ଯଜ୍ଞରେ କାହିଁକି ଶ୍ଳୋକ ଶେଷରେ ସ୍ୱାହା ବୋଲି ଉଚ୍ଚାରଣ କରାଯାଇଥାଏ ?

ଭାରତୀୟ ସଂସ୍କୃତିରେ ବିବାହ, ଗୃହ ପ୍ରତିଷ୍ଠା, ଭୂମିପୂଜନ, ଅନ୍ତେଷ୍ଟି ଇତ୍ୟାଦି ଅଧିକାଂଶ କାର୍ଯ୍ୟରେ ‘ ଯଜ୍ଞ’ ଆୟୋଜିତ ହୋଇଥାଏ । ଏଥିପାଇଁ ଅଗ୍ନି ସଂଯୋଗ ଆବଶ୍ୟକତା ପଡେ । ଗ୍ରନ୍ଥମାନଙ୍କରେ ମଧ୍ୟ ଏକାଧିକବାର କୁହାଯାଇଛି ଯେ ଦେବତାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହେଉଛି ‘ ଅଗ୍ନି’ ଙ୍କର । ଆଚାର୍ଯ୍ୟ ମାସ୍କ ଓ ସାୟଣାଚାର୍ଯ୍ୟ ଋଗ୍‌ବେଦର ପ୍ରାରମ୍ଭରେ ଅଗ୍ନିଙ୍କର ସ୍ତୁତି କରିଛନ୍ତି । ଏହାର କାରଣ ହେଲା ଯେ ଅଗ୍ନି ହେିଁ ଦେବତାମାନଙ୍କ ମଧ୍ୟରେ ଅଗ୍ରଣୀ ଏବଂ ସବୁଠୁଁ ଆଗରେ ଚାଲି ଥାଆନ୍ତି । ଯୁଦ୍ଧରେ ଅଗ୍ନିଦେବ ହିଁ ସେନାପତିର କାର୍ଯ୍ୟ କରି ଥାଆନ୍ତି । ତାଙ୍କୁ ହିଁ ଆଗରେ ରଖି ଦେବଗଣ ଯୁଦ୍ଧ କରି ରାକ୍ଷସମାନଙ୍କୁୂ ପରାଜିତ କରିଥିଲେ ।

ପୁରାଣରେ ଥିବା ବର୍ଣ୍ଣନା ଅନୁଯାୟୀ ଅଗ୍ନିଙ୍କ ପତ୍ନୀ ହେଉଛନ୍ତି ‘ସ୍ୱାହା’ । ସେ ଦେବଗଣଙ୍କ ମୁଖ ଓ ସେଥିରେ ଯେଉଁ ଆହୁତି ଦିଆ ଯାଇଥାଏ , ତାହା ସ୍ୱାହାଙ୍କ ଜରିଆରେ ଦେବଗଣଙ୍କ ନିକଟରେ ପହଞ୍ଚିଥାଏ ।

କେବଳ ଋଗ୍‌ ବେଦରେ ଅଗ୍ନିଙ୍କର ଦୁଇ ଶହ ସୂକ୍ତ ପ୍ରାପ୍ତ ହୋଇଥାଏ । ସେହିପରି ଯଜୁର୍ବେଦ, ସାମ ବେଦ ଓ ଅଥର୍ବ ବେଦରେ ମଧ୍ୟ ତାଙ୍କର ସ୍ତୁତି ରହିଛି । ଋଗ୍‌ବେଦର ପ୍ରଥମ ସୂକ୍ତିରେ ଅଗ୍ନିଦେବଙ୍କୁ ପ୍ରାର୍ଥନା କରିବାର ବିଶ୍ୱାମିତ୍ରଙ୍କ ମଧୁଚ୍ଛେନ୍ଦା କହନ୍ତି, ‘ମୁଁ ସର୍ବ ପ୍ରଥମେ ଅଗ୍ନିଦେବଙ୍କ ସ୍ତୁତି କରୁଛି, ଯିଏ କି ସମସ୍ତ ଯଜ୍ଞ ର ପୁରୋହିତ ଅଟନ୍ତି । ’ ପୁରୋହିତ ରାଜାର ସର୍ବପ୍ରଥମେ ଆଚାର୍ଯ୍ୟ ଏବଂ ସେ ତାଙ୍କର ସମସ୍ତ କାମନା ପୂର୍ଣ୍ଣ କରିଥାଆନ୍ତି । ଅଗ୍ନିଦେବଙ୍କର ସାତ ଜିହ୍ଵା ଅଛି । ଏଗୁଡିକର ନାମ ହେଲା କାଳୀ, ମନୋଜବା, ସୁଲୋହିତା, ଧୂମ୍ରବର୍ଣ୍ଣୀ, ସ୍ଫୁଲିଙ୍ଗୀ ତଥା ବିଶ୍ୱରୁଚି ।

ସମ୍ବନ୍ଧିତ ଖବର