ଏମିତି ଏକ ଦେଶ, ଯେଉଁଠି ଲୋକମାନେ ବହୁସଂଖ୍ୟାରେ କିଣନ୍ତି ଗଧ!

ସାଧାରଣତଃ ଲୋକମାନେ କୌଣସି କାମ ପାଇଁ ବା ଆବଶ୍ୟକତା ପାଇଁ ପଶୁଙ୍କୁ କିଣନ୍ତି। ଯେମିତି କି ସେ ଯଦି ମଣିଷ, ତେବେ ଗାଈ ବା ମଇଁଷି କିଣିବ, ଯଦ୍ୱାରା ତାହାର କାମ ହୋଇପାରିବ। ଏହା ବ୍ୟତୀତ ଲୋକମାନେ ଆଉ କ’ଣ କିଣିପାରିବେ। କିନ୍ତୁ ଚୀନରେ ଲୋକମାନେ ଗାଈ ବା ମଇଁଷି ନୁହେଁ ବରଂ ଗଧ କିଣନ୍ତି। ଆଜ୍ଞା ହଁ, ଶୁଣି କି ଆଶ୍ଚର୍ଯ୍ୟ ଲାଗୁଥିବ ଓ ଭାବୁଥିବେ କି ସେମାନେ ଗଧ କିଣି କ’ଣ କରନ୍ତି। ତେବେ ଆସନ୍ତୁ ଜାଣିବା ଚୀନର ଲୋକମାନେ ଏମିତି କାହିଁକି କରୁଛନ୍ତି।

ପ୍ରକୃତରେ ଚୀନର ଲୋକେ ବହୁ ସଂଖ୍ୟାରେ ଗଧ କିଣୁଛନ୍ତି। କେବଳ ଏତିକି ହିଁ ନୁହେଁ, ସେମାନେ ଆଫ୍ରିକାରୁ ଗଧ ଆମଦାନୀ ମଧ୍ୟ କରୁଛନ୍ତି। କମ୍‌ ନୁହେଁ ଅତ୍ୟଧିକ ସଂଖ୍ୟାରେ ପୁଣି କିଣାଯାଏ। ଚୀନକୁ ପ୍ରତିବର୍ଷ ୪୦ ଲକ୍ଷ ଗଧର ଆବଶ୍ୟକତା ପଡେ। ଏତେ ସଂଖ୍ୟକ ଗଧ ନମିଳିବା କାରଣରୁ ଆଫ୍ରିକାରୁ ଆମଦାନୀ କରାଯାଏ। ଅଧିକାଂଶ ଆମଦାନୀ ଆଫ୍ରିକାର ନାଇଜର ଓ ବୁର୍କିନା ଫାସୋରୁ ହୁଏ।

ଚୀନରେ ମହଙ୍ଗା ଔଷଧ ପ୍ରସ୍ତୁତ ପାଇଁ ଏହି ଗଧମାନଙ୍କର ବ୍ୟବହାର କରାଯାଏ। ଏମାନଙ୍କ ଚର୍ମରୁ ପାରମ୍ପରିକ ଔଷଧ ଇଜିଓ ପ୍ରସ୍ତୁତ ହୁଏ, ଯାହାକୁ ଟିସିଏମ୍‌ କୁହାଯାଏ। ଏହାବ୍ୟତୀତ ଗଧଙ୍କ ଚର୍ମରୁ ଗିଲେଟିନ୍‌ ନାମକ ପଦାର୍ଥ ବାହାରେ ଯାହାର ବ୍ୟବହାର କରାଯାଏ। ଚୀନରେ ଏହି ଔଷଧର ବହୁତ ଚାହିଦା, ସେଥିପାଇଁ ପ୍ରତିବର୍ଷ ପାଖାପାଖି ୫ ହଜାର ଟନ୍‌ ଟିସିଏମ୍‌ ତିଆରି ହୁଏ।

ସମ୍ବନ୍ଧିତ ଖବର