଛି ହିନ୍ଦୁ ଧର୍ମରେ।
ହିନ୍ଦୁ ଧର୍ମରେ ଛଅ ପ୍ରକାରର ପ୍ରଣାମ ରହିଛି। ଏଗୁଡିକ ହେଲା
ଅଷ୍ଟାଙ୍ଗ: ଏଥିରେ ଶରୀରର ଆଠଟି ଅଙ୍ଗ ଭୂମିକୁ ସ୍ପର୍ଶ କରିଥାଏ। ଅଙ୍ଗ ଗୁଡିକ ହେଲା ଆଣ୍ଠୁ, ପେଟ, ଛାତି, ହାତ, କହୁଣୀ ,ନାକ , ଚିବୁକ ଓ କପାଳ।
ସାଷ୍ଟାଙ୍ଗ: ଏହି ପ୍ରଣାମ ସମୟରେ ଶରୀରର ଛଅଟି ଅଙ୍ଗ ଭୂମିକୁ ସ୍ପର୍ଶ କରିଥାଏ। ତାହା ହେଲା ପାଦ, ଆଣ୍ଠୁ, ଚିବୁକ, ନାକ ଓ କପାଳ।
ପଞ୍ଚାଙ୍ଗ:ଏହି ପ୍ରଣାମ ସମୟରେ ଶରୀରର ୫ ଟି ଅଙ୍ଗ ଯଥା ଛାତି, ଚିବୁକ, କପାଳ ଓ ମଥା ଆଦିକୁ ଭୂମି ସ୍ପର୍ଶ କରିଥାଏ।
ଦଣ୍ଡବତ: ଏହି ପ୍ରଣାମରେ ମଥା ଓ ଆଣ୍ଠୁ ଭୂମିକୁ ସ୍ପର୍ଶ କରିଥାଏ।
ନମସ୍କାର: ମଥାରେ ଦୁଇ ହାତ ସ୍ପର୍ଶ କରାଯାଇ ଏହା କରାଯାଇଥାଏ।
ଅଭିନନ୍ଦନ: ପରସ୍ପରର ଛାତିକୁ ମିଶାଇବା, ହାତରେ ହାତ ମିଳାଇବା ଆଦି ପ୍ରଣାମକୁ ଅଭିନନ୍ଦନର ଆଖ୍ୟା ଦିଆଯାଇଥାଏ।
କିନ୍ତୁ ଆଜିକାଲି ଅଧିକାଂଶ ହିନ୍ଦୁ ନମସ୍କାର, ଅଭିନନ୍ଦନ ଓ ଦଣ୍ଡବତରେ ନିଜକୁ ସୀମିତ ରଖୁଛନ୍ତି।

କିନ୍ତୁ ଆପଣ ଜାଣନ୍ତି କି ଉପନିଷଦରେ ମହିଳାମାନଙ୍କୁ ଅଷ୍ଟାଙ୍ଗ ପ୍ରଣାମ କରିବାକୁ ବାରଣ କରାଯାଇଛି। ମହିଳାଙ୍କର ଛାତି ଓ ଗର୍ଭକୁ ସମ୍ମାନ ଦେବା ଲାଗି ଏଥିରୁ ବାରଣ କରାଯାଇଛି। ମହିଳାମାନଙ୍କର ଗର୍ଭ ଓ ଛାତିକୁ ଅଧିକ ସମ୍ବେଦନଶୀଳ ବୋଲି ବି ବିଚାର କରାଯାଏ। ସାଷ୍ଟାଙ୍ଗ ପ୍ରଣାମ କରିଲେ ସେମାନଙ୍କର ମାଂସପେଶୀ ଟାଣି ହୋଇଯାଏ ଓ ମାତୃତ୍ୱ ପାଇଁ ଏହା ସମସ୍ୟା ସୃଷ୍ଟି କରିପାରେ। ଏଭଳି ଆଶଙ୍କା ରଖି ମହିଳାମାନଙ୍କୁ ଅଷ୍ଟାଙ୍ଗ ପ୍ରଣାମ କରିବାକୁ ବାରଣ କରାଯାଇଛି।

ସମ୍ବନ୍ଧିତ ଖବର