ଜାଣନ୍ତୁ ଗାଡି ଚଲାଇବା ବେଳେ କାହିଁକି ନିଦ ଆସେ ଓ କେଉଁ ବୟସରେ କେତେ ଘଣ୍ଟା ଶୋଇବା ଆବଶ୍ୟକ

ଅନେକ ସମୟରେ କାର୍‌ କିମ୍ବା ବସ୍‌ରେ ଯାତ୍ରା କଲାବେଳେ ନିଦ ଆସିବାରୁ କେତେକ ଲୋକ ଶୋଇଯାଆନ୍ତି। ଖାଲି ଯାତ୍ରୀମାନେ ନୁହଁନ୍ତି ଏପରିକି ଗାଡି ଚଳାଉଥିବା ଡ୍ରାଇଭରମାନେ ଅନେକ ସମୟରେ ଗାଡ଼ି ଚାଳନା ସମୟରେ ନିଦ ମାଡିବାରୁ ଶୋଇପଡନ୍ତି। କିନ୍ତୁ କେବେ ଭାବିଛନ୍ତି କି ଏପରି କାହିଁକି ହୋଇଥାଏ? ଗାଡିଟି ସ୍ୱାଭାବିକ ଭାବରେ ହଲିବା ଦ୍ୱାରା ଲୋକମାନଙ୍କୁ ନିଦ ଲାଗିଥାଏ। ଆଉ ଏଥି ପାଇଁ ଏକାଗ୍ରତା ଏବଂ ସାବଧାନତା ଉପରେ ପ୍ରଭାବ ପଡିଥାଏ।

ଅନୁସନ୍ଧାନକାରୀଙ୍କ ମତ ଅନୁସାରେ, ୨୦ ପ୍ରତିଶତରୁ ଅଧିକ ସଡକ ଦୁର୍ଘଟଣା ଚାଳକମାନଙ୍କର ଥକାପଣ ଏବଂ ଶୋଇଯିବା କାରଣରୁ ହୋଇଥାଏ। ସେମାନେ ଆଶା ରଖିଛନ୍ତି ଯେ, ସେମାନଙ୍କର ଏହି ଅଧ୍ୟୟନ ଦ୍ୱାରା କାର ନିର୍ମାତା କମ୍ପାନୀମାନେ କାରର ସିଟ୍‌ ଡିଜାଇନକୁ ଅଧିକ ଭଲ କରିବାକୁ ନିହାତି ଚେଷ୍ଟା କରିବେ, ଯେପରିକି ଚାଳକଙ୍କୁ ନିଦ ନଲାଗେ।

ଜାଣନ୍ତୁ କେଉଁ ବୟସରେ କେତେ ଘଣ୍ଟାର ନିଦ ଜରୁରୀ ହୋଇଥାଏ :

ଶରୀର ଫିଟ୍‌ ରହିବାରେ ନିଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଜଣେ ବ୍ୟକ୍ତିଙ୍କୁ ପ୍ରତିଦିନ ୭ରୁ ୯ ଘଣ୍ଟା ଶୋଇବାର ଆବଶ୍ୟକତା ରହିଛି। ଯଦି ଆପଣ ରାତିରେ ବିଳମ୍ବରେ ଶୋଉଛନ୍ତି ଏବଂ ସକାଳୁ ଜଲଦି ଉଠୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଆଦୌ ଭଲ ନୁହେଁ। ଠିକ ସମୟରେ ଶୋଇବା ଏବଂ ଉଠିବା ଶରୀରକୁ ଅନେକ ଲାଭ ଦେଇଥାଏ। ଆବଶ୍ୟକତା ଠାରୁ କମ ଶୋଇବା କିମ୍ବା ଆବଶ୍ୟକତା ଠାରୁ ଅଧିକ ଶୋଇବା ଶରୀର ପାଇଁ ବିପଦଜନକ ଅଟେ।

ଆସନ୍ତୁ ଜାଣିବା କେଉଁ ବୟସର ବ୍ୟକ୍ତିଙ୍କୁ କେତେ ସମୟ ଶୋଇବା ଆବଶ୍ୟକ

ନବଜାତ ( ୩-୧୧) ମାସ – ଅତି କମରେ ୧୪ ରୁ ୧୫ ଘଣ୍ଟ ଶୋଇବା ଜରୁରୀ।
ଛୋଟ ପିଲା (୧୨-୩୫) ମାସ – ୧୨ରୁ ୧୪ ଘଣ୍ଟା।
ପିଲା ( ୩-୬) ବର୍ଷ – ୧୧ରୁ ୧୩ ଘଣ୍ଟା।
ସ୍କୁଲ ପିଲା (୬-୧୦ ) ବର୍ଷ – ୧୦ରୁ ୧୧ ଘଣ୍ଟା।
କିଶୋର ( ୧୧-୧୮ ) ବର୍ଷ – ୯.୨୫ ଘଣ୍ଟା।
ଯୁବକ – ଦୈନିକ ୮ ଘଣ୍ଟା ଏବଂ ବୃଦ୍ଧ ଲୋକମାନଙ୍କୁ ଏହାଠାରୁ କମ୍‌ ସମୟର ନିଦ ଜରୁରୀ।

ସମ୍ବନ୍ଧିତ ଖବର