କାହିଁକି ସବୁ ବେଳେ ୭ନଂ ଥିବା ଜର୍ସି ପିନ୍ଧନ୍ତି ଧୋନି?

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କ ଜର୍ସି ନମ୍ବର ପଛର କାରଣ ଉନ୍ମୋଚନ କରିଛନ୍ତି। କାହିଁକି ସବୁ ବେଳେ ୭ନଂ ଥିବା ଜର୍ସି ପିନ୍ଧନ୍ତି ଧୋନୀ? ଏ ପ୍ରଶ୍ନ କ୍ରିକେଟ ଦେଖୁଥିବା ଏବଂ ମହେନ୍ଦ୍ର ସିଂହ ଧୋନିଙ୍କର ଥିବା ପ୍ରଶଂସକଙ୍କ ମନରେ କେବେ ନା କେବେ ଆସିଥିବ ନିଶ୍ଚୟ। ଶୁଭ ନମ୍ବର ହୋଇଥିବାରୁ ଧୋନି ସବୁବେଳେ ୭ ନମ୍ବର ଥିବା ଜର୍ସି ପିନ୍ଧୁଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ ୭ ନଂ ପଛର ରହସ୍ୟ କହିଛନ୍ତି ମହେନ୍ଦ୍ର ସିଂହ ଧୋନି।

indiatoday

ଇଣ୍ଡିଆ ସିମେଣ୍ଟ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ୍ ବାର୍ତ୍ତାଳାପ ସମୟରେ ମହେନ୍ଦ୍ର ସିଂହ ଧୋନି କହିଥିଲେ ଯେ, ଅନେକ ଲୋକ ପ୍ରାରମ୍ଭରେ ଭାବିଥିଲେ ଯେ ମୋ ପାଇଁ ୭ ନମ୍ବର ଶୁଭ ହୋଇଥିବାରୁ ମୁଁ ୭ ନମ୍ବର ଥିବା ଜର୍ସି ପିନ୍ଧୁଛି। କିନ୍ତୁ ମୁଁ ସେଭଳି କୌଣସି କାରଣ ପାଇଁ ୭ ନମ୍ବର ବାଛିନଥିଲି। ଏହା ପଛରେ ଥିଲା ଅତି ସରଳ କାରଣ। ମୁଁ ଜୁଲାଇ ୭ରେ ଜନ୍ମଗ୍ରହଣ କରିଥିଲି। ଏହା ହେଉଛି ୭ ମାସର ସପ୍ତମ ଦିନ। ଏହି କାରଣ ପାଇଁ ମୁଁ ସବୁବେଳେ ୭ ନମ୍ବର ଥିବା ଜର୍ସି ପିନ୍ଧେ। ମୁଁ ଏଭଳି ନମ୍ବରକୁ ନେଇ ଅନ୍ଧବିଶ୍ୱାସୀ ନୁହେଁ। କିନ୍ତୁ ୭ ହେଉଛି ଏମିତି ଏକ ନମ୍ବର ଯାହା ମୋ ହୃଦୟର ନିକଟତର ଅଟେ ଏବଂ ମୁଁ ଏହାକୁ ବର୍ଷ ବର୍ଷ ଧରି ମୋ ସହିତ ରଖିଆସିଛି।

ତେବେ ଫୁଟବଲଠାରୁ କ୍ରିକେଟ୍ ପର୍ଯ୍ୟନ୍ତ ପ୍ରାୟ ଅନେକ ଖେଳାଳି ନିଜର ଜର୍ସି ନମ୍ବର ୭ ରଖିଥିବା ଦେଖାଯାଇଛି। ୭ ନଂ ଥିବା ଜର୍ସି ଦୁନିଆର ଅନେକ ମହାନ ଖେଳାଳି ପିନ୍ଧିଥିବା ଦେଖାଯାଇଛି। ଏରିକ୍ କୋଣ୍ଟାନା, ଜବାଗଲ ଶ୍ରୀନଥ, ଶାନ୍ ପୋଲକ୍, କ୍ରିଷ୍ଟିଆନୋ ରୋନାଲଡୋ, ଷ୍ଟିଫେନ୍ ଫ୍ଲେମିଙ୍ଗ ୭ନଂ ଥିବା ଜର୍ସି ପିନ୍ଧିଥାନ୍ତି।

ସମ୍ବନ୍ଧିତ ଖବର