କାହିଁକି ସଧବା ହିନ୍ଦୁ ନାରୀ ମଥାରେ ସିନ୍ଦୂର ପିନ୍ଧନ୍ତି? ଜାଣନ୍ତୁ ବୈଜ୍ଞାନିକ କାରଣ

ହିନ୍ଦୁ ଧର୍ମର ସଧବା ନାରୀମାନଙ୍କ ସକାଶେ ମଥାରେ ସିନ୍ଦୂର ଲଗାଇବା ପରି ଏକ ପ୍ରଥା ରହିଛି ବୋଲି ତ ଜାଣିଥିବେ ନିଶ୍ଚୟ। ହେଲେ କାହିଁକି ହିନ୍ଦୁ ମହିଳା ମଥାରେ ସିନ୍ଦୂର ଲଗାନ୍ତି ବୋଲି ପ୍ରଶ୍ନ କଲେ ଅନେକ କହିବେ ସ୍ୱାମୀଙ୍କ ଦୀର୍ଘୟୁ ପାଇଁ। ହୁଏତ ତାହା ବି ହୋଇପାରେ ମାତ୍ର ଏହା ପଛରେ ଆହୁରି ଗୁଡ଼ାଏ କଥା ରହିଛି ଯାହା ହୁଏତ ଆପଣ ଜାଣି ନ ଥିବେ। ଚାଲନ୍ତୁ ଜାଣିବା ମଥାରେ ସିନ୍ଦୂର ଲଗାଇବା ପଛରେ ରହିଥବା ଧାର୍ମିକ ଏବଂ ବୈଜ୍ଞାନିକ କାରଣ।

ଧାର୍ମିକ ଭାବନା ଅନୁଯାୟୀ ମଥାରେ ସିନ୍ଦୂର ଲଗାଉଥିବା ନାରୀ ସତୀ ଏବଂ ପ୍ରଭାତୀ(ଅଖଣ୍ଡ ସୌଭାଗ୍ୟ)କୁ ପ୍ରତିନିଧିତ୍ୱ କରନ୍ତି। ନାଲି ରଂଗ ହେଉଛି ସତୀମାନଙ୍କର ରଂଗ। ସେଥିରୁ ବାହାରୁଥିବା ଶକ୍ତି ଅଖଣ୍ଡ ସୌଭାଗ୍ୟ ପ୍ରଦାନ କରିଥାଏ। ସେଥିପାଇଁ ହିନ୍ଦୁ ଧର୍ମର ନାରୀମାନେ ମଥାରେ ସିନ୍ଦୂର ଲଗାଇ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିଥାନ୍ତି।

ବୈଜ୍ଞାନିକ କାରଣ ଅନୁଯାୟୀ ସିନ୍ଦୂର ହଳଦୀ ଏବଂ ପାରଦରେ ତିଆରି। ପାରଦ ରକ୍ତ ଚାପକୁ ଆୟତ୍ତ କରେ ଏବଂ ଏଥିରେ ଯୌନ କ୍ଷମତା ବୃଦ୍ଧି କରାଇବାର କ୍ଷମତା ରହିଛି। ଏହା ବ୍ୟତୀତ ସିନ୍ଦୂରକୁ ଯେଉଁ କପାଳର ସ୍ଥାନରେ ଲଗାଯାଏ ତାହା ମସ୍ତିଷ୍କ ଥଣ୍ଡା ରଖେ। ତେଣୁ କଥା ରହିଛି ଯେ ସଧବା ନାରୀ ମଥାରେ ସିନ୍ଦୂର ଲଗାଇଲେ ପରିବାରର ଶୃଙ୍ଖଳା ବଜାୟ ରହେ।

ସମ୍ବନ୍ଧିତ ଖବର