ଆପଣ ହନୁମାନଙ୍କ ଭକ୍ତ ହୁଅନ୍ତୁ ବା ନହୁଅନ୍ତୁ କିନ୍ତୁ ବଜରଙ୍ଗବାଲୀଙ୍କର ପଞ୍ଚମୁଖ ଥିବା କଥା ଆପଣ ନିଶ୍ଚୟ ଜାଣିଥିବେ। ତେବେ ଆପଣ ନିଶ୍ଚୟ ଜାଣିବାକୁ ଚାହିଁବେ ଯେ କେଉଁ ରହସ୍ୟ ରହିଛି ହନୁମାନଙ୍କ ପଞ୍ଚମୁଖ ପଛରେ। ଭିନ୍ନ ପୁସ୍ତକରେ ରହିଛି ଭିନ୍ନ ମତ। ଆସନ୍ତୁ ସେ ସଂପର୍କରେ ଜାଣିବା।
/sambad/media/post_attachments/wp-content/uploads/2017/12/2478895366_cb4faf1b33_z-300x203.jpg)
ରାମ-ରାବଣ ଯୁଦ୍ଧ ଚାଲିଥାଏ। ରାବଣ ସେ ସମୟରେ ଅହିରାବଣକୁ ସ୍ମରଣ କରି ତା’ର ସାହାଯ୍ୟ ଭିକ୍ଷା କଲେ। ଅହିରାବଣ ହେଉଛନ୍ତି ପାତାଳପୁରର ରାଜା। ରାମ, ଲକ୍ଷ୍ମଣଙ୍କୁ ବଞ୍ଚାଇବା ପାଇଁ ହନୁମାନ ତାଙ୍କ ଲାଙ୍ଗୁଡ଼ରେ ଏକ ପଥର ବାନ୍ଧିଦେଲେ। ମାତ୍ର ଅହିରାବଣ ନିଜର ବୁଦ୍ଧି ଖଟାଇ ବିଭୀଷଣ ବେଶ ଧାରଣ କରି ରାମ, ଲକ୍ଷ୍ମଣଙ୍କୁ ପାତାଳପୁରକୁ ନେଇଗଲେ। ରାମ, ଲକ୍ଷ୍ମଣଙ୍କୁ ଖୋଜିବା ପାଇଁ ହନୁମାନ ଯାଇ ପାତାଳପୁରରେ ପହଞ୍ଚିଲେ। ସେଠାରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଲେ ଯେ ଅହିରାବଣକୁ ମାରିବା ପାଇଁ ତାଙ୍କୁ ପାଞ୍ଚ ଆଡ଼କୁ ମୁହଁ କରି ପାଞ୍ଚ ପେଣ୍ଡୁଳା ନିଆଁ ଫୋପାଡ଼ିବାକୁ ହେବ। ତେଣୁ ହନୁମାନ ପାଞ୍ଚମୁଖି ବେଶ ଧାରଣ କଲେ, ହନୁମାନ, ହେଗ୍ରିବା, ନରସିଂହ, ଗରୁଡ଼ ଏବଂ ବାର୍ହା।
/sambad/media/post_attachments/wp-content/uploads/2017/12/2478895484_bf123dacca_z-300x203.jpg)
ତାମିଲ୍ ରାମାୟଣରେ ବର୍ଣ୍ଣିତ ଅଛି ହନୁମାନ ଯିଏକି ପବନ ପୁତ୍ର, ଜଳ ପାର କରି, ଆକାଶରେ ଉଡ଼ି, ଭୂମି ପୁତ୍ରୀ ସୀତାଙ୍କୁ ଭେଟିବା ପରେ ଅଗ୍ନି ସାହାଯ୍ୟରେ ଲଙ୍କା ଜାଳି ଦେଇଥିଲେ। ସେଥିପାଇଁ ତାଙ୍କର ପଞ୍ଚମୁଖ।
/sambad/media/post_attachments/wp-content/uploads/2017/12/3928737900_20157af012_z-300x225.jpg)
ରାମାୟଣର ସୁନ୍ଦରା କାଣ୍ଡରେ ବର୍ଣ୍ଣିତ ଅଛି ହନୁମାନଙ୍କର ଏଥିପାଇଁ ପଞ୍ଚମୁଖ, ତାଙ୍କୁ ପାଞ୍ଚ ପ୍ରକ୍ରିୟାରେ ପ୍ରାର୍ଥନା କରାଯାଏ। ନାମ, ସ୍ମରଣ, କିର୍ତ୍ତନ, ଯାଚନମ ଏବଂ ଅର୍ପଣମ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/5668367281_a7dde12da3_z.jpg)