ଜାଣନ୍ତୁ କାହିଁକି ପୂର୍ବଜନ୍ମର ସବୁ କଥା ଭୁଲି ହୋଇଯାଏ?

ପୂର୍ବଜନ୍ମ କଥା ଟିକେ ହେଲେ ମନେ ପଡ଼ିଯାଆନ୍ତା କି? ପୂର୍ବଜନ୍ମରେ ଆମେ କେଉଁଠି ଥିଲେ, କେମିତି ସ୍ଥାନରେ ଜନ୍ମ ନେଇଥିଲେ ଏବଂ କ’ଣ ସବୁ ଘଟିଯାଇଛି ଆମ ପୂର୍ବଜନ୍ମରେ ସେ ବିଷୟରେ ଜାଣିବାର ଇଚ୍ଛା କାହାର ବା ନାହିଁ! ହେଲେ ପୂର୍ବଜନ୍ମ ବିଷୟରେ କ’ଣ କାହାର ମନେ ଥାଏ? ତେବେ, ପୂର୍ବଜନ୍ମ ବିଷୟରେ ମନେ ନରହିବାର ଅନେକ ଗୁଡ଼ିଏ କାରଣ ରହିଛି।

ପ୍ରଥମତଃ ଭୁଲିଯିବା ହେଉଛି ମଣିଷର ପ୍ରବୃତ୍ତି। ଏପରିକି ମାସେ ତଳେ ଘଟିଥିବା ଘଟଣା ବି ବେଳେ ବେଳେ ମନରୁ ଚାଲିଯାଏ। ଗୋଟାଏ ଜନ୍ମର ଅନ୍ତର ତ ଅନେକ ହୋଇଥାଏ। ତାଛଡ଼ା ଯେହେତୁ ଗୋଟାଏ ଜନ୍ମ ଶେଷ ପରେ ଆମ ଆତ୍ମା ଏକ ଶିଶୁ ହୋଇ ଜନ୍ମଲାଭ କରେ ତ ଭୁଲିବା ଆହୁରି ସହଜ ହୋଇପଡ଼େ। କାହିଁକି ନା,ଶିଶୁମାନଙ୍କ ସ୍ମରଣ ଶକ୍ତି ଖୁବ୍‌ ସୂକ୍ଷ୍ମ ହୋଇଥାଏ। ଯେହେତୁ ଶୈଶବ୍ୟ ଅବସ୍ଥା ପ୍ରାୟ ୧୦ ପର୍ଯ୍ୟନ୍ତ ଚାଲେ ସେ ଭିତରେ ପୂର୍ବଜନ୍ମ ସଂପୂର୍ଣ୍ଣ ଭୁଲି ହୋଇଯାଏ।

ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ ସ୍ମରଣ ଶକ୍ତି ଏକ ଅଭ୍ୟାସ। ଗୋଟାଏ କଥାକୁ ବାରମ୍ବାର ମନେ ପକାଇଲେ ତାହା ହଜାର ବର୍ଷ ବି ମନେ ରହିପାରେ। ମାତ୍ର କିଛି ଦିନ ପର୍ଯ୍ୟନ୍ତ ସେକଥା ମନେ ନରହିଲେ ଆଉ ମନେ ପଡ଼େ ନାହିଁ। ବିଜ୍ଞାନୀମାନେ ମତ ଦେଇଛନ୍ତି ଯେ ଅକ୍ସିଟୋସିନ୍‌ ନାମକ ଏକ ରାସାୟନ ଉଭୟ ଗର୍ଭଧାରଣ ଏବଂ ସ୍ମରଣ ଶକ୍ତି ହ୍ରାସ ସହ ଜଡ଼ିତ। ସେହି ରସାୟନ ପଦାର୍ଥ ଭୁଲିଯିବାର ଆଉ ଏକ କାରଣ ହୋଇଥାଏ।

ତୃତୀୟ କଥା ହେଉଛି ମଣିଷ ଶରୀର ଏକ ଏପରି ଉପାଦାନରେ ଗଢ଼ା ଯାହାକି ଦୁଃଖଦ ଘଟଣାକୁ ଭୁଲିଯିବାକୁ ଚାହେଁ। ଗୋଟାଏ ଜନ୍ମର ଅନ୍ତ ସବୁବେଳେ ଗୋଟାଏ ଦୁଃଖ ପାଲଟିଯାଏ। ସ୍ୱାଭାବିକ ମୃତ୍ୟୁ ହେଉ ବା ଦୁର୍ଘଟଣା ଜନିତ ମୃତ୍ୟୁ ହେଉ ଆତ୍ମୀୟଙ୍କୁ ଛାଡ଼ି ସଂସାର ତ୍ୟାଗ କରିବା ଏକ ଦୁଃଖ ନିଶ୍ଚୟ ହୋଇଥାଏ। ଅବଶ୍ୟ ମଣିଷ ଏହା ଜାଣିପାରେନା ମାତ୍ର ସେ ଦୁଃଖକୁ ପ୍ରକୃତି ଭୁଲାଇ ଦେଇଥାଏ।

 

ସମ୍ବନ୍ଧିତ ଖବର